Categories
ଆଞ୍ଚଳିକ

ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତା ନେଇ ବାଣପୁର ଏନଏସି ରେ ସଚେତନ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତା ନେଇ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ବିଜ୍ଞାପିତ ଅଂଚଳ ପରିଷଦ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଯୋଗଦେଇ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ସିଟରେ ସମସ୍ତ ବେସରକାରୀ ବିଦ୍ୟାଳୟରେ ଆର୍ଥିକ ଅନଗ୍ରସର ଓ ଅନ୍ୟାନ ବର୍ଗର ଛାତ୍ରଛାତ୍ରୀ ମାନେ କିପରି ସହଜରେ ପଢିବେ ସେ ଉପରେ ସମସ୍ତ ନିୟମ ପ୍ରଦାନ କରିଥିଲେ।

ବ୍ୟବସ୍ଥା ଅନୁସାରେ ୩ ବର୍ଷରୁ ୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମନେ ନର୍ସରୀରୁ କ୍ଲାସ ୧ ପର୍ଯ୍ୟନ୍ତ ସଂପୂର୍ଣ୍ଣ ମାଗଣା ପାଠ ପଢ଼ିପାରିବେ। ଅଭିଭାବକମାନେ ରାସନ କାର୍ଡ, ଲେବର କାର୍ଡ କିମ୍ବା ଇନକମ ସାର୍ଟିଫିକେଟ ସହିତ rteparadarshi.odisha.gov.in ରେ ନିଜର ରେଜିଷ୍ଟ୍ରେସନ କରି ନାମ ଲେଖିପାରିବେ।

ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ କାଉନସିଲ ଏବଂ ଅଙ୍ଗନବାଡି କର୍ମୀ, ସ୍ଵଚ୍ଛ କର୍ମି ଯୋଗ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ଆଗେଇଆସିଥିଲେ। ଏଥିରେ ଚି଼ଲ୍ଲୀକା ବ୍ଲକ ସଂଯୋଜକ ବିକ୍ରମ ବିଶୋଇ, ଟାଙ୍ଗି ବ୍ଲକ ସଂଯୋଜକ ବିଜୟ ପ୍ରଧାନ ଏବଂ ବାଣପୁର ବ୍ଲକ ଓ ଏନ ଏ ସି ସଂଯୋଜକ ସ୍ଵର୍ଣ୍ଣଲତା ଖୁଣ୍ଟିଆ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଆଡିମିସନ କରିବା ଏବଂ ଏହି ବିଷୟରେ ଅଧିକ ଜାଣିବା ପାଇଁ ବାଣପୁର ସଂଯୋଜକ ସ୍ଵର୍ଣ୍ଣଲତା ଖୁଣ୍ଟିଆଙ୍କ +୯୧ ୮୦୭ ୩୬୧ ୪୭୬୨ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।