Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ନେଇ ସୋଆ ଏବଂ ଆଇସିଏମ୍‌ଆର-ଆର୍‌ଏମ୍‌ଆର୍‌ସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗ ନିମନ୍ତେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଇସିଏମ୍‌ଆର୍‌- ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର (ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁଯାୟୀ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଓ ସୋଆ ମିଳିତ ଭାବରେ ଟାସ୍କଫୋର୍ସ ଗବେଷଣା ଓ ପ୍ରକଳ୍ପ ନିମନ୍ତେ ରାଜ୍ୟ, ଜାତୀୟ ଏବଂ ଆନ୍ତିର୍ଜାତିକ ସ୍ତରରେ ଉପଲବ୍ଧ ଅନୁଦାନର ଉପଯୋଗ କରି ଗବେଷଣ। କରିବେ।

ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ପିଏଚ୍‌ଡି ସ୍କଲାରମାନେ ସୋଆରେ ମେଡିକାଲ୍ ସାଇନ୍ସ, ପବ୍ଲିକ୍ ହେଲ୍‌ଥ, ମାଇକ୍ରୋ ବାୟୋଲୋଜି, ଫାର୍ମାସି, ନର୍ସିଂ ଏବଂ ବାୟୋଟେକ୍ନୋଲୋଜି ବିଷୟରେ ଗବେଷଣା କରିବେ। ସେହିପରି ସୋଆ ମଧ୍ୟ ଆଇସିଏମ୍‌ଆର୍‌- ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକମାନଙ୍କୁ ପିଏଚ୍‌ଡି କାର୍ଯ୍ୟରେ ତତ୍ୱାବଧାନ କରିବା ନିମନ୍ତେ ରିସର୍ଚ୍ଚ ଗାଇଡ୍ ଏବଂ କୋ-ଗାଇଡ୍ ଭାବେ ସାମିଲ କରିବ।

ଏହା ବ୍ୟତୀତ ଉଭୟ ସୋଆ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ପିଏଚ୍‌ଡି ରିସର୍ଚ୍ଚ ସ୍କଲାରମାନେ ଉଭୟ ଅନୁଷ୍ଠାନର ଉପଲବ୍ଧ ସୁବିଧା ସୁଯୋଗକୁ ଗବେଷଣା ନିମନ୍ତେ ବ୍ୟବହାର କରିପାରିବେ। ଏହା ବ୍ୟତୀତ ସୋଆ ଏବଂ ସଂମ୍ପୃକ୍ତ କେନ୍ଦ୍ରୀୟ ଅନୁଷ୍ଠାନ ମଧ୍ୟରେ ମାଷ୍ଟର ଅଫ୍ ପବ୍ଲିକ୍ ହେଲ୍‌ଥ ପ୍ରୋଗ୍ରାମ ନିମନ୍ତେ ଫ୍ୟାକଲ୍ଟିମାନଙ୍କର ଆଦାନ ପ୍ରଦାନ କରାଯିବ।

ପାଂଚ ବର୍ଷ ପାଇଁ ହୋଇଥିବା ଏହି ବୁଝାମଣା ପତ୍ରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ଡକ୍ଟର ପତି କହିଛନ୍ତି ଯେ ବୁଝାମଣା ଅନୁଯାୟୀ ଗବେଷଣାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ଜନସ୍ୱାସ୍ଥ୍ୟକୁ ପ୍ରମୁଖ ସ୍ଥାନ ଦିଆଯିବ। ସୋଆ ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଅନେକ ଗବେଷଣା କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ଉଭୟ ଅନୁଷ୍ଠାନ ଏକ୍ରତ କାର୍ଯ୍ୟ କରି ଅଧିକ ସଫଳ ହୋଇପାରିବେ। ସୋଆ ଗବେଷଣା ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇସିଏମ୍‌ଆର୍ ଠାରୁ ପୂର୍ବରୁ ମଧ୍ୟ ଅନୁଦାନ ପାଇଥିବା ବେଳେ ଏହି ରାଜିନାମା ଦ୍ୱାରା ଏହା ଅଧିକ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ବୁଝାମଣା ଦ୍ୱାରା ମିଳିତ ଭାବେ ଅନେକ ଗବେଷଣା କାର୍ଯ୍ୟ, ସମ୍ମିଳନୀ ଏବଂ ସେମିନାର ହୋଇପାରିବ। ଦୁଇଟି ଅନୁଷ୍ଠାନ ମଧ୍ୟରେ ଏହା ଦ୍ୱାରା ସମ୍ପର୍କ ସୁଦୃଢ଼ ହେବ ବୋଲି ସେ କହିଥିଲେ।

ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ପ୍ରମୋଦ କୁମାର ପଣ୍ଡା ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ ଓ ଡକ୍ଟର ମହେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସୋଆ ଏବଂ ସିଫା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଂଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍‌ୱାଟର୍ ଆକ୍ୱାକଲ୍‌ଚର୍ (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ହର୍ବାଲ୍ ବାୟୋମେଡିସିନ୍‌ସ, ନାନୋଟେକ୍ନୋଲୋଜି, ମେରାଇନ୍ ଆଣ୍ଡ ଫ୍ରେଶ୍ ୱାଟର୍ ଇକୋ ସିଷ୍ଟମ୍ସ, ଆଂଟି-ମାଇକ୍ରୋବାଇଆଲ୍ ରେଜିଷ୍ଟାନ୍ସ, ଇମ୍ୟୁନୋଲୋଜି ଆଣ୍ଡ ଟ୍ରାନ୍ସଲେସ୍‌ନାଲ୍ ମେଡିସିନ୍ ରିସର୍ଚ୍ଚ ଇତ୍ୟାଦି କ୍ଷେତ୍ରରେ ଦୁଇଟି ଅନୁଷ୍ଠାନ ମଧ୍ୟରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ କରାଯିବ।
ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଆଇସିଏଆର୍‌-ସିଫାର ନିର୍ଦ୍ଦେଶକ ଡକ୍ଟର ସରୋଜ କୁମାର ସ୍ୱାଇଁ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ପ୍ରଧାନ ଏହି ଏମ୍‌ଓୟୁ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚରଣ ସି, ଫାର୍ମସ୍ୟୁଟିକ୍ସ ବିଭାଗର ପ୍ରଫେସର ଗୈାତମ ରଥ ଓ ଡକ୍ଟର ବିନୀତ କୁମାର ରାଏ, ଫାର୍ମାକଗ୍ନୋସି ବିଭାଗର ପ୍ରଫେସର ଗୌତମ ଘୋଷ, ଫାର୍ମାକଲୋଜି ବିଭାଗର ପ୍ରଫେସର ଦୁର୍ଗାମାଧବ କର ଓ ଡକ୍ଟର ବିଶ୍ୱନାଥ କର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ଏବଂ ଡକ୍ଟର ଦେବସ୍ମିତା ଦୁବେ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସେହିପରି ଆଇସିଏଆର୍‌-ସିଫା ପକ୍ଷରୁ ଫିସ୍ ଜେନେଟିକ୍ସ ଆଣ୍ଡ ବାୟୋଟେକ୍ନୋଲୋଜି ଡିଭିଜନ୍‌ର ମୁଖ୍ୟ ଡକ୍ଟର ପରମାନନ୍ଦ ଦାସ, ପ୍ରିନ୍ସିପାଲ୍ ସାଇନ୍‌ଟିଷ୍ଟ ଡକ୍ଟର ମୃଣାଲ୍ ସାମନ୍ତ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ଆଇସିଏଆର୍‌-ସିଫାର କର୍ତୃପକ୍ଷ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।