Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ଗ୍ରାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଜାଗର ପାଇଁ ଠାକୁର ଘରେ ଥିବା ବାଣ ବିସ୍ପୋରଣ ଦୁଇ ଶିଶୁ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଏଥିରେ ୯ ବର୍ଷ ଓ ୮ ବର୍ଷର ନାବାଳକ ଓ ନାବାଳିକା ଅଛନ୍ତି। ଗୁରୁତର ଉଭୟଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ତେବେ ବାଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ତାପସ ମଙ୍ଗରାଜଙ୍କ ଭଣଜା ଭାଣେଜି ମାମୁ ଘରକୁ ବୁଲି ଆସିଥିଲେ। ଜାଗରରେ ଫୁଟାଇବା ପାଇଁ ବାଣ ଠାକୁର ଘରେ ରଖିଥିଲେ। ପିଲାମାନେ ଠାକୁର ଘରେ ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା।