Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ଯତ୍ନ କେନ୍ଦ୍ରର ୧୮ ଜଣ ପ୍ରତିନିଧି ଦଳର ଭୁବନେଶ୍ବର ଗସ୍ତ 

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ତିନି ଗୋଟି ଶିଶୁ ଯତ୍ନ କେନ୍ଦ୍ର, ଉତ୍କଳ ବାଲା ଶ୍ରମ, ନବାପ୍ରଭାତ ସ୍ଥଳୀ ଏବଂ କାରୁନ୍ୟ ବାଲ ନିକେତନରୁ ୧୮ ଜଣ ପ୍ରତିନିଧି ଦଳ ଭୁବନେଶ୍ବର ଗସ୍ତ କରିଛନ୍ତି। ଖଡିଆଳ ବସ ଷ୍ଟାଣ୍ଡରୁ ଏହି ପ୍ରତିନିଧି ଦଳକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼ ଫାଣନ୍ଦମ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଲିହାର ସିଂ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ପ୍ରତିନିଧି ଦଳକୁ ପଠାଇ ଥିଲେ। ଏହି ପ୍ରତିନିଧି ଦଳରେ ତିନି ଜଣ ଗାଇଡ ଗସ୍ତ କରିଛନ୍ତି। ଉତ୍ସାହ ଓ ମହକ-୨୦୨୪ ରାଜ୍ୟସ୍ତରୀୟ ଉତ୍ସବ ରେ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ।

ମହକ ସାଂସ୍କୃତିକ ମହୋତ୍ସବ ଏବଂ ଉତ୍ସାହ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହେବ। ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ସମସ୍ତ ଅନ୍ତେବାସୀ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରି ନିଜ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିବାର ପ୍ରଚେଷ୍ଟା କରିବେ। ଯାତ୍ରା ମଙ୍ଗଳ ମୟ କାମନା ସହିତ ନିଜ ପ୍ରତିଯୋଗିତାରେ ସଫଳ ହୋଇ ଅନେକ ପୁରସ୍କାର ବିଜେତା ହେବାକୁ ଜିଲ୍ଲା ଦଳ କାମନା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଶିଶୁ ଯତ୍ନ କେନ୍ଦ୍ରକୁ ଗୁଳି ଚଳାଇଲେ ପୂର୍ବତନ ପୋଲିସ୍ କର୍ମୀ, ୩୨ ମୃତ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଜନଗହଳି ଉପରେ ଗୁଳି ଚଳାଇଥିବାର ଖବର ଆସିଛି। ଏହି ଗୁଳି ବିନିମୟରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଥାଇଲ୍ୟାଣ୍ଡର ଜଣେ ପୋଲିସ ମୁଖପାତ୍ର ଆଜି କହିଛନ୍ତି ଯେ, ଥାଇଲ୍ୟାଣ୍ଡର ଉତ୍ତର-ପୂର୍ବ ପ୍ରଦେଶରେ ଗୁଳି ବିନିମୟରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବନ୍ଧୁକଧାରୀ ନୋଙ୍ଗ ବୁଆ-ଲମ୍ପୁରେ ଏକ ଶିଶୁ ଯତ୍ନ କେନ୍ଦ୍ର ଭିତରେ ଗୁଳି ଚଳାଇଥିଲେ। କୁହାଯାଉଛି ଯେ, ସୁଟର ଘଟଣାସ୍ଥଳରୁ ଫେରାର ହୋଇଛି।