Categories
ଆଜିର ଖବର ଖେଳ ଜାତୀୟ ଖବର

ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଲ ନା ଶାମି?: ଜାଣନ୍ତୁ କିପରି ହେବ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଆଜି ଯେତେବେଳେ ଭାରତୀୟ ଦଳ ୨୦୨୩ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ଟିମ ଇଣ୍ଡିଆର ଖେଳାଳି ଏକାଦଶରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ଶାର୍ଦ୍ଦୁଲ ଠାକୁରଙ୍କୁ ଆର ଅଶ୍ୱିନଙ୍କ ସ୍ଥାନରେ ସାମିଲ କରିପାରେ। କାରଣ ଆଜିର ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ଏବଂ ଏଠାରେ ଥିବା ପିଚ୍ ଭାରତର ପୂର୍ବ ମ୍ୟାଚ୍ (ଚେପକ୍) ଠାରୁ ଭିନ୍ନ ଅଟେ।

ଚେପାକରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟିମ୍ ଇଣ୍ଡିଆ ତିନି ସ୍ପିନରଙ୍କ ସହ ପଡ଼ିଆରେ ପ୍ରବେଶ କରିଥିଲା। ସ୍ପିନ୍ ବନ୍ଧୁତ୍ୱପୂର୍ଣ୍ଣ ୱିକେଟ୍ ଯୋଗୁଁ ଭାରତ ଏହି ରଣନୀତି ଆପଣାଇଥିଲା। ବର୍ତ୍ତମାନ ଦିଲ୍ଲୀ ପିଚ୍ ଚେପକ୍ ଭଳି ସ୍ପିନ୍ ବନ୍ଧୁତ୍ୱପୂର୍ଣ୍ଣ ନ ଥିବାରୁ ଟିମ୍ ଇଣ୍ଡିଆ ସ୍ପିନ୍ ଅଲରାଉଣ୍ଡର ପରିବର୍ତ୍ତେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଚେଷ୍ଟା କରିପାରେ। ଏଠାରେ ଆର ଅଶ୍ୱିନଙ୍କ ସ୍ଥାନରେ ମହମ୍ମଦ ଶାମି ମଧ୍ୟ ଖେଳିପାରନ୍ତି। କିନ୍ତୁ ଶାର୍ଦ୍ଦୁଲଙ୍କ ଦାବି ଅଧିକ ଶକ୍ତିଶାଳୀ କାରଣ ସେ ବୋଲିଂଙ୍କ ସହ ମଧ୍ୟ ବ୍ୟାଟିଂ କରିବାକୁ ସକ୍ଷମ ଅଟନ୍ତି।

ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ ର ଏକ ବଡ ଅପଡେଟ୍ ହେଉଛି ଆଜିର ମ୍ୟାଚ୍ ରେ ମଧ୍ୟ ଶୁଭମାନ ଗିଲଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ସେ ଟିମ୍ ଇଣ୍ଡିଆ ସହିତ ଦିଲ୍ଲୀ ଆସିନାହାଁନ୍ତି। ସେ ଏପର୍ଯ୍ୟନ୍ତ ଡେଙ୍ଗୁରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ତାଙ୍କ ସ୍ଥାନରେ ପୁଣି ଥରେ କେବଳ ଇଶାନ କିଶନ ଭାରତୀୟ ଇନିଂସ ଆରମ୍ଭ କରିବେ।

ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହୋଇପାରେ?

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର / ଆର ଅଶ୍ୱିନ, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆକୁ ଆଉ ଏକ ବଡ ଝଟକା, ଶାର୍ଦ୍ଦୁଲ ଠାକୁର ଆହତ, ପ୍ଳେଇଂ-୧୧ରେ ଏହି ଖେଳାଳିଙ୍କୁ ମିଳିବ ସ୍ଥାନ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ଆଉ ଏକ ଝଟକା ଲାଗିଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦଳ ଠାରୁ ପରାଜୟ ପରେ ଟିମ୍ ଇଣ୍ଡିଆ ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି। ଭାରତର ତାରକା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଆହତ ହୋଇଛନ୍ତି ଏବଂ ସେ ଦ୍ୱିତୀୟ ଦିନିକିଆରେ ଖେଳିବା ନିଶ୍ଚିତ ନୁହେଁ। ଯଦି ଶାର୍ଦ୍ଦୁଲ ଠାକୁର ଫିଟ୍ ନୁହଁନ୍ତି, ତେବେ ଉମ୍ରାନ୍ ମଲିକ୍ ତାଙ୍କ ସ୍ଥାନରେ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି।

ପ୍ରଥମ ଦିନିକିଆରେ ବୋଲିଂ କରୁଥିବାବେଳେ ଶାର୍ଦ୍ଦୁଲ ଠାକୁର ଆହତ ହୋଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ଆଘାତ ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଯଦି ଶାର୍ଦ୍ଦୁଲ ଶତପ୍ରତିଶତ ଫିଟ୍ ନୁହଁନ୍ତି, ତେବେ ତାଙ୍କୁ ଦ୍ୱିତୀୟ ଦିନିକିଆରୁ ଦୂରେଇ ରଖାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟି -୨୦ ବିଶ୍ୱକପ୍: ଅକ୍ସର ପଟେଲଙ୍କ ସ୍ଥାନରେ ଏହି ଅଲରାଉଣ୍ଡରଙ୍କୁ ମନୋନୀତ କଲା ବିସିସିଆଇ

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟି -୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ଆଣିଛି। ଅକ୍ସର ପଟେଲଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ପ୍ରବେଶ କରାଯାଇଛି। ଶାର୍ଦ୍ଦୁଲ ଠାକୁର ପୂର୍ବରୁ ୧୫ ଜଣିଆ ଦଳରେ ନଥିଲେ। ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଦଳରେ ଯୋଡି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଶାର୍ଦ୍ଦୁଲ ଠାକୁରଙ୍କୁ ୧୫ ଜଣିଆ ଦଳରେ ଅନ୍ତର୍ଭୁକ୍ତ କରିଛି ଏବଂ ଅକ୍ସର ପଟେଲ ରିଜର୍ଭ ଖେଳାଳି ଭାବରେ ଦଳରେ ରହିବେ।