Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ

ବାଲୁଗାଁ: ପାଣିରେ ବୁଡ଼ି ୩୫ ଦିନର ଶିଶୁର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବାଲୁଗାଁ ଏନଏସି ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାଜଳ ପ୍ରବେଶ କରି ଫୁଟେ ଫୁଟେ ପାଣି ଜମିଥିଲା।

ତେବେ ରାତିରେ ଶିଶୁ ପୁତ୍ର ଟି ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପଥର ଖଣିରେ ବୁଡି ୩ ବର୍ଷୀୟ ଶିଶୁ ମୃତ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପଥର ଖଣିରେ ବୁଡି ଜଣେ ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରି ଓରଡ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଟାଙ୍ଗୀ ଥାନା ପାରି ଓରଡ ଗ୍ରାମର ଟୁକୁନା ମୁଦୁଲିଙ୍କ ୩ ବର୍ଷର ପୁଅ ପ୍ରହଲ୍ଲାଦର ପଥର ଖଣିରେ ବୁଡି ମୃତ୍ୟୁ ହୋଇଛି। ଟୁକୁନା ମୁଦୁଲିଙ୍କ ଘର ନିକଟରେ ଥିବା ବେଆଇନ ପଥର ଖଣିରେ ବୁଡି ଶିଶୁର ମୃତ୍ୟୁ ହୋଇଯାଇଛି। ମାଫିଆମାନେ ଖଣିରୁ ପଥର ନେବା ପରେ ମୁକୁଳା କରି ଛାଡିଦେଇଥିଲେ। ଫଳରେ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଟୁକୁନା ମୁଦୁଲିଙ୍କ ପତ୍ନୀ ଘରେ କାମ ବ୍ୟସ୍ତରେ ଥିବା ବେଳେ ନାବାଳକ ଶିଶୁ ଜଣଙ୍କ ଘର ନିକଟରେ ଖେଳୁଥିଲା। ବର୍ଷା ଯୋଗୁଁ ଉକ୍ତ ଖଣିରେ ପାଣି ଭରି ରହିଥିବା ବେଳେ ଶିଶୁ ଜଣଙ୍କ ସେହି ଭିତରେ ପଡିଯାଇଥିଲା। ଦିର୍ଘ ସମୟ ପରେ ଶିଶୁ ପୁତ୍ରକୁ ମା’ ନପାଇବାରୁ ଖୋଜା ଖୋଜି କରିଥିଲେ। ତେବେ ଦିର୍ଘ ସମୟ ଖୋଜିବା ପରେ ଖଣିରେ ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସେଠାରୁ ଶିଶୁକୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ପ୍ରହଲ୍ଲାଦକୁ ମୃତ ଘୋଷଣା କରିଥିଲେ। ନାବାଳକର ମୃତ ଦେହ ଏବେ ଟାଙ୍ଗୀ ମେଡିକାଲରେ ଥିବା ବେଳେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣ ବିସ୍ଫୋରଣରେ ଦୁଇ ଶିଶୁ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମସିଙ୍ଗା ଥାନା ସେଗାର ଗ୍ରାମରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଘରେ ଗଚ୍ଛିତ ଥିବା ବାଣରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ଘର ଜଳି ଯାଇଥିବାବେଳେ ଘରେ ଭିତରେ ଥିବା ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ 6 ବର୍ଷ ଓ ଆଠ ବର୍ଷ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଛି ।  ତେବେ ବାଣ କେମିତି ବିସ୍ଫୋରଣ ହେଲା ତାହା ଜଣାପଡିନାହିଁ। ପୋଲିସ୍‌ ଏହି ଘଟଣାର ତନାଘନା ଆରମ୍ଭ କରିଛି ।