Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଶିଶୁ ରୋହନ କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ୫ ହଜାରଟଙ୍କା

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗର ବରିଷ୍ଠ ନାଗରିକ କିଶୋର ପ୍ରଧାନଙ୍କ ନାତି ତଥା ଯୁବସମାଜସେବୀ ଦେବୀପ୍ରସନ୍ନ ସରୋଜ କୁମାରଙ୍କ ୪ ବର୍ଷର ପୁତ୍ର ଦିଗଦିଜୟ(ରୋହନ) ନିଜର ସଂଚିତ ଅର୍ଥ ୫ ହଜାର ଟଙ୍କା ନିଜର କୁମ୍ପି ଭାଙ୍ଗି ଆଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ସେ ତାଙ୍କର ଅଜା ଶ୍ରୀଯୁକ୍ତ ପ୍ରଧାନଙ୍କ ସହିତ ଯାଇ ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରିଥିଲେ । କୋଭିଡ୍‌-୧୯ ରୋଗର ମୁକାବିଲା ପାଇଁ ଶହଶହ ଲୋକମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେଉଥିବାବେଳେ ମାତ୍ର ୪ ବର୍ଷର ଶିଶୁଙ୍କର ଏହି ବଦାନ୍ୟତା ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ମା ଜୟଶ୍ରୀ, ଆଇ ଆରତୀଙ୍କ ସମେତ ପରିବାର ଲୋକମାନଙ୍କର ପ୍ରେରଣା ଏଥିପାଇଁ ତାଙ୍କୁ ଅଧିକ ଉତ୍ସାହିତ କରିଥିବା ପରିବାର ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ଥିଲେ ।