Categories
ଆଞ୍ଚଳିକ

ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ବାଣପୁରର ଯୁବ ବୈଜ୍ଞାନିକ ଶଶାଙ୍କ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶା ବିଜ୍ଞାନ ଏକଡେମୀ ପକ୍ଷରୁ ‘ବୈଜ୍ଞାନିକ ସମ୍ବଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୦’ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ।

ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟ ଅପ୍ ଓ ଇକୋ-ସିଷ୍ଟମ୍‌ ବିକାଶ କ୍ଷେତ୍ରରେ ସଫଳ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥୁ ରୂପେ ଯୋଗଦେଇଏକଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରର ଅଡିଓ ସଂସ୍କରଣ ଜାରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଓଡ଼ିଶାରେ କାର୍ଯ୍ୟରତ ଯୁବ- ବୈଜ୍ଞାନିକ ଡ. ଶଶାଙ୍କ ଶେଖର ସ୍ଵାଇଁଙ୍କୁ ଜୀବ ଓ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ “ଓଡ଼ିଶା ଯୁବ ବୈଜ୍ଞାନିକ” ପୁରସ୍କାର ସହ ୨୫ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସୂଚନା ଥାଉକି ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ବ୍ରଜକିଶୋର ସ୍ୱାଇଁଙ୍କ ପୁତ୍ର। ସେ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ କଲେଜରୁ ‘ଜୈବପ୍ରଯୁକ୍ତିତଥ୍ୟବିଦ୍ୟା’ ରେ ସ୍ନାତକ ୨୦୧୦ ଏବଂ ସ୍ନାତକୋତ୍ତର ୨୦୧୨ ରେ ସମାପ୍ତ କରିଛନ୍ତି। ସେ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ‘ଜୈବପ୍ରଯୁକ୍ତିବିଦ୍ୟା’ ରେ ପି.ଏଚଡି. (ଡ଼କ୍ଟରେଟ) ୨୦୧୯ ମସିହାରେ ରେ ହାସଲ କରିଛନ୍ତି। ବର୍ତ୍ତମାନ, ସେ ଆଧୁନିକ ବିଜ୍ଞାନ ପାଇଁ ନାନୋମେଡିସିନ୍ ପ୍ରୟୋଗ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ‘ଡିବିଟି-ଜୀବ ବିଜ୍ଞାନ ସଂସ୍ଥାନ’ ର ନାନୋମେଡିସିନ୍ ଲାବୋରେଟୋରୀରେ ‘ପୋଷ୍ଟଡକ୍ଟରାଲ୍ ଫେଲୋ’ ଭାବରେ କାର୍ଯ୍ୟ କରିଆସୁଅଛନ୍ତି।

ସେ ଗବେଷଣା କ୍ଷେତ୍ରରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ ସେ ଅନେକ ଖ୍ୟାତିସମ୍ପର୍ଣ ଆନ୍ତର୍ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ରେ ଜଣେ ସକ୍ରିୟ ଏବଂ ଖ୍ୟାତିସମ୍ପନ୍ନ ପତ୍ରିକାର ସମ୍ପାଦକୀୟ ବୋର୍ଡ ସଦସ୍ୟ ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କୁ ବ୍ୟବହାର କରି ପ୍ରାକୃତିକ ଉତ୍ପାଦ ଭିତ୍ତିକ ଔଷଧ ମାଧ୍ୟମରେ ଏକ ସୁସ୍ଥ, ସଂକ୍ରମଣ ବିହୀନ ରାଷ୍ଟ୍ର ଗଠନ ଦିଗ ରେ କାର୍ଯ୍ୟରତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଶ୍ୱ ମୃତିକା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତିକା ଦିବସ’ ପାଳିତ ହୋଇଛି।

ଭୁବନେଶ୍ୱର ଉପକଣ୍ଠ ଛତାବର, ମେଣ୍ଢାଶାଳ, ଅନ୍ଧାରୁଆ, ଭୋଳା ଓ କାଟେଣି ଗ୍ରାମରେ ଏହି ଦିବସ ପାଳିତ ହୋଇଛି। ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ଡକ୍ଟର ପ୍ରଣୟ ରାୟ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ମାନସ ପଟେଲ, କୁମାର ସମ୍ଭବ ଗିରି, ଡଃ ରାମ ପ୍ରସାଦ ନନ୍ଦୀ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ମୃତିକାର ସ୍ୱାସ୍ଥ୍ୟ ଓ ଫସଲ ଅମଳ ଉପରେ ଏହା କିପରି ପ୍ରଭାବ ପକାଇଥାଏ ତାହା ଉପରେ ବିଷଦ ଆଲୋଚନା କରିଥିଲେ। ମୃତିକାର ଉତମ ସ୍ୱାସ୍ଥ୍ୟ ହିଁ ଅଧିକ ଅମଳର ଭିତିଭୂମି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।

ଚତୁ୍‌ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଯୋଜିତ ହେଉଥିବା ରାୱେ କାର୍ଯ୍ୟକ୍ରମରେ ମୃତିକା ଦିବସ ସଚେତନତା କାର୍ଯ୍ୟକ୍ରମ ଗ୍ରାମ ମାନଙ୍କର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପାଳନ କରାଯାଇଥିଲା। ଏହି କାଯ୍ୟକ୍ରମରେ ଅଗ୍ରଣୀ କୃଷକ ଓ ଗ୍ରାମବାସୀ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ବିଜୟ କୁମାର ସାହୁ, ସହକାରୀ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ରାୱେ ର ସଂଯୋଜକ ଡକ୍ଟର ଅଂଶୁମାନ ଜେନା ମଧ୍ୟ ଯୋଗ ଦେଇ କୃଷକ ମାନଙ୍କୁ ମୃତିକାର ଉତମ ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବା ଉଚିତ ବୋଲି କହିଥିଲେ। ଡକ୍ଟର ଭୁବନାନନ୍ଦ ଅଧିକାରୀ ,ଅଧ୍ୟାପକ ଦୀପ୍ତନୁ ଦତ ଓ ଡକ୍ଟର ସବ୍ୟସାଚୀ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ମାନୀତ ହେଲେ ସୋଆ ପ୍ରଫେସର 

ଭୁବନେଶ୍ୱର: ମହାରାଷ୍ଟ୍ର ନାଗପୁରସ୍ଥିତ ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅପୂର୍ବ ବିଜ୍ଞାନ ମେଳା ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ବିଜ୍ଞାନ ଶିକ୍ଷାକୁ ସରଳ କରି ଏହାକୁ କିପରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ହେବ ଏହାର ପ୍ରୟାସ କରୁଥିବା୧୭ଟି ରାଜ୍ୟର ୫୦ଜଣ ବ୍ୟକ୍ତିଙ୍କୁ ନଭେମ୍ବର ୨୦ରେ ସମ୍ମାନିତ କରାଯାଇଛି। ଏହି ୫୦ ଜଣଙ୍କୁ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ଓଡିଶାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ପଦାର୍ଥ ବିଜ୍ଞାନ ବିଭାଗ ର ପ୍ରଫେସର ନଚିକେତା ଖମାରୀ ଶର୍ମାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରର ସଡକ ଓ ପରିବହନ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତା ଦେଇଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର (ଏନସିଏସଟିସି) ନିର୍ଦ୍ଦେଶକ ଡକ୍ଟର ନକୁଳ ପରାଶର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରୋ- ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଏଆରଟିବିଏସଇର ସଭାପତି ପ୍ରଖ୍ୟାତ ଗାନ୍ଧିବାଦୀ ରଘୁ ଠାକୁର ଅଧ୍ୟକ୍ଷତା କରିଥିଲେ। ଏଥିରେ ଏଆରଟିବିଏସଇର ଉପାଧ୍ୟକ୍ଷ ଶ୍ରୀ ଶୁକ୍ଳା, ସାଧାରଣ ସଂପାଦକ ସୁରେଶ ଅଗ୍ରୱାଲ ଓ ଭେଲର ପୂର୍ବତନ ମହାପ୍ରବନ୍ଧକ ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।