Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କୃଷକ ଆନ୍ଦୋଳନ ଏବଂ କାଶ୍ମୀର ମାମଲାକୁ ନେଇ ବୟାନ ରଖିଲା ପାକିସ୍ଥାନ

ଇସ୍ଲାମାବାଦ: ଭାରତରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପାକିସ୍ଥାନ ଟିପ୍ପଣୀ ରଖିଛି। ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏକ ବୟାନ କହିଛନ୍ତି ଯେ, ଭାରତ ସରକାର ଆନ୍ଦୋଳନରତ ଚାଷୀଙ୍କ ଆୱାଜ ବନ୍ଦ କରିବାକୁ ବିଫଳ ହୋଇଛି। ଏବଂ ସମଗ୍ର ଭାରତ କୃଷକଙ୍କ ସାଥିରେ ଠିଆ ହୋଇଛି।

ଏହା ସହିତ କୁରେଶୀ ପୁଣି ଥରେ କାଶ୍ମୀର ମୁଦ୍ଦା ଉଠାଇଥିଲେ। ପାକିସ୍ଥାନର ଖବର କାଗଜକୁ ବିଦେଶମନ୍ତ୍ରୀ କୁରେଶୀ କହିଛନ୍ତି ଯେ, କାଶ୍ମୀର ଘଟଣା ଉପରେ ଭାରତ ଯଦି ଏତେ ମଜବୁତ ଅଛି, ତେବେ ସେମାନେ ଆଲୋଚନା କରିବାକୁ କାହିଁକି ଡରୁଛନ୍ତି? ଭାରତ କେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆଲୋଚନାର ପ୍ରସ୍ତାବକୁ ଧ୍ୟାନ ଦେଇନାହିଁ। ବରଂ ଭାରତ ଏମିତି  ପଦକ୍ଷେପ ନେଇଛି ଯାହାଫଳରେ କାଶ୍ମୀରରେ ଏମିତି ବିବାଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇ ସ୍ଥାୟୀ ସମାଧାନ ବାହାର କରିବା ଆବଶ୍ୟକ।

ତେବେ କାଶ୍ମୀର ଘଟଣାରେ ସୈନ୍ୟ ଦ୍ଵାରା ସମାଧାନ କରିବା ପ୍ରଶ୍ନରେ କୁରେଶୀ କହିଥିଲେ ଯେ, ଏଭଳି କରିବା ଆମ ପାଇଁ ଆତ୍ମହତ୍ୟା ସଦୃଶ ହେବ। ସେ କହିଥିଲେ ଯେ, ଭାରତ କାଶ୍ମୀରୀବାସୀଙ୍କ ଅଧିକାର ଛଡେଇ ନେଉଛି ଏବଂ ସେମାନଙ୍କ ଆୱାଜକୁ ଦବାଇ ରଖୁଛି। ସେହି ଅଞ୍ଚଳରେ ଆର୍ଥିକ ସ୍ଥିତେ ସେବେ ସୁଧୁରିବା ଯେବେ ସେଠାରେ ଶାନ୍ତି ପ୍ରତିଷ୍ଠା ହେବ।

ଉଲ୍ଲେଖ ଯୋଗ୍ୟ ଯେ, ମୋଦୀ ସରକାର ଜମ୍ମୁ କାଶ୍ମୀରରୁ ଯେବେଠୁ ୩୭୦ ଧାରା ଉଠାଇଛି ସେବେଠାରୁ ଭାରତ ବିରୋଧରେ ପାକିସ୍ଥାନ ବୈଶିକ ସମର୍ଥନ ଲାଗି ଚେଷ୍ଟା କରି ବିଫଳ ହୋଇଛି। ଏନେଇ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀମାନେ କାଶ୍ମୀର ମାମଲାରେ ବାରମ୍ବାର ବୟାନ ଦେଇଚାଲିଛନ୍ତି।