Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅର୍ପିତାଙ୍କ ଦ୍ୱିତୀୟ ଘରୁ ମଧ୍ୟ ମିଳିଲା ୨୯ କୋଟି ନକଦ ଏବଂ ୫ କିଲୋଗ୍ରାମ ସୁନା

କଲିକତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ତଦନ୍ତ ଜାରି ରହିଛି। ଇଡି ଦ୍ଵାରା ଦ୍ୱାରା ଆଉ ଏକ ବଡ ଧରଣର ଚଢାଉ କରାଯାଇଛି। ନୂତନ ଟ୍ରେଜେରୀରୁ ୨୮ କୋଟି ୯୦ ଲକ୍ଷ ଟଙ୍କା ଏବଂ ପ୍ରାୟ ୫ କିଲୋଗ୍ରାମ ସୁନା ଇଡି ଜବତ କରିଛି। ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ କଳା ରୋଜଗାରର ରହସ୍ୟର ଦ୍ୱିତୀୟ ଦ୍ୱାର ଖୋଲାଯାଇଛି। ପ୍ରଥମେ ଟଲିଗଞ୍ଜ ଏବଂ ବର୍ତ୍ତମାନ ବେଲଘରିଆ। ଏହା ହେଉଛି ଅର୍ପିତା ମୁଖାର୍ଜୀଙ୍କ ଦ୍ୱିତୀୟ ଫ୍ଲାଟ ଯେଉଁଠାରୁ ଗୋଲାପୀ ନୋଟର ପାହାଡ ଜବତ କରାଯାଇଛି। ନୋଟ୍ ଗୁଡିକ ପ୍ଲାଷ୍ଟିକ୍ ବ୍ୟାଗରେ ରଖାଯାଇଥିଲା।

ଏହି ନଗଦ ଗଣିବା ପାଇଁ ଅନେକ ମେସିନ୍ ବ୍ୟବହାର କରାଯାଇଛି। ଏଠାରୁ ଇଡି ୨୮ କୋଟି ୯୦ ଲକ୍ଷ ନଗଦ ପାଇଥିଲା। ଏହାସହିତ ପ୍ରାୟ ୫ କିଲୋଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି। ପଶ୍ଚିମବଙ୍ଗ ଶିକ୍ଷକ ସ୍କାମର ମୂଖ୍ୟ ମାଷ୍ଟର ମାଇଣ୍ଡ ବୋଲି ବିବେଚନା କରାଯାଉଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀ ଇଡି ହେପାଜତରେ ଅଛନ୍ତି।

ଇଡି ପାଇଁ ପାର୍ଥ ଚାଟାର୍ଜୀଙ୍କ ମୁହଁ ଖୋଲିବା କଷ୍ଟସାଧ୍ୟ, କିନ୍ତୁ ଅର୍ପିତା ମୁଖାର୍ଜୀ କ୍ରମାଗତ ଭାବେ କଳା ଟଙ୍କା ର ରହସ୍ୟ ଉନ୍ମୋଚନ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୁଖାର୍ଜୀ କୋଲକାତା ଆଖପାଖରେ ଥିବା ତାଙ୍କ ସମ୍ପତ୍ତି ବିଷୟରେ ଇଡିଙ୍କୁ ସୂଚନା ଦେଇଛନ୍ତି।