ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି ମନ୍ଦିର ସମ୍ମୁଖରେ ଏକ ଅଖଣ୍ଡ ଧ୍ବନି ଜଳୁଛି। ବିଶ୍ବାସ ରହିଛି ବାହାଘର ଦେଖିବା ପାଇଁ ବିଷ୍ଣୁ ସେହିଠାରେ ଏକ କୁଣ୍ଡରେ ଅଗ୍ନି ଜାଳି ବସିଥିଲେ। ଫଳରେ ସେହି ଧ୍ବନି ଆଜି ପର୍ଯ୍ୟନ୍ତ ଅର୍ଥାତ ତିନି ଯୁଗ ଧରି ଜଳୁଛି ବୋଲି କୁହାଯାଉଛି। ଭକ୍ତମାନେ ସେହି ମନ୍ଦିରକୁ ଦର୍ଶନରେ ଆସିଲେ ଭକ୍ତିପୂତ ଭାବେ ସେହି ଅଗ୍ନି କୁଣ୍ଡରେ କାଠ ନିକ୍ଷେପ କରିଥାନ୍ତି। ଏହା ଦ୍ବାରା ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।
