Categories
ଆଜିର ଖବର ରାଜ୍ୟ ଖବର

ଜାରି ହେଲା ବିଏମସିର ନୂଆ ଗାଇଡ଼ଲାଇନ୍: ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା ହେଲା କଡାକଡି

ଭୁବନେଶ୍ବର: କରୋନାର ଦ୍ଵିତୀୟ ଲହର ଏବେ ଭୟଙ୍କର ରୂପ ନେଉଛି। ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ଆଜି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ଏକ ନୂଆ ଗାଇଡ଼ଲାଇନ୍ ଜାରି କରିଛି। ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା କଡାକଡି କରିଛି। ବିବାହ ଉତ୍ସବରେ ସର୍ବାଧିକ ୧୦୦ ଜଣ ଲୋକ ଭାଗ ନେବାକୁ ଥିବା ବେଳେ ଶୁଦ୍ଧ କ୍ରିୟାରେ ସର୍ବାଧିକ ୫୦ ଜଣ ପାଇଁ ଅନୁମତି ରହିଛି।

ସେହିପରି କୌଣସି ଅନୁଷ୍ଠାନର ରୋପ୍ୟ, ସୁବର୍ଣ୍ଣ କିମ୍ବା ଶତବାର୍ଷିକୀ ଉତ୍ସବ ଉପରେ କଟକଣା ଲାଗିଛି। କୌଣସି ସଂସ୍ଥା କିମ୍ବା ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ନାହିଁ। ଏହି ମାର୍ଗଦର୍ଶିକା ଆସନ୍ତା ୬ ତାରିଖରୁ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।