Categories
ଆଜିର ଖବର ରାଜ୍ୟ ଖବର

ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ଚଳିତ ସପ୍ତାହରେ ସାମିଲ ହେଲେ ଆଉ ୬ ପ୍ରମୁଖ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଜାରି ରହିଛି।

ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଅଂଶସ୍ୱରୂପ ଚଳିତ ସପ୍ତାହରେ ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ହୋଇଛନ୍ତି ଆଉ ଛଅ ପ୍ରମୁଖ ଶିକ୍ଷାନୁଷ୍ଠାନ।

ଚଳିତ ସପ୍ତାହରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜଗାଙ୍ଗପୁରର ଏସ ଡି ମହିଳା ମହାବିଦ୍ୟାଳୟ, କଟକର ଡ୍ରିମ୍ସ , କୋଣାର୍କର ଭଗବତୀ କଲେଜ, ସୁନ୍ଦରଗଡର ସରକାରୀ ମହାବିଦ୍ୟାଳୟ ଏବଂ ଖୋର୍ଦ୍ଧାର ଗୀତା କଲେଜ ଜିଓ ଟ୍ରୁ ୫ଜି କ୍ୟାମ୍ପସରେ ପରିଣତ ହୋଇଛି।

ଏଥିପୂର୍ବରୁ ରାଉରକେଲାର ଏସକେଡ଼ିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଜିଲ୍ଲାର ଭଦ୍ରକ ଅଟୋନମସ କଲେଜ ଏବଂ କେନ୍ଦୁଝର ଜିଲ୍ଲାର ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସର ଜିଓ ଟ୍ରୁ୫ଜି କ୍ୟାମ୍ପସରେ ପରିଣତ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ସହ ଏକ ଭାବ ବିନିମୟ କାର‌୍ୟ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍ ପକ୍ଷରୁ ଟ୍ରୁ-୫ଜିର ବହୁମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନାକୁ ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡ଼ିଓ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହାର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା। ଏଥିସହିତ ଜିଓର ଅଭିନବ ଏଆର ଭିଆର ଡିଭାଇସ ଜିଓ ଡାଇଭ ବ୍ୟବହାର ଅନୁଭୂତି ନେଇଥିଲେ ଛାତ୍ରଛାତ୍ରୀ।

ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଅଧିକ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ନଜରରେ ରଖି ଜିଓ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଏବଂ ନିରବଚ୍ଛିନ୍ନ ୫ଜି ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍ ସ୍ଥାପନ କରାଯାଇଛି।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି।

ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରହିଛି ଯାହା ୫ଜି-ସ୍ଥାପନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି। ଜିଓ ଟ୍ରୁ-୫ଜିର ତିନି-ସ୍ତରୀୟ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି ଯେଉଁଥିରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଢାଂଚା ସହିତ ଉନ୍ନତ ୫ଜି ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ କୌଣସି ନିର୍ଭରଶୀଳତା ନାହିଁ; ୭୦୦ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍ ମିଶ୍ରଣ, କ୍ୟାରିୟର ଏଗ୍ରିଗେସନ ଯାହା କ୍ୟାରିୟର ଏଗ୍ରିଗେସନ ନାମକ ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ୫ଜି ଫ୍ରିକ୍ୟୁଏନ୍‌ସିଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ମିଶ୍ରଣ କରି ଏକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରିଛି।

ଭାରତର ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ଜିଓର ଟ୍ରୁ-୫ଜି ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦ୍ରୁତ ଓ ଭରସାଯୋଗ୍ୟ ଯୋଗାଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଥିବା ବେଳେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଫାକଲ୍‌ଟି ସଦସ୍ୟମାନଙ୍କୁ ସଶକ୍ତ କରୁଛି। ଅଧିକ ଶିକ୍ଷାନୁଷ୍ଠାନ ଏହି ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବାର ସମ୍ଭାବନା ଏହି ପ୍ରଯୁକ୍ତି ପାଖରେ ରହିଛି ଯାହା ଜ୍ଞାନ ପ୍ରସାରଣ, ନବସୃଜନ ଓ ସହଯୋଗିତାର ଅସୀମ ସମ୍ଭାବନାକୁ ଉଜାଗର କରୁଛି। ସାରା ଭାରତର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରର୍ବତୀ ପିଢ଼ିର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଓ ଟ୍ରୁ-୫ଜି କ୍ୟାମ୍ପସ୍ ଅଭିଯାନରେ ଯୋଡିହେଲେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଜାରି ରହିଛି।

ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଅଂଶସ୍ୱରୂପ ଚଳିତ ସପ୍ତାହରେ ରାଉରକେଲାର ଏସକେଡ଼ିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଜିଲ୍ଲାର ଭଦ୍ରକ ଅଟୋନମସ କଲେଜ ଏବଂ କେନ୍ଦୁଝର ଜିଲ୍ଲାର ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସର ଏବେ ଜିଓ ଟ୍ରୁ୫ଜି କ୍ୟାମ୍ପସରେ ପରିଣତ ହୋଇଛି। ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା।

ଛାତ୍ରଛାତ୍ରୀମାନଙ୍କ ସହ ଏକ ଭାବ ବିନିମୟ କାର‌୍ୟ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍ ପକ୍ଷରୁ ଟ୍ରୁ-୫ଜିର ବହୁମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନାକୁ ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡ଼ିଓ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହାର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା। ଏଥିସହିତ ଜିଓର ଅଭିନବ ଏଆର ଭିଆର ଡିଭାଇସ ଜିଓ ଡାଇଭ ବ୍ୟବହାର ଅନୁଭୂତି ନେଇଥିଲେ ଛାତ୍ରଛାତ୍ରୀ।

ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଅଧିକ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ନଜରରେ ରଖି ଜିଓ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଏବଂ ନିରବଚ୍ଛିନ୍ନ ୫ଜି ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍ ସ୍ଥାପନ କରାଯାଇଛି।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି। ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରହିଛି ଯାହା ୫ଜି-ସ୍ଥାପନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି। ଟେଲିକମ୍ ବିଭାଗ ପକ୍ଷରୁ ନିକଟରେ ପ୍ରଦାନ କରାଯାଇଥିବା ଜିଲ୍ଲାଭିତିକ ତଥ୍ୟ ଅନୁସାରେ ଓଡ଼ିଶାରେ ସ୍ଥାପନ କରାଯାଇଥିବା ମୋଟ ୭୭୫୬ ଟି ୫ଜି ବିଟିଏସ୍ ମଧ୍ୟରୁ ଜିଓ ସର୍ବାଧିକ ୬୩୪୫ ଟି ୫ଜି ବିଟିଏସ୍ ସ୍ଥାପନ କରିଛି।

ଜିଓ ଟ୍ରୁ-୫ଜିର ତିନି-ସ୍ତରୀୟ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି ଯେଉଁଥିରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଢାଂଚା ସହିତ ଉନ୍ନତ ୫ଜି ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ କୌଣସି ନିର୍ଭରଶୀଳତା ନାହିଁ; ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍ ମିଶ୍ରଣ, କ୍ୟାରିୟର ଏଗ୍ରିଗେସନ ଯାହା କ୍ୟାରିୟର ଏଗ୍ରିଗେସନ ନାମକ ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ୫ଜି ଫ୍ରିକ୍ୟୁଏନ୍‌ସିଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ମିଶ୍ରଣ କରି ଏକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରିଛି।

ଭାରତର ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ଜିଓର ଟ୍ରୁ-୫ଜି ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦ୍ରୁତ ଓ ଭରସାଯୋଗ୍ୟ ଯୋଗାଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଥିବା ବେଳେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଫାକଲ୍‌ଟି ସଦସ୍ୟମାନଙ୍କୁ ସଶକ୍ତ କରୁଛି। ଅଧିକ ଶିକ୍ଷାନୁଷ୍ଠାନ ଏହି ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବାର ସମ୍ଭାବନା ଏହି ପ୍ରଯୁକ୍ତି ପାଖରେ ରହିଛି ଯାହା ଜ୍ଞାନ ପ୍ରସାରଣ, ନବସୃଜନ ଓ ସହଯୋଗିତାର ଅସୀମ ସମ୍ଭାବନାକୁ ଉଜାଗର କରୁଛି। ସାରା ଭାରତର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରର୍ବତୀ ପିଢ଼ିର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଶୁଭାରମ୍ଭ

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରାର ଶୁଭାରମ୍ଭ କରାଯାଇଛି।

ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନ ଅଡିଟୋରିୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରିଲାଏନ୍ସ ଜିଓର ଓଡିଶା ମୁଖ୍ୟ ପ୍ରଦୀପ ରାଉତ, ସୋଆ ଫାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନ୍େସସର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଅଧିକ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ନଜରରେ ରଖି ଜିଓ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଏବଂ ନିରବଚ୍ଛିନ୍ନ ୫ଜି ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍ ସ୍ଥାପନ କରାଯାଇଛି।

ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍ ପକ୍ଷରୁ ଟ୍ରୁ-୫ଜିର ବହୁମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନାକୁ ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡ଼ିଓ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହାର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି। ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରହିଛି ଯାହା ୫ଜି-ସ୍ଥାପନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି। ଟେଲିକମ୍ ବିଭାଗ ପକ୍ଷରୁ ନିକଟରେ ପ୍ରଦାନ କରାଯାଇଥିବା ଜିଲ୍ଲାଭିତିକ ତଥ୍ୟ ଅନୁସାରେ ଓଡ଼ିଶାରେ ସ୍ଥାପନ କରାଯାଇଥିବା ମୋଟ ୭୭୫୬ ଟି ୫ଜି ବିଟିଏସ୍ ମଧ୍ୟରୁ ଜିଓ ସର୍ବାଧିକ ୬୩୪୫ ଟି ୫ଜି ବିଟିଏସ୍ ସ୍ଥାପନ କରିଛି।

ଜିଓ ଟ୍ରୁ-୫ଜିର ତିନି-ସ୍ତରୀୟ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି ଯେଉଁଥିରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଢାଂଚା ସହିତ ଉନ୍ନତ ୫ଜି ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ କୌଣସି ନିର୍ଭରଶୀଳତା ନାହିଁ; ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍ ମିଶ୍ରଣ, କ୍ୟାରିୟର ଏଗ୍ରିଗେସନ ଯାହା କ୍ୟାରିୟର ଏଗ୍ରିଗେସନ ନାମକ ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ୫ଜି ଫ୍ରିକ୍ୟୁଏନ୍‌ସିଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ମିଶ୍ରଣ କରି ଏକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରିଛି।

ଭାରତର ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ଜିଓର ଟ୍ରୁ-୫ଜି ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦ୍ରୁତ ଓ ଭରସାଯୋଗ୍ୟ ଯୋଗାଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଥିବା ବେଳେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଫାକଲ୍‌ଟି ସଦସ୍ୟମାନଙ୍କୁ ସଶକ୍ତ କରୁଛି। ଅଧିକ ଶିକ୍ଷାନୁଷ୍ଠାନ ଏହି ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବାର ସମ୍ଭାବନା ଏହି ପ୍ରଯୁକ୍ତି ପାଖରେ ରହିଛି ଯାହା ଜ୍ଞାନ ପ୍ରସାରଣ, ନବସୃଜନ ଓ ସହଯୋଗିତାର ଅସୀମ ସମ୍ଭାବନାକୁ ଉଜାଗର କରୁଛି। ସାରା ଭାରତର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରବର୍ତ୍ତୀ ପିଢ଼ିର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ସମସ୍ତ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ୱାଇଫାଇ ସହ ୧ ଜିବି ଡାଟା

ଭୁବନେଶ୍ୱର : ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗର ବିଗତ ଚାରି ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼କ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳରେ କଳାତ୍ମକ ଭିତ୍ତିଭୂମିର ସୁବିଧା ପ୍ରଦାନ କରି ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି ଯାହାକି ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବାତାବରଣରେ ଉତ୍କର୍ଷ ଆଣିବାରେ ଉପଯୋଗୀ ହୋଇପାରିଛି।

ରାଜ୍ୟର ବୈଷୟିକ ଅନୁଷ୍ଠାନ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ମାଗଣା ୱାଇଫାଇର ସୁବିଧା ଅଛି। ଛାତ୍ରଛାତ୍ରୀମାନଙ୍କୁ ମାଗଣା ୧ ଜିବି ଡାଟା ଯୋଗାଇଦେବା ନିମନ୍ତେ ଇଲେକ୍‌ଟ୍ରୋନିକ୍ସ, ସୁଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ କାର୍ଯ୍ୟ କରୁଛି। ୨୦୧୬-୧୭ ଠାରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଶତକଡା ୧ ସୁଧ ହାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି ଏବଂ ବଳକା ସୁଧର ଭାର ସରକାର ବହନ କରୁଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଲେ ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ ଯୋଗାଇଦେବା ନିମନ୍ତେ ମାର୍ଗଦର୍ଶିକାରେ ଥିବା ରାଜ୍ୟସ୍ତରୀୟକୁ ଜିଲ୍ଲା ଓ ମଣ୍ଡଳରେ ପରିବର୍ତ୍ତନ କରାଯାଇ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଜିଲ୍ଲା / ମଣ୍ଡଳ ସ୍ତରରେ (ରାଜ୍ୟସ୍ତରୀୟ ନୁହେଁ) ମେଧା ତାଲିକା ପ୍ରସ୍ତୁତ କରିବା ପାଇଁ ବୃତ୍ତି ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇଛି।

ସର୍ବଭାରତୀୟ ସେବା ପରୀକ୍ଷା ନିମନ୍ତେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ସମସ୍ତ ବର୍ଗର ୨୦୦ ମେଧାବୀ ବେସାମରିକ ସେବା ଆଶାୟୀମାନଙ୍କ ପାଇଁ ମାଗଣାରେ ତାଲିମ ବ୍ୟବସ୍ଥା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇାଛି। ରାଜ୍ୟ/ଦେଶ ବାହାରକୁ ଏକ୍ସପୋଜର ଭିଜିଟ ସମେତ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ନିୟମିତ ଭାବେ ଓରିଏଣ୍ଟସେନ/ ରିଫ୍ରେସର/ ମିଡକ୍ୟାରିଅର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଳ୍ପ କିଛି ବିଷୟର ବିକାଶ ନିମନ୍ତେ ସାରା ରାଜ୍ୟରେ ୧୧ ଗୋଟି ଉତ୍କର୍ଷ କେନ୍ଦ୍ର (ସିଓଇ) କାର୍ଯ୍ୟ କରୁଛି। ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକର ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ବିଶେଷ କରି ବିଜ୍ଞାନ ଡିଗ୍ରୀ ପାଠ୍ୟକ୍ରମରେ ପଢିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀମାନଙ୍କର ଯନି ନେବା ନିମନ୍ତେ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଥିଲେ।

୨୦୦୦ ମସିହାର ଉଚ୍ଚଶିକ୍ଷା କ୍ଷେତ୍ର ନିମନ୍ତେ ବଜେଟ ବ୍ୟବସ୍ଥା ୪୭୩ କୋଟି ଥିବାବେଳେ ୨୦୨୩ ମସିହାରେ ଏହା ୩୧୭୩ କୋଟିକୁ ବୃଦ୍ଧି କରାଯାଇଛି । ମହାବିଦ୍ୟାଳୟ ସଂଖ୍ୟା ୫୪୮ ରୁ ୧୦୨୪ ବୃଦ୍ଧି ହୋଇଥିବାବେଳେ ରାଜ୍ୟ ସାଧାରଣ ବିଶ୍ୱବିଦ୍ୟାଳୟ ସଂଖ୍ୟା ୬ ରୁ ୧୬ କୁ ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନୁଯାୟୀ ସ୍ନାତକ ମେଧାବୃତ୍ତି ଅଧୀନରେ ୧୦ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା, ସ୍ନାତକୋତ୍ତର ମେଧାବୃତ୍ତି ଅଧୀନରେ ୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୫ ହଜାର, ଦେଶରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଓଡିଆ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୬-୧୭ ମସିହାରୁ ସରକାର ୨୦ ହଜାର ଟଙ୍କା (ଏକକାଳୀନ) ୧୨ ଶହ ସ୍ନାତକ ଏବଂ ୩୦୦ ସ୍ନାତକୋତ୍ତର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରୁଛନ୍ତି।

ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାର ୨୦୧୯-୨୦ ମସିହାରୁ ବାର୍ଷିକ ୨୦ ହଜାର ଟଙ୍କା ଗୋପବନ୍ଧୁ ସହାୟତା ଯୋଜନାରେ ଯୋଗାଇ ଦେଉଛନ୍ତି। ଆର୍ଥିକ ସାହାଯ୍ୟ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ। ଏଥିପାଇଁ ବଜେଟରେ ପ୍ରତିବର୍ଷ ସରକାର ୪୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସ୍ଥା ରଖିଛନ୍ତି। କଳିଙ୍ଗ ଶିକ୍ଷା ସହାୟତା ଯୋଜନା ଅଧୀନରେ ଶିକ୍ଷା ଋଣ ନେଇଥିବା ଛାତ୍ରଛାତ୍ରୀମାନେ ୧% ସୁଧ ଦେଉଥିଲାବେଳେ ସୁଧ ବବାଦକୁ ବଳକା ଅର୍ଥ ସରକାର ବହନ କରୁଛନ୍ତି।

ନିୟୋଜନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ୫୦ ହଜାର ଛାତ୍ରଛାତ୍ରୀମାନଙ୍କୁ ଚାକିରି ମେଳା ମାଧ୍ୟମରେ ଇଣ୍ଟର୍ନସିପ ଓ ଦକ୍ଷତା ବିକାଶ ତାଲିମ ନିଗମ ଏବଂ ଶିଳ୍ପ ଚୟନକାରୀ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ପ୍ରଦାନ କରିବା ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ଗବେଷଣା ପ୍ରୋତ୍ସାହନ ବୃତ୍ତି ଯୋଜନା ଅଧିନରେ ପୂର୍ବରୁ ଥିବା ଓଡିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବିକରଣ ପ୍ରୋତ୍ସାହନ ଯୋଜନା ନୂତନ ଯୋଜନା ସହିତ ସମ୍ମିଳିତ ହୋଇ ୫ ବର୍ଷ ପାଇଁ ୩୨୬ କୋଟି ଟଙ୍କା ୨୦୨୩-୨୪ ରେ ବଜେଟରେ ସ୍ଥାନିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି।

ଉତ୍ତମ ଓ ସ୍ୱଚ୍ଛ ପ୍ରଶାସନ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଛି। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ନିମନ୍ତେ ବିକଶିତ ହୋଇଥିବା ‘ଇ-ରିସୋର୍ସ’ କାର୍ଯ୍ୟକ୍ରମ ପାଇଁ ୨୦୨୨ ମସିହାରେ ବିଭାଗ ସ୍କଚ ଗୋଲï ଆୱାର୍ଡରେ ସମ୍ମାନିତ ହୋଇଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ହକି ଦଳ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ହକି ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଛି। ରାଜ୍ୟ ସାଧାରଣ ବିଶ୍ୱବିଦ୍ୟାଳୟର ଅଧ୍ୟାପକ/ ଅଧ୍ୟାପିକାମାନେ ଶିକ୍ଷାଗତ କ୍ଷେତ୍ରରେ ୩୭୨ ଗୋଟି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଞ୍ଚାସୀନ ଥିବାବେଳେ ବିଭାଗୀ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କଲେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ଭଲିବଲ ଓ ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ରଙ୍ଗୋଲୀରେ ଜି-୨୦ଲୋଗୋ ଡିଜାଇନ କରିଥିଲେ।

ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଲୋକ ନୃତ୍ୟ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। କଳାକାରମାନେ କୃଷି, ବିବାହ ଓ ଯୁଦ୍ଧ ବିଷୟବସ୍ତୁ ଉପରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ପରିବେଶ କରିଥିଲେ। ସେହିପରି ଏନଆଇଟି ଋତ୍ୱିକ କ୍ଲବର ସଦସ୍ୟମାନେ ‘ଅବସର’ ନାମକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ବିଷୟବସ୍ତୁ ଉପରେ ନାଟକଟି ଆଧାରିତ ଥିଲା।

ରାଉରକେଲାର ସ୍କୁଲ ଛାତ୍ରଛାତ୍ରୀମାନେ ଜି୨୦ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରିଥିଲେ। ସ୍ମାର୍ଟସିଟି ଉପରେ ଆଧାରିତ ଏହି ପ୍ରଦର୍ଶନୀରେ ଦୀର୍ଘସ୍ଥାୟୀ ଜୀବନଯାପନ ଏବଂ ବିକାଶ ଉପରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଛାତ୍ରଛାତ୍ରୀଙ୍କ ସହିତ ମତବିନିମୟ କରିବା ସହିତ ସେମାନଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥିଲେ।

ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ‘‘ମୌଳିକ ସାକ୍ଷରତା ଓ ସଂଖ୍ୟା ଶାସ୍ତ୍ର : ନୀତି ଓ ଅଭ୍ୟାସ’’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱରସ୍ଥିତ ବିଆଇଆଇଟିଏମ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟପଟେ ବ୍ରହ୍ମପୁର ସ୍ଥିତ ଆଇଜର ପକ୍ଷରୁ ଏକ ସଚେତନତା ଗଣଦୌଡ଼ ଆୟୋଜନ କରାଯାଇଥିଲା। ଜି-୨୦ ଜନଭାଗିଦାରୀ ଅଧୀନରେ ଆୟୋଜିତ ଏହି ମିନି ଗଣଦୌଡ଼ ପ୍ରତିଯୋଗିତାକୁ ଜିଲ୍ଲା ଦୌଡ଼କୁଦ ସଂଘ ସହଭାଗିତାରେ ଅନୁଷ୍ଠିତ ହୋଇଥିଲା।

କଟକ ଓଲଟପୁର ସ୍ଥିତ ଏସଭି-ନିରତାର ପକ୍ଷରୁ ଜନଭାଗିଦାରୀ କାର୍ଯକ୍ରମ ଅଧୀନରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆଜି ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ।

ଅନୁରୂପ ଭାବେ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଦିବ୍ୟାଙ୍ଗମାନଙ୍କ ପାଇଁ ଗମ୍ଭୀର ଅସୁସ୍ଥତାରୁ ଆରାମ ପାଇବା ଲାଗି ଯୋଗ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସେହିପରି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ୟି ଏଣ୍ଡ ଲରେନ୍ସ ଏଣ୍ଡ ମାୟୋ ଟିମ୍‌ ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ ସୌଧ୍ୟା ଗ୍ରାମ ପଞ୍ଚାୟତ ଠାରେ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟ୍ରାଭେଲ ଏଣ୍ଡ ଟୁରିଜିମ୍‌ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ପକ୍ଷରୁ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ‘‘ଓଡ଼ିଶା : ଇଣ୍ଡିଆସ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’’ ବିଷୟବସ୍ତକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଅନୁଗୁଳ ସ୍ଥିତ ଜବାହର ନବୋଦାୟ ବିଦ୍ୟାଳୟ ଦ୍ୱାରା ଏକ ଜି-୨୦ ଲୋଗୋ ଡିଜାଇନ କର୍ମଶାଳା ଆୟୋଜନ କରାଯାଇଥିଲା। ଜି-୨୦ରେ ଭାରତର ନେତୃତ୍ୱ ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ଲୋଗୋ ଡିଜାଇନ କରିଥିଲେ।

ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଭୁବନେଶ୍ୱରସ୍ଥିତ ଆଇସିଏମଆର ଆରଏମଆରସି ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଜରୁରୀ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରଯୁକ୍ତି ବିଦ୍ୟାରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଥିବା ପରିପ୍ରେକ୍ଷୀରେ ଶିଳ୍ପ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ଜ୍ଞାନର ଆଦାନପ୍ରଦାନର ଆବଶ୍ୟକତା ରହିଛି ବୋଲି ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଇଣ୍ଡଷ୍ଟ୍ରୀ-ଇନ୍‌ଷ୍ଟିଚ୍ୟୁଟ୍ ଇଂଟରଆକସନ୍ କନ୍‌କ୍ଲେଭ୍‌ରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହେଉଥିବା ଗବେଷଣା ଶିଳ୍ପର ଆବଶ୍ୟକତାକୁ ଆଖିରେ ରଖିବା ଆବଶ୍ୟକ। ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ସେମାନଙ୍କର ବାସ୍ତବ କ୍ଷେତ୍ରର ଅଭିଜ୍ଞତାକୁ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ରଖିବା ଦରକାର ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟିର ଜେନେରାଲ୍ ମ୍ୟାନେଜର ଡକ୍ଟର ମଳୟ କୁମାର ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପ୍ରଧାନ କହିଥିଲେ ଯେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟମିତ ଭାବେ ଶିଳ୍ପଗୁଡ଼ିକୁ ଯାଇ ସେଠିକାର ବାସ୍ତବ ଜ୍ଞାନ ଆହରଣ କରିବା ଜରୁରୀ। ସେହିପରି ଗବେଷକମାନେ ଶିଳ୍ପରେ କାର୍ଯ୍ୟ କରୁଥିବା ବୈଷୟିକ କାର୍ଯ୍ୟକାରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଅହରହ ଘଟୁଥିବା ବିଭିନ୍ନ ପରିବର୍ତନ ଓ ଉନ୍ନତି ବିଷୟରେ ଜଣାଇବା ଆବଶ୍ୟକ। ଏହା ସଂଗେ ସଂଗେ ଗବେଷଣା ନିମନ୍ତେ ଶିଳ୍ପଗୁଡ଼ିକ ବଛାବଛା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆର୍ଥିକ ସହାୟତା ଯୋଗାଇବା ଦରକାର ବୋଲି ସେ କହିଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷ, ଶିକ୍ଷାବିତ୍ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
ଯୋଗ ଦେଇଥିଲେ।

ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପୂର୍ବତନ କୁଳପତି ତଥା ବର୍ତ୍ତମାନର ମୁଖ୍ୟ ପରାମର୍ଶଦାତା ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ରଞ୍ଜିତ୍ ସିଂ ଚୁଗ୍ ଏବଂ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମହାନ୍ତି କହିଥିଲେ ଯେ, ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଉଭୟଙ୍କ ନିମନ୍ତେ ଲାଭଦାୟକ ହୋଇଥିବା ବେଳେ ସାମାଜିକ ପରିବର୍ତନ ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ପ୍ରଫେସର ମହାପାତ୍ର ପାଠ୍ୟକ୍ରମରେ ପରିବର୍ତନ କରାଯିବା ଜରୁରୀ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଶିଳ୍ପାନୁଷ୍ଠାନରେ ଇନ୍‌ଟର୍ଣ୍ଣସିପ୍ କରିବା ଆବଶ୍ୟକ ବୋଲି କହିଥିଲେ।

ଶିଳ୍ପାନୁଷ୍ଠାନକୁ ପ୍ରଶିକ୍ଷିତ ମାନବସମ୍ବଳ ଯୋଗାଇବା ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାଥମିକ ଦାୟିତ୍ୱ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ। ତେଣୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଶିଳ୍ପାନୁଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ପାଇପାରି ନଥିବା ପ୍ରଶିକ୍ଷଣ କିଭଳି ଶିଳ୍ପାନୁଷ୍ଠାନରେ ପାଇପାରିବେ ସେ ଦାୟିତ୍ୱ ଶିଳ୍ପ ନେବା ଉଚିତ୍ ବୋଲି ସେ କହିଥିଲେ। ଶ୍ରୀ ଚୁଗ୍ ଅନ୍ୟ ବକ୍ତାମାନଙ୍କର ବକ୍ତବ୍ୟରେ ସହମତି ପ୍ରଦାନ କରିବା ସହ ଭବିଷ୍ୟତ ପୀଢ଼ିଙ୍କୁ ଗଢ଼ି ତୋଳିବା ଉଭୟ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର ଦାୟିତ୍ୱ ବୋଲି କହିଥିଲେ।

ମେକାନିକାଲ୍ ବିଭାଗର ମୁଖ୍ୟ ଡଃ ଡି.ଏନ୍ ଥାଟୋଇ କହିଥିଲେ ଯେ ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ପରସ୍ପର ନିଜ ମଧ୍ୟରେ ବୁଝାମଣା ରଖିବା ଜରୁରୀ ଏବଂ ଛାତ୍ରଛାତ୍ରୀମାନେ ନୂତନ ଟେକ୍ନୋଲୋଜି ଓ ଇଞ୍ଜିନିୟରିଂ ପ୍ରକ୍ରିୟାଗୁଡ଼ିକ ସହ ଜଡିତ ହେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଷ୍ଟିଲ୍ ଆଣ୍ଡ ମାନୁଫ୍ୟାକ୍‌ଚରିଂ, ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରୀ ଏବଂ ସେଫ୍ଟି ଆଣ୍ଡ ବଏଲର୍ ଡିଭିଜନ୍ ସହ ଜଡିତ ରାଜ୍ୟର ୫୦ଟି ଶିଳ୍ପାନୁଷ୍ଠାନ ସାମିଲ୍ ହୋଇଥିଲେ ବୋଲି ସମ୍ମିଳନୀର ଆବାହକ ଡଃ ଏସ.ଏସ୍ ମହାପାତ୍ର ସୂଚନା ଦେଇଥିଲେ।