Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ମୟୁରଭଂଜ ଝିଅକୁ ନେଇ ଜାତୀୟ ରାଜନୀତିରେ ହଲଚଲ, ସେବେ ରାଷ୍ଟ୍ରପତି ଏବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜନୀତିରେ ମୟୁରଭଂଜର ଆଉ ଜଣେ ଝିଅକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୟୁରଭଂଜର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେଲା ସେତେବେଳେ ମଧ୍ୟ ଏହି ଜିଲ୍ଲା ଜାତୀୟ ରାଜନୀତିର ଦୃଷ୍ଟିକୁ ଆସିଥିଲା। କାରଣ ମୟୁରଭଂଜର ଜଣେ ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିଲେ।

ତେବେ ସହି ଚର୍ଚ୍ଚା ଶେଷ ହେବ ପରେ ବର୍ତ୍ତମାନ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଲା ସେହି ମୟୁରଭଂଜ ଜିଲ୍ଲାର ଜଣେ ଝିଅ ଏବେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡିଶାର ନୁହେଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ।

କଳ୍ପନା ସୋରେନ ହେଉଛନ୍ତି ଓଡିଆ ଝିଅ। ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ସେ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନଙ୍କୁ ୨୦୦୬ ଫେବ୍ରୁଆରୀ ୭ରେ ବିବାହ କରିଛନ୍ତି। ଶିବୁ ସୋରେନ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ମୁଖ୍ୟ। ଶିବୁ ସୋରେନଙ୍କ ଦୁର୍ନିତି ନେଇ ଯେତେବେଳେ ତଦନ୍ତ ହୋଇଥିଲା ସେତେବେଳେ ସିବିଆଇ ଝାଡଖଣ୍ଡର ବିଭିନ୍ନ ସ୍ଥାନ ସହିତ ମୟୁରଭଂଜରେ ମଧ୍ୟ ଚଢାଉ କରିଥିଲା।

ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ସେ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ସେ ଏହି ପଦଟି ଆଉ କାହାକୁ ନ ଦେଇ ନିଜ ପରିବାର ମଧ୍ୟରେ ରଖିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେହି ଅନୁସାରେ ତିନିଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ସେ ହେଉଛନ୍ତି ହେମନ୍ତଙ୍କ ବାପା ଶିବୁ ସୋରେନ, ମାଆ ରୁପି ସୋରେନ ଏବଂ ଧର୍ମପତ୍ନୀ କଳ୍ପନା ସୋରେନ।

କଳ୍ପନାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିର ଅଭିଜ୍ଞତା ନାହିଁ। ଅନ୍ୟପକ୍ଷରେ ସେ ମଧ୍ୟ କୌଣସି ରାଜନୈତିକ ପରିବାରରୁ ଆସି ନାହାଁନ୍ତି। କଳ୍ପନା ବର୍ତ୍ତମାନ ଝାଡଖଣ୍ଡରେ ଏକ ସ୍କୁଲ ପରିଚାଳନା କରୁଛନ୍ତି। ତେଣୁ ବର୍ତ୍ତମାନ ଝାଡଖଣ୍ଡର ରାଜନୈତିକ ପରିସ୍ଥିତିକୁ କିପରି ମୁକାବିଲା କରିବା ତାହା ସନ୍ଦେହ ଜନକ। ଏହା ନିଶ୍ଚିତ ଯେ, ହେମନ୍ତ ସୋରେନା କଳ୍ପନାଙ୍କୁ ଚଉକି ଦେଇ ନିଜେ ସବୁ ଶାସନ କରିବେ। ବିବାହ ପରେ ସ୍ବାମୀଙ୍କ ସହିତ ଯେତେଦିନି ରାଜନୀତି ସହିତ ସାମିଲ ଅଛନ୍ତି ତାହା ହିଁ ତାଙ୍କର ଅଭିଜ୍ଞତା।

କୌଣସି କାରଣରୁ ଯଦି କଳ୍ପନା ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଜାତୀୟ ରାଜନୀତିରେ ମୟୁରଭଂଜ ପୁଣି ଚର୍ଚ୍ଚାକୁ ଆସିବ। ସେହି ଜିଲ୍ଲାର ଜଣେ ରାଷ୍ଟ୍ରପତି ହୋଇଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବେ।

Categories
ଜାତୀୟ ଖବର ବିଶେଷ ଖବର

ଶିବୁ ସୋରେନଙ୍କ ବଡ ଘୋଷଣା, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଶିବିର ବିଚ୍ଛିନ୍ନ ହେଉଥିବା ଜଣାପଡିଛି। ଶିବସେନା ପରେ ଟିଡିପି, ବର୍ତ୍ତମାନ ଝାଡଖଣ୍ଡର ଶାସକ ଜେଏମଏମ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଝାଡଖଣ୍ଡ ମୋର୍ଚ୍ଚା (ଜେଏମଏମ) ଏକ ବିବୃତ୍ତି ଜାରି କରି କହିଛି ଯେ, ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି। ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ପାଇବାକୁ ଯାଉଛନ୍ତି।

ଜେଏମଏମ ସଭାପତି ଶିବୁ ସୋରେନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଉଚିତ ବିଚାର ପରେ ଦଳ ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ନିର୍ବାଚନରେ ​​ଆପଣ ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ହେମନ୍ତ ସୋରେନଙ୍କ ନେତୃତ୍ୱରେ ଝାଡଖଣ୍ଡରେ କଂଗ୍ରେସ ଏବଂ ଜେଏମଏମ ମିଳିତ ମେଣ୍ଟର ଏକ ସରକାର ଅଛି। ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ କଂଗ୍ରେସ ସମର୍ଥନ କରୁଛି। ନିକଟରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସଂପର୍କରେ ଦ୍ରୌପଦୀ ମୁର୍ମୁ ରାଞ୍ଚିରେ ପହଞ୍ଚିଥିବା ବେଳେ ସୋରେନ ନିଜେ ତାଙ୍କୁ ସ୍ୱାଗତ କରିଥିଲେ। ସେବେଠାରୁ ସମର୍ଥନ ଦେବା ନେଇ କଳ୍ପନା ଜଳ୍ପନା ଚାଲିଥିଲା।

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁ ଏକ ସହଜ ବିଜୟ ପଞ୍ଜିକରଣ କରୁଥିବା ଦେଖାଯାଉଛି।