Categories
ଆଞ୍ଚଳିକ

 ଲକ୍‌ ଡାଉନ୍‌ ସମୟରେ ବାଣପୁର ଏବିଭିପିର ସେବା କାର୍ଯ୍ୟ

ସମୀକ୍ଷା ବ୍ୟୁରୋ

ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ତରଫରୁ ମନୋଜ ମଲିକ ଓ ଅମିତ ସ୍ୱାଇଁଙ୍କ ନେତୃତ୍ୱରେ ବାଣପୁର ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପିର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଣପୁର ପୋଲିସ ଥାନାକୁ ଯାଇ ଲକ୍‌ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ।

ଅନୁରୂପ ଭାବେ ବାଣପୁର ପଲଟନ ପଡିଆରେ କରୋନା ଲକ ଡାଉନ ଲାଗି ଫସି ରହିଥିବା ଆନ୍ଧ୍ରପ୍ରଦେଶ ନେଲ୍ଲୁର ଜିଲ୍ଲାର କିଛି ପରିବାରଙ୍କୁ  ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସହରରେ ଥିବା କିଛି ଭିକ୍ଷୁକ ଓ ପରିଶେଷରେ ବାଣପୁର ଶନି ମନ୍ଦିର ନିକଟସ୍ଥ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ କରୋନା ଉପରେ ସଚେତନତା ମଧ୍ୟ କରାଯାଇଥିଲା। ଉକ୍ତ ସେବା କାର୍ଯ୍ୟକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ-ପ୍ରମୁଖ ସୀତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ବିଶ୍ୱ, ପୂଜା, ଓମ, ସୁରଜିତ, ଅଜୟ, ରାମଚନ୍ଦ୍ର, ସୁନୀଲ ଓ ତୋଫାନ ଆଦି ସହଯୋଗ କରିଥିଲେ।