Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଷ୍କର୍ମ ମାମଲାରେ ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି, କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପି ନେତା ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ପୀଡିତାଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ସେପ୍ଟେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଏହାର ଉତ୍ତର ମଗାଯାଇଛି। ଶାହନାୱାଜ ହୁସେନ୍ ଉପରେ ୨୦୧୮ରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୦୧୮ ର ଦୁଷ୍କର୍ମ ଅଭିଯୋଗରେ ସୁପ୍ରିମକୋର୍ଟ ବର୍ତ୍ତମାନ ଶାହନାୱାଜ ହୁସେନ୍ ଙ୍କ ବିରୋଧରେ ସମସ୍ତ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି।

ନିକଟରେ ଦିଲ୍ଲୀ ହାଇକୋର୍ଟ ଶାହନାୱାଜ ହୁସେନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶାହନାୱାଜ ହୁସେନ୍‌ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ୟୁୟୁ ଲଲିତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଏହି ବିଷୟରେ ବିଚାର କରିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଆମେ ଏକ ନିର୍ଦ୍ଦେଶ ଦେଉଛୁ।

ଏବେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟରେ ଚାଲିଥିବା ବିତର୍କ ସମୟରେ ଯେତେବେଳେ ପୀଡିତା ମହିଳାଙ୍କ ଓକିଲ ଉଚ୍ଚ ସ୍ୱରରେ କହିବା ଆରମ୍ଭ କରିଥିଲେ ସେତେବେଳେ କୋର୍ଟ କହିଥିଲେ ଯେ ଆମେ ପୀଡିତାଙ୍କ କଥା ମଧ୍ୟ ଶୁଣିବା। କିନ୍ତୁ ପ୍ରଥମେ ଆବେଦନକାରୀଙ୍କ ନିବେଦନ ଶୁଣାଯିବା ଉଚିତ। ଏହା ପରେ ବରିଷ୍ଠ ଓକିଲ ମୁକୁଲ ରୋହତଗି ଶାହନାୱାଜ ହୁସେନ୍‌ଙ୍କ ପକ୍ଷରୁ ହାଜର ହୋଇଥିଲେ। ମୁକୁଲ ରୋହତଗି କହିଥିଲେ ଯେ, ଜାନୁୟାରୀ ୩୧ ତାରିଖ ୨୦୧୮ ରେ ପୀଡିତା ଅଭିଯୋଗ କରିଛନ୍ତି। ଶାହନାୱାଜ ହୁସେନ୍‌ଙ୍କ ରୋହତଗି କହିଥିଲେ ଯେ, ମହିଳା ଜଣକ ଛାଡପତ୍ର ନେବା ପରେ ମୋ ପାଖକୁ ଆସିଥିଲେ। ସେ ମଧ୍ୟ କାନ୍ଦୁଥିଲେ। ଏହାଠାରୁ ଅଧିକ କିଛି ଘଟିନଥିଲା।