Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଶୀତର ପ୍ରକୋପରେ ସାମାନ୍ୟ ହ୍ରାସ, କୋରାପୁଟରେ ସର୍ବ ନିମ୍ନ ତାପମାତ୍ର

ଭୁବନେଶ୍ବର: ବର୍ତ୍ତମାନ ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ କରାଯାଇଛି। ଫଳରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଯେଉଁ ତାପମାତ୍ରା ଥିଲା ତାହା ହେଲା..

୧- ସେମିଳିଗୁଡା(କୋରାପୁଟ): ୯.୧ °C

୨- କିରେଇ (ସୁନ୍ଦରଗଡ): ୧୦.୫ °C

୩-ଜି.ଉଦୟଗିରି(କନ୍ଧମାଳ): ୧୧ °C

୪-ନବରଙ୍ଗପୁର: ୧୧.୫ °C

୫-କୋରାପୁଟ: ୧୧.୫ °C

୬- ସୁନ୍ଦରଗଡ: ୧୨.୫ °C

୭-ଝାରସୁଗୁଡା: ୧୨.୮ °C

୮-ଫୁଲବାଣୀ: ୧୩ °C

୯-ଦାରିଙ୍ଗବାଡି: ୧୩ °C

୧୦ – ଚିପିଲିମା(ସମ୍ବଲପୁର): ୧୩.୪ °C

୧୧-ଭବାନୀପାଟଣା(କଳାହାଣ୍ଡି): ୧୩.୮ °C

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଭ୍ୟନ୍ତରୀଣ ଓଡିଶାକୁ ଫେରିଲା ଶୀତ ପୁଣି ୧୦ ଡ଼ିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡିଶା କୁ ଫେରିଲା ଶୀତ ପୁଣି ୧୦ ଡ଼ିଗ୍ରୀ ଛୁଇଁଲା ପାରଦ। ଗତ କିଛିଦିନ ଧରି ସାରା ରାଜ୍ୟରେ ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ମୁଖ୍ୟତଃ ଦକ୍ଷିଣ ଓଡିଶାରେ ଏହା ପ୍ରଭାବ ବିଶେଷ ଭାବେ ଦେଖାଦେଇଛି।

କିରେଇ (ସୁନ୍ଦରଗଡ): ୯.୫ଡ଼ିଗ୍ରୀ

ଜି.ଉଦୟଗିରି(କନ୍ଧମାଳ): ୧୦ ଡ଼ିଗ୍ରୀ

ଦାରିଙ୍ଗବାଡି(କନ୍ଧମାଳ): ୧୦.୫ ଡ଼ିଗ୍ରୀ

ଫୁଲବାଣୀ(କନ୍ଧମାଳ): ୧୦.୫ ଡ଼ିଗ୍ରୀ

ଚିପିଲିମ (ସମ୍ବଲପୁର): ୧୦.୮ ଡ଼ିଗ୍ରୀ

ସିମିଲିଗୁଡା(କୋରାପୁଟ): ୧୦.୯ଡ଼ିଗ୍ରୀ

ଭୁବନେଶ୍ବର: ୧୪.୫ ଡିଗ୍ରୀ,  କଟକ- ୧୫ ଡିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଫେବୃଆରୀ ମାସରେ ଦିନରେ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ଥଣ୍ଡା ରହିପାରେ ବୋଲି ସିଇସି ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ରାଜ୍ୟ ଉପରେ ପଡିବ। ଫେବୃଆରୀ ୩ ତାରିଖ ରାତିରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ କରକାପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ବରଗଡ, ସମ୍ବଲପୁର, ସୋନ୍‌ପୁର, ବଲାଙ୍ଗିର, ବୌଦ ଏବଂ ସୁନ୍ଦରଗଡ ଜିଲ୍ଲାରେ ଫେବୃଆରୀ ୩ ତାରିଖ ଅପରାହ୍ଣ ଓ ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଉତର ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ଫେବୃଆରୀ ୪ ତାରିଖରେ ସମାନ ପ୍ରକାର ପାଣିପାଗ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିବ। ତେବେ ସାରା ଓଡିଶାର ନ ହୋଇ କେତେକ ଜିଲ୍ଲାରେ ଏହା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା।

ଗତି 4ଦିନ ଧରି ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଫଳରେ ସଂଧ୍ୟାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି। କେତେକ ସ୍ଥାନରେ ତୁଷାରପାତ ହେବାର ଜଣାପଡିଛି। ଫୁଲବାଣୀରେ ସବୁଠାରୁ ବେଶୀ ଶୀତ ଅନୁଭୂତ ହୋଇଛି। ତେବେ ଶୁକ୍ରବାର ପରେ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି।