Categories
ଆଜିର ଖବର ରାଜ୍ୟ ଖବର

ପୁଣି ଭୁବନେଶ୍ବରରେ ଏକ ହୋଡିଂ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ପୁଣି ଥରେ ହୋଡିଂ ଉପରେ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଟୁଲୁ ପାତ୍ର। ସେ ଆଜି ସକାଳୁ ଶିଶୁଭବନ ଛକରେ ଥିବା ଏକ ୪୦ ଫୁଟ ହୋଡିଂ ଟାୱାରରେ ଚଢିଯାଇଥିଲେ।

ଏହି ଖବର ଜଣାପଡିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେଷ ସେମାନେ ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ତାହାକୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ। ଉଦ୍ଧାର ହେବା ପରେ ତାଙ୍କୁ କ୍ୟାପିଟାନ ହସପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସେ ଆତ୍ମହତ୍ୟା କରିବାର କାରଣରେ ଡ୍ରାଇଭର ସଂଘକୁ ଦାୟୀ କରିଛନ୍ତି। ସଂଘର ବାରମ୍ବାର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସେଥିପାଇଁ ସେ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି।

ପୂର୍ବରୁ ସେହିପରି ଆଉ ଜଣେ ବ୍ୟକ୍ତି ଶିଶୁଭବନ ଛକରେ ଥିବା ହୋଡିଂ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରବର୍ତ୍ତି ସମୟରେ ଅଗ୍ନଶମ ବିଭାଗର ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ

କଟକ: କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶିଶୁଭବନରେ ଜରୁରୀକାଳୀନ ସେବା ଜାରି ରହିବ। ଏ ନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି।