Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ସଂସଦର ଶୀତକାଳିନ ଅଧିବେସନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେସନ। ଏହି ଅଧିବେସନ ସୁରୁଖୁରୁରେ ଚାଲିବା ପାଇଁ ଗତକାଲି ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ବସିଥିଲା। ଚଳିତ ଅଧିବେଶନରେ ୧୬ଟି ନୂଆ ବିଲ୍ ଆଣିବା ପାଇଁ ସ୍ଥିରୀକୃତ ହୋଇଛି । ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନରେ ୨୩ଟି କର୍ଯ୍ୟଦିବସ ରହିଛି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହି ଅଧିବେସନ ଚାଲିଥିବା ବେଳେ ଗୁଜୁରାଟ ଓ ହିମାଟଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ତାରିଖରୁ ଓଡିଶା ବିଧାନସଭା, ଆସିବ ଅତିରିକ୍ତ ବଜେଟ

ଭୁବନେଶ୍ୱର,  ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ସେହିପରି ବ୍ୟୟମଞ୍ଜୁରୀ ବିଲ୍ ଡିସେମ୍ବର ୨ତାରିଖରେ ଉପସ୍ଥାପିିତ ହେବ ।  ଏହି ୩୩ଦିନିଆ କାର୍ଯ୍ୟଦିବସରେ ନଭେମ୍ବର ୨୫, ଡିସେମ୍ବର ୯, ୧୬, ୨୩ ,୨୮ ଓ ୩୦ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ତିନିଦିନ ଧରି ଚାଲିପାରୁ ନାହିଁ ବିଧାନସଭା, ଆଜି ମଧ୍ୟ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ତିନିଦିନ ଧରି ବିଧାନସଭାର ଶୀତକାଳିନ ଅଧିବେସନ ଠିକରେ ଚାଲିପାରୁ ନାହିଁ। ବିରୋଧୀ ଦଳ ବାରମ୍ବାର ମମିତା ମେହେର ହତ୍ୟା ଘଟଣା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଗୃହରେ ହଟ୍ଟଗୋଳ କରୁଛନ୍ତି। ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରୁଛନ୍ତି।

ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି 11ଟା 30 ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସେହିପରି ହଟ୍ଟଗୋଳ ବଜାଇ ରହିଲା। ଫଳରେ ବାଚସ୍ପତି ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠାରୁ ସଂସଦ ଅଧିବେସନ, କୃଷି ଆଇନ ଉଚ୍ଛେଦ ସହ ଆସିବ ବହୁ ଗୁରୁତ୍ବପୂର୍ଣ୍ଣ ବିଲ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳିନ ଅଧିବେସନ। ଏହି ଅଧିବେଶନ  ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ମୋଟ 25 ଦିନର ଅବଧି ମଧ୍ୟରେ ଏହି ଅଧିବେଶନରେ  ୧୯ଟି କାର୍ଯ୍ୟ ଦିବସ ରହିଛି। ତେବେ ଏହି ଅଧିବେସନରେ ମୋଟ ୩୩ ଟି ବିଲ ଗୃହିତ ହେବ। ସେଥିମଧ୍ୟରେ ରହିଛି କୃଷି ଆଇନ ଉଚ୍ଛେଦ ବିଲ, ୨୦୨୧। ଯାହା ଏକ ବିବାଦୀୟ ବିଲ। ଏଥିସହିତ ଆଉ ଯେଉଁ ଗୁରୁତ୍ବ ପୂର୍ଣ୍ଣ ବିଲ ରହିଛି ତାହା ହେଲା

  1. ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପି ଉପାଦାନ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  2. ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ବିଲ, ୨୦୨୧(ଅଧ୍ୟାଦେଶ ସ୍ଥାନ ନେବ)
  3. କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  4. ଲୋକସଭାରେ ଗୃହିତ ନଦୀବନ୍ଧ ସୁରକ୍ଷା ବିଲ, ୨୦୧୯
  5. ଲୋକସଭାରେ ଗୃହିତ ସରୋଗେସୀ (ନିୟାମକ) ବିଲ, ୨୦୧୯
  6. ଅଭିଭାବକ ଏବଂ ବରିଷ୍ଠ ନାଗରିକ (ସଂଶୋଧନ) ବିଲ, ୨୦୧୯ ପରିଚାଳନା ଏବଂ କଲ୍ୟାଣ ବିଲ, ୨୦୧୯
  7. ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟାମକ) ବିଲ, ୨୦୨୦
  8. ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ (ଦରମା ଏବଂ ଚାକିରି ସର୍ତ୍ତାବଳୀ) ସଂଶୋଧନ ବିଲ, ୨୦୨୧
  9. ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଏବଂ ରିସର୍ଚ୍ଚ (ସଂଶୋଧନ) ବିଲ, ୨୦୨୧
  10. କୃଷି ଆଇନ ଉଚ୍ଛେଦ ବିଲ, ୨୦୨୧
  11. ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ, ଦ କଷ୍ଟ ଆଣ୍ଡ ଓ୍ବର୍କ୍ସ ଆକାଉଣ୍ଟାଣ୍ଟ୍ସ ଏବଂ କମ୍ପାନୀ ସେକ୍ରେଟାରୀଜ (ସଂଶୋଧନ) ବିଲ, ୨୦୨୧
  12. ଦେବାଳିଆ ଏବଂ ଦେବାଳିଆପଣ (ଦ୍ବିତୀୟ ସଂଶୋଧନ) ବିଲ, ୨୦୨୧
  13. କ୍ୟାଣ୍ଟନମେଣ୍ଟ ବିଲ, ୨୦୨୧
  14. ଇଣ୍ଟର ସର୍ଭିସେସ ସଂଗଠନ (ଆଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା) ବିଲ, ୨୦୨୧
  15. ପ୍ରବାସ ବିଲ, ୨୦୨୧
  16. କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ ଡିଜିଟାଲ କରେନ୍ସି ବିଲର ନିୟନ୍ତ୍ରଣ, ୨୦୨୧
  17. ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ, ୨୦୨୧
  18. ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ) ବିଲ, ୨୦୨୧
  19. ଭାରତୀୟ ସାମୁଦ୍ରିକ ମତ୍ସ୍ୟପାଳନ ବିଲ, ୨୦୨୧
  20. ଜାତୀୟ ଦନ୍ତଚିକିତ୍ସା କମିଶନ ବିଲ, ୨୦୨୧
  21. ଜାତୀୟ ନର୍ସିଂ ମିଡଓ୍ବାଇଫରୀ କମିଶନ ବିଲ, ୨୦୨୧
  22. ମେଟ୍ରୋ ରେଳ (ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ବିଲ, ୨୦୨୧)
  23. ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ, ୨୦୨୧
  24. ବିଦ୍ୟୁତ (ସଂଶୋଧନ) ବିଲ, ୨୦୨୧
  25. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ଉତ୍ତରପ୍ରଦେଶ ସଂକ୍ରାନ୍ତ)
  26. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ତ୍ରିପୁରା ସଂକ୍ରାନ୍ତ)
  27. ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ଥଇଥାନ) ବିଲ, ୨୦୨୧
  28. ମେଡିଏସନ ବିଲ, ୨୦୧୧
  29. ଖଣିଜ (ସଂଶୋଧନ) ବିଲ, ୨୦୧୧(ପ୍ରତ୍ୟାହାର ପାଇଁ)
  30. ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଏବଂ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୧(ପ୍ରତ୍ୟାହାର ପାଇଁ)
  31. କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂକ୍ରାନ୍ତ ଆଇନ (ସଂଶୋଧନ) ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  32. ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ (ଖାଲି ପଦବୀର ବାଧ୍ୟତାମୂଳକ ବିଜ୍ଞପ୍ତି) ସଂଶୋଧନ ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  33. ଓ୍ବାକଫ ସମ୍ପତ୍ତି (ଅନଧିକୃତ ଦଖଲ ଉଚ୍ଛେଦ) ବିଲ, ୨୦୧୪ (ପ୍ରତ୍ୟାହାର ପାଇଁ)

ଆର୍ଥିକ କାର୍ଯ୍ୟସୂଚୀ

୨୦୨୧-୨୨ ଆର୍ଥିକ ବର୍ଷର ଅନୁଦାନ ପାଇଁ ଅତିରିକ୍ତ ବଜେଟର ଦ୍ବିତୀୟ ପର୍ଯ୍ୟାୟ ଉପରେ ଉପସ୍ଥାପନା, ଆଲୋଚନା ଏବଂ ମତଦାନ ଏବଂ ବିନିଯୋଗ ସଂକ୍ରାନ୍ତ ପ୍ରସ୍ତାବ ଉପସ୍ଥାପନା, ଆଲୋଚନା ଏବଂ ଅନୁମୋଦନ ଲାଭ କରିବା ସଂକ୍ରାନ୍ତ ବିଲ।