Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ “ସର୍‌ଗି ଫୁଲ୍‌”, ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଯୋଗଦେଇ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

“ଆମ ରାଜ୍ୟର ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ପ୍ରତିଭା ରହିଛି। ପ୍ରତିଭା ପ୍ରଦର୍ଶନ ପାଇଁ ସର୍‌ଗି ଫୁଲ୍ ହେଉଛି ଏକ ଉପଯୁକ୍ତ ମାଧ୍ୟମ। ଉତ୍ତର-ଓଡ଼ିଶା ଜୋନସ୍ତରୀୟ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାରେ ହେଉଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା”, କହିଛନ୍ତି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ।

“ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ “ସର୍‌ଗି ଫୁଲ୍‌” ହେଉଛି ଉପଯୁକ୍ତ ପ୍ଲାଟଫର୍ମ। ତେଣୁ ପିଲାମାନେ ଏହାର ସୁଯୋଗ ନେଇ ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାନ୍ତୁ”, କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

“ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ଭିତରେ “ଶିଶୁ ସାମ୍ବାଦିକ” କର୍ମଶାଳା ବିଶେଷ ଆକର୍ଷଣ ପାଲଟିଥିଲା।

ବକୁଳ ଫାଉଣ୍ଡେସନ ସହଯୋଗିତାରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ସାମ୍ବାଦିକ ଅନୁଜ ଦାସ ଯୋଗଦେଇ ପିଲାମାନଙ୍କୁ ସାମ୍ବାଦିକତା ବିଷୟରେ ସୂଚନା ଦେଇଥିଲେ। ଜନଜାତି ଛାତ୍ରଛାତ୍ରୀମାନେ ଏଥିରେ ଭାଗନେଇ ଖବରର ସଂଜ୍ଞା, ଖବର ସଂଗ୍ରହ ଓ ପରିବେଷଣ ଏବଂ ସମ୍ପାଦନା ଆଦି ବିଷୟରେ ବୁଝିଥିଲେ।

ସେହିପରି ମୋ ସ୍କୁଲ ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଟିଙ୍କରିଂ, କାର୍ଟୁନ୍‌, ୱାର୍ଡ ପଜଲ୍ ଏବଂ ପୁସ୍ତକ ସମୀକ୍ଷା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏହାସହ ରଙ୍ଗିନ କାଗଜରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଓ ଅଦରକାରୀ କାଗଜରୁ ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତି, ଷ୍ଟୋରି ଟେଲିଂ, ଥିଏଟର, ମ୍ୟାଥ୍ ଗେମ୍‌, ଓଡ଼ିଶୀ ନୃତ୍ୟ ଏବଂ ମ୍ୟାଜିକ୍ ସୋ’ ଭଳି କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ପାଲଟିଥିଲା।

“ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଶିଶୁ ମହୋତ୍ସବ ଆୟୋଜନ କରାଯାଉଛି। ଏଥିରେ ୧୫ଟି ଜିଲ୍ଲାର ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ “ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା ଜୋନସ୍ତରୀୟ “ସରଗି ଫୁଲ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛିୟ । ସୁନ୍ଦରଗଡ଼ରେ ଆୟୋଜିତ ଏହି ତିନିଦିନିଆ ଜୋନସ୍ତରୀୟ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାର ୬୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

“ଜନଜାତି ସଂପ୍ରଦାୟ ରାଜ୍ୟର ଗର୍ବ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ଅନନ୍ୟ ପ୍ରତିଭା ରହିଛି । ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ଦିଆଯାଉଛି । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ପିଲାମାନଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ସହ ପ୍ରତିଯୋଗିତାମୂଳକ ମନୋଭବ, ଯୋଗାଯୋଗ ଦକ୍ଷତା ଏବଂ ନେତୃତ୍ୱ ବିକାଶ ହୋଇପାରିବ”, କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ।

ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରାଯାଉଛି । ଗୁରୁବାର ଦିନ ପିଲାମାନଙ୍କ ଭିତରେ ବକ୍ତୃତା, କୁଇଜ୍‌, ଏକକ ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ନଭେମ୍ବର ୯ ତାରିଖ ଯାଏଁ ଏହା ଚାଲିବ ।

“ଚଳିତବର୍ଷ ପ୍ରଥମ ଥର ପାଇଁ ଜୋନସ୍ତରୀୟ ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଛନ୍ତି । ପରେ ସେମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ । ସର୍‌ଗି ଫୁଲ୍ ଭଳି ଆମ ଜନଜାତି ପିଲାମାନଙ୍କର ସ୍ୱପ୍ନ, ପ୍ରତିଭା ଓ ଦକ୍ଷତାକୁ ଆକଶଛୁଆଁ କରିବା ଲାଗି ସୁଯୋଗ ଦେବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ”, କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁରର ମାନ୍ୟବର ବିଧାୟକ ଡକ୍ଟର ସି ଏସ୍ ରାଜେନ୍ ଏକ୍କା, ସୁନ୍ଦରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆକର୍ଷଣୀୟ କ୍ୟାରିଅର ବିଷୟରେ ସୂଚନା ଦେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି । ଏଥିରେ ସଫଳତା ହାସଲ କରିଥିବା ବିଭିନ୍ନ ବର୍ଗର ଲୋକଙ୍କର ସାକ୍ଷାତକାର ରହିଛି । ସରଗି ଫୁଲ୍ କାର୍ଯ୍ୟକ୍ରମ ଅବସରରେ ଏହି ଭିଡିଓ ସିଡି ଉନ୍ମୋଚନ କରାଯାଇଥିଲା । ଏହି ଭିଡିଓକୁ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ମାଧ୍ୟମରେ ଏକ ସମୟରେ ୩୧୫ ସ୍କୁଲରେ ପ୍ରସାରଣ କରାଯିବ । ଫଳରେ ୧୫ ହଜାରରୁ ଅଧିକ ପିଲାଙ୍କ ପାଇଁ ଏହା ଉପାଦେୟ ହେବ ।

Categories
ଆଞ୍ଚଳିକ

ରଣପୁର: ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ

ରଣପୁର: ଆଜି ରଣପୁର ବି.ସି. ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଣପୁର ରଙ୍ଗୀନ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ବି.ସି. ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ବି.ସି. ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୮ଟି କ୍ଲଷ୍ଟରର ୨୦୫ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ପିଲାମାନଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ରଚନା, ହସ୍ତାକ୍ଷର ଲିଖନ, କୁଇଜ, ମିଲେଟ୍ସ ରଚନା, ବକ୍ତୃତା, ବିତର୍କ, ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଉଛି। ଅପରାହ୍ନରେ ଉଦଯାପନୀ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇ କୃତି ପିଲାମାନଙ୍କୁ ପୁରସ୍କୃତ କରାଯିବ। ଜ୍ୟୋତି ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ” ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭବାନୀପାଟଣା ଉପଜିଲ୍ଲାପାଳ ଡ଼.ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ପଣ୍ଡା, ଅଶୋକ ଚୌଧୁରୀ, ସଦସ୍ୟା ବସନ୍ତ ପଟ୍ଟନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହକ କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଦୁଇଶହ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀ ମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କ୍ୟୁଜ, ଚିତ୍ରଙ୍କନ, ବକ୍ତୃତା, ଏକକ ସଙ୍ଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଅୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଶିଶୁ ମଙ୍ଗଳ ସମିତି ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅତିଥି ଭାବରେ ଯୋଗଦେଇ କୃତି ଅନ୍ତେବାସୀ ମାନଙ୍କୁ ପୁରସ୍କୃତ କରିଥିଲେ।

ବରିଷ୍ଠ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ବରିଷ୍ଠ ବିଭାଗର ଚିତ୍ରଙ୍କନରେ ପ୍ରଥମ ଡମ୍ବରୁ ମଝି, ଏକକ କଣ୍ଠ ସଂଗୀତରେ ଭୂମିସୁତା ନାଏକ, ବକ୍ତୃତା ରେ ସୁରମା ଜାଲ, କ୍ୟୁଜରେ ଦେବକି ନାଏକ, ଦଳଗତ ନୃତ୍ୟରେ ନେହେରୁ ସେବା ସଂଘ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରଙ୍କନ ରେ ମଣ୍ଟୁ ମାଝୀ, ଏକକ କଣ୍ଠ ସଂଗୀତରେ ଶମ୍ଭୁ ମାଝୀ, ବକ୍ତୃତାରେ ଗୋବିନ୍ଦ ଦାଶ, କ୍ୟୁଜ ରେ ଗୁଲଶନ କୁମାର ଓ ଦଳଗତ ନୃତ୍ୟରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଅବସରରେ ଆନ୍ତଃର୍ଜାତିକ ଶିଶୁ କନ୍ୟା ଦିବସ ମଧ୍ୟ ଅୟୋଜିତ ହୋଇଥିଲା ଓ ଜିଲ୍ଲାର ୧୩ ଗୋଟି ବ୍ଲକର ବୋର୍ଡ, ସିବିଏସଇ ଓ ଆଇସିଏସଇ ପରୀକ୍ଷାରେ ଦଶମ ଶ୍ରେଣୀରେ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସହ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଭାରପ୍ରାପ୍ତ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଅଂଶୁମାନ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ରାଜଲଷ୍ମୀ ଦାଶ, ଶୁଭାଶିଷ ପାଣିଗ୍ରାହୀ, ସୁଧାଂଶୁ ମହାପାତ୍ର, ପ୍ରତୀକ ପଟ୍ଟନାୟକ, ଜୟଶ୍ରୀ ପାଣି, ଗୁରୁ ପ୍ରସାଦ ନାଏକ, ଅବିନାଶ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ରାଜ୍ୟସ୍ତରୀୟ ତିନିଦିନିଆ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୯ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ ।

ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ପରିÒୁଟନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ । ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିଲେ ଦେଶ ପ୍ରଗତି କରିପାରିବ ବୋଲି ସେ ପ୍ରକାଶ କରିଥିଲେ ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥୀ. ଏସ୍‌ କହିଲେ ଯେ ପିଲାମାନଙ୍କୁ ଏକ ଆନନ୍ଦମୟ ପରିବେଶରେ ଶିକ୍ଷାଦାନ କରିବା ଦ୍ୱାରା ସେମାନଙ୍କର ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇଥାଏ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷାୟତନର ମୂଳଲକ୍ଷ୍ୟ । ଏହାକୁ ସଫଳ କରିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ ସହଯୋଗ ଓ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଆଜି ପିଲାମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁରୁ ସୃଜନୀ କଳା, ମନର ଚିତ୍ରକୁ ମାଟିରେ ରୂପଦେବା, ଚିତ୍ରକଳା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି ଉପରେ କର୍ମଶାଳା କରାଯାଇଛି । ଏତଦ୍‌ବ୍ୟତୀତ ଏହି ପ୍ରଦର୍ଶନୀରେ ଶିକ୍ଷା ସଂପର୍କିତ ୨୪ଟି ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପିଲାମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତି ବିଭାଗ ପାଇଁ ଜିଲ୍ଲାସ୍ତରରେ ଜଣେ ଲେଖାଏଁ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଏହି ତିନିଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ପଦାଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନ୍ୟାନ୍ୟ ନିର୍ଦ୍ଦେଶାଳୟ ଓ ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନଙ୍କର ସହଯୋଗରେ ଆୟୋଜିତ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସୃଜନଶୀଳ ଲିଖନ ପାଇଁ ୭ ଜଣ, ଚିତ୍ରାଙ୍କନ ନିମନ୍ତେ ୭ ଜଣ ଓ ଶ୍ରୁତଲିଖନ ଏବଂ ହସ୍ତାକ୍ଷର ପାଇଁ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Categories
ଆଞ୍ଚଳିକ

ବାଣପୁରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି’ ଆଜି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନ ଯୋଗଦେଇଥିଲେ।

ସେହିପରି ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ବୁଲବୁଲ ବେହେରା ଯୋଗଦେଇଥିଲେ।

ଏହି ଅବସରରେ ବାଣପୁର ବ୍ଲକର ୧୭ ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ‘ସୁରଭୀ ‘କାର୍ଯ୍ୟକ୍ରମରେ ଭାଗନେବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ପ୍ରତିଟି ଶିଶୁ ସମାଜରେ ପ୍ରସ୍ଫୁଟିତ ହେବାକୁ ଥିବା ଗୋଟେ ଗୋଟେ ନବ କଳିକା। ଯେଉଁ ମାନଙ୍କୁ ଦରକାର ଟିକେ ସ୍ନେହ, ଆଦର ଓ ଉତ୍ସାହ। ସେହି ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ସୁରଭି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ବୋଲି ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ସମ୍ମାନିତ ଅତିଥି ପିଡ଼ି,ଡିଆରଡିଏ ସୋମେଶ ଉପାଧ୍ୟାୟ, ଏଡିଇଓ ଟେମଲାଲ ଦୁବେ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ମଞ୍ଚାସୀନ ଥିଲେ। ଏ

ହି ଅବସରରେ ଜିଲ୍ଲାର ୧୩ଟି ବ୍ଲକରୁ ଛାତ୍ରଛାତ୍ରୀ ମାନେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନି କାର୍ଯ୍ୟକ୍ରମରେ ଡିଇଓ ଶ୍ରୀ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ବିଇଓ ଭବାନୀପାଟଣା ଜଗନ୍ନାଥ ପୁରୋହିତ, ବିଇଓ ରାମପୁର ଠାକୁର ସାହୁ, ବିଇଓ କେସିଙ୍ଗା, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଡିଏସଏସ ପ୍ରକାଶ ନିଶଙ୍କ, ଏଫସି ସାଧୁ ଶରଣ ପ୍ରସାଦ, ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଏଡିଇଓ ଟେମଲାଲ ଦୁବେ। ଅତିଥିମାନେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ, ପ୍ରଭାତ ସାହୁ, ଲଳିତ ପଟ୍ଟନାୟକ, ସୌମେନ୍ଦ୍ର ପଟ୍ଟନାୟକ, ଅଜିତ ପଧାନ, ପ୍ରମୁଖ ସହଯୋଗ କରିଥିଲେ।