Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି: ସାଂସଦ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ସତ ହୋଇଛି। ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସସ୍ମିତ ପାତ୍ରଙ୍କର କୌଣସି ଭୂମିକା ନାହିଁ। ଏ କଥା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ସେ ଟିଭି ମିଡିଆକୁ କହିଛନ୍ତି ଯେ, ବିନା ନବୀନ ନିବାସ ବା ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେହି ନିଷ୍ପତି ନେଇପାରିବେ ନାହିଁ।

ସେ ପୁଣି କହିଛନ୍ତି ଯେ, ୱାକଫ ବିଲ ବିରୋଧରେ କି ସପକ୍ଷରେ ଯିବା ସେ କଥା ନବୀନ କେଉଁଠି କିଛି କହି ନାହାଁନ୍ତି। ଯେତେବେଳେ ଭୋଟ ଆସିଲା ସେତେବେଳେ ଆମ ସଂସଦୀୟ ଦଳର ନେତା ସସ୍ମିତ ପାତ୍ର ଟୁଇଟ କରି ବିବେକାନୁସାରେ ଭୋଟ ଦେବା ପାଇଁ କହିଲେ। ଏହା ନବୀନଙ୍କ ନିଷ୍ପତି।

ସେ ଏପରି ନିଷ୍ପତି ନେବାର କାରଣ ହେଲା ଯେ, ଆମ ବିଜେଡି ରାଜ୍ୟ ସଭା ସଦସ୍ୟ ମଧ୍ୟରେ ଜଣେ ମୁସଲିମ ଏବଂ ଜଣେ ଖ୍ରୀଷ୍ଟିୟାନ ଅଛନ୍ତି। ମୁସଲିମ ହେଲେ ମୁନ୍ନା ଖାଁ ଏବଂ ଖ୍ରୀଷ୍ଟିୟାନ ହେଲେ ସସ୍ମିତ ପାତ୍ର। ତେଣୁ ଦୁଇଜଣ ସଂଖ୍ୟାଲଘୁ ସଂପ୍ରଦାୟର ସାଂସଦ ଥିବାରୁ ଆମର ନେତା ନବୀନ ବାବୁ ବିବେକାନୁସାରେ ଭୋଟ ଦେବା ପାଇଁ କହିଲେ। ତାହାକୁ ସସ୍ମିତ ଟୁଇଟ କରି ଜଣାଇଲେ।

ଶୁଭାଶିଷଙ୍କର ଏପରି ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଯୋଡ଼ି ଶଙ୍ଖ ଓ ୬୦ ହଜାର ବ୍ୟବଧାନ ଆହ୍ୱାନ ଦେଲେ ପାଣ୍ଡିଆନ

ନୟାଗଡ଼ (ସୁଧାକର ମିଶ୍ର): ଓଡ଼ଗାଁଠାରେ ବିଜୁ ଜନତା ଦଳର ବିଶାଳ ପ୍ରଚାର ସଭାରେ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇ ୬୦ ହଜାର ବ୍ୟବଧାନ ପାଇଁ ଆହ୍ୱାନ ଦେଇଛନ୍ତି। ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରଚାର ସଭାରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି।

ନୟାଗଡ଼ ବିଧାୟକ ଡ. ସାହୁ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିରୋଧି ଚକ୍ରାନ୍ତ ଚଳାଇଥିବା କହିଛନ୍ତି। ବିଏସକେୱାଇ ଯୋଜନାକୁ ମଧ୍ୟ ବନ୍ଦ କରିବାକୁ ବିରୋଧି ଷଡ଼ଯନ୍ତ୍ର ଚଳାଇଛନ୍ତି। ଓଡ଼ଗାଁ ବାସୀ ଏହାକୁ ବିଚାର କରିବାକୁ ବିଧାୟକ ଡ. ସାହୁ ନିବେଦନ କରିଛନ୍ତି। ଏହା ସହିତ ମୁଁ ଏ ମାଟିର ଶ୍ରେଷ୍ଠ ମୁଲିଆ ବୋଲି କହିଛନ୍ତି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସେବାକୁ ଗୁରୁତ୍ୱ ଦେଇ ଆସିଥିବା ଏବଂ ଆଗାମୀ ଦିନରେ ସେବା ପାଇଁ ସୁଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି। ଷ୍ଟାର ପ୍ରଚାରକ ଶ୍ରୀଯୁକ୍ତ ପାଣ୍ଡିଆନ୍ ନୟାଗଡ଼ ବିକାଶର ଚିଠା ଖୋଲିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରିବାକୁ ଆପଣଙ୍କୁ ସୁଯୋଗ ମିଳିଛି। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆର୍ଶିବାଦ କରନ୍ତୁ ବୋଲି କହିଛନ୍ତି। ୨୦୧୪ରେ ଗୋଟିଏ ରାଜନୈତିକ ଦଳ ୨ କୋଟି ଚାକିରୀ ଦେବାକୁ କହିଥିଲେ। କେତେ ଚାକିରୀ ଦେଇଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ପ୍ରେଟୋଲ ଓ ଡିଜେଲ ଦର କମ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି। ଧାନ ଏମଏସପି ମୁଲ୍ୟ ଦୁଇ ଗୁଣା କରିବାକୁ କହିଥିଲେ। ୧୦ ବର୍ଷ କ୍ଷମତାରେ ରହି ଏମଏସପି ବୃଦ୍ଧି କରି ପାରିଲେ ନାହିଁ, ଏବେ ନିର୍ବାଚନ ସମୟରେ ମୋନିଫେଷ୍ଟରେ ଧାନ କ୍ୱିଣ୍ଟାଲ ମୁଲ୍ୟ ୩ ହଜାର କରିବାକୁ କହିଛନ୍ତି।

ଏହା ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ପାଣ୍ଡିଆନ୍ ଆହ୍ୱାନ ଦେଇଥିଲେ। ଏହି ପ୍ରଚାର ସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ। ବିଜୁ ଜନତା ଦଳ ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ଦିବାକର ନାୟକ, ବିଭୂପ୍ରସାଦ ସାହୁଙ୍କ ସମେତ ଓଡ଼ଗାଁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ଉପସ୍ଥିତ ରହିଥିଲେ। ଏହି ପ୍ରଚାର ସଭାରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭାରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ଭେଟିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ଆଜି ରାଜ୍ୟସଭା ଆସନରେ ନିର୍ଦ୍ବନ୍ଦରେ ଜିତିବା ପରେ ଦୁଇ ବିଜେଡି ପ୍ରାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଉଭୟ ନବୀନ ନିବାସ ଯାଇ ସେଠାରେ ନବୀନଙ୍କ ଆର୍ଶିବାଦ ନେଇଛନ୍ତି।

ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହର ଶେଷ ଦିନ ଥିଲା। ତିନୋଟି ଆସନ ପାଇଁ ତିନିଜଣ ପ୍ରାର୍ଥୀଥିବାରୁ ଏବଂ କେହି ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ସମସ୍ତଙ୍କୁ ବିଜୟ ଘୋଷଣା କରାଯାଇଛି। ଏହାପରେ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରି ଶପଥ ନେବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ବିଜେଡି ନେତା, ତଥାପି ସସପେନସରେ ତୃତୀୟ ଆସନ

ଭୁବନେଶ୍ବର: ଆଜି ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଆଜି ଦଳିୟ ନେତାଙ୍କ ଗହଣରେ ବିଧାନସଭା ଯାଇ ଉଭୟ ନାମାଙ୍କନ ଦାଖଲ କରିଛନ୍ତି।

ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା ଏବଂ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଜେଡି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଘୋଷଣା ହୋଇ ନାହିଁ। ଦୁଇ ଜଣଙ୍କ ନାମ ଘୋଷଣା ହେବା ପରେ କଣ ପାଇଁ ଦଳ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ ସେ ନେଇ ସସପେନସ ଜାରୀ ରହିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ କଣ ପୁରୀରୁ ଛିଡା ହେବେ କି? ଦୁଇ ଟାଣୁଆ ନେତାଙ୍କ ଥଇଥାନ ପରେ ପୁରୀବାସୀଙ୍କ ବଢୁଛି ଆଶା

ଭୁବନେଶ୍ବର: ନବୀନ ପଟ୍ଟନାୟକ କଣ ଏଥର ପୁରୀ ନିର୍ବାଚନ ମଣ୍ଡଳିରୁ ଛିଡା ହେବେ କି? ଏହିପରି ଏକ ବଡ ପ୍ରଶ୍ନ ବର୍ତ୍ତମାନ ପୁରୀ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛି। କାରଣ ହେଲା ଗତକାଲି ନବୀନ ବିଜେଡିର ଦୁଇଜଣ ଟାଣୁଆ ନେତାଙ୍କୁ ଥଇଥାନ କରିଦେଲେ। ଯେଉଁମାନେ ପୁରୀରେ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ଥିଲେ।

ଗତକାଲି ବିଜୁ ଯୁବ ଜନତାର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି। ତା ପୂର୍ବରୁ ବିଜେଡି ପୁରୀ ସଦର ପଞ୍ଚାୟତ ସମିତ ଅଧ୍ୟକ୍ଷ ଦିବାକାର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ନେତାଙ୍କର ପୁରୀ ନିର୍ବାଚନ ମଣ୍ଡଳିରେ ଭଲ ସଂଗଠନ ରହିଛି। ଆଉ ଉଭୟ ମଧ୍ୟ ଏଥର ଟିକେଟ ଆଶାୟୀ ଥିଲେ। ଏହି ଦୁଇ ନେତାଙ୍କ ଥଇଥାନ ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ପୁରୀ ପରି ଐତିହ୍ୟ ନିର୍ବାଚନ ମଣ୍ଡଳିରେ କିଏ ହେବ ବିଜେଡିର ବିଧାୟକ ପ୍ରାର୍ଥୀ।

ପୁରୀର ବିଜେଡି ନେତା ମହେଶ୍ବର ମହାନ୍ତିଙ୍କର ବିୟୋଗ ପରେ ତାଙ୍କ ପୁତ୍ର ସୁନୀଲ ମହାନ୍ତି ଟିକେଟ ଲବିରେ ଅଛନ୍ତି। ସେ ବାପାଙ୍କ ସଂଗଠନକୁ ପୁଣି ଆଗକୁ ନେବେ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ପୁରୀର ଜୟନ୍ତ ଷଡଙ୍ଗୀ ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। କାରଣ ସେ ବିଜେପି ସଂଗଠନ ପ୍ରତି ଆଉ ନଜର ଦେଉ ନାହାଁନ୍ତି। ଯଦି ଜୟନ୍ତ ବିଜେଡିକୁ ଆସିବେ ତେବେ ପୁରୀର ବିଜେପି ଭୋଟ ନିଶ୍ଚିତ ଭାଗଭାଗ ହୋଇଯିବ। ଫଳରେ ବିଜେଡି ଏଥର ପୁରୀକୁ ଅକ୍ତିୟାର କରିନେବ ବୋଲି ଆଶା ରଖିଛି।

ଅନ୍ୟପଟେ ପୁରୀରେ ଏପରି ଗୋଳିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଗଠନ ଓ ଅନେକ ପୁରୀବାସିନ୍ଧା ଖୋଦ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରନ୍ତୁ ବୋଲି ଦାବୀ କରୁଛନ୍ତି। କେତେକ ସେବକ ଗୋଷ୍ଠୀ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ ମଧ୍ୟ କରିଥିବାର ଜଣାପଡିଛି। ଅନ୍ୟପଟେ ନବୀନ ପୁରୀ ସହରକୁ ଯେପରି ବିଶ୍ବ ସ୍ତରୀୟ କରିଛନ୍ତି ଏଥିରେ ପୁରୀବାସୀ ବେଶୀ ଖୁସି ଅଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୀବାସୀଙ୍କୁ ଏକ ନୂଆ ପରିଚୟ ଦେଇଛି। ସେଥିପାଇଁ ପୁରୀବାସୀ ନବୀନଙ୍କର ଋଣ ଶୁଝାଇବା ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଚିନ୍ତା କରିଛନ୍ତି।

ତେବେ ପୁରୀର ଦୁଇ ନେତା ଶୁଭାଶିଷ ଏବଂ ଦିବାକରଙ୍କୁ ଦଳ ସନ୍ତୁଷ୍ଠ କରାଇବା ପରେ ବର୍ତ୍ତମାନ ସେଠାକାର ବିଜେଡି କନ୍ଦଳ ସମାପ୍ତ ହୋଇଯାଇଛି। ବର୍ତ୍ତମାନ ଦଳ ଯାହାକୁ ଛିଡା କଲେ ମଧ୍ୟ ଏହି ଦୁଇ ଟାଣୁଆ ନେତାଙ୍କର ସମର୍ଥନ ରହିବ। ଯଦି କୌଣସି କାରଣରୁ ନବୀନ ପଟ୍ଟନାୟକ ଛିଡା ନ ହୁଅନ୍ତି ତେବେ ସୁନୀଲ ମହାନ୍ତିଙ୍କ ପାଇଁ ସମସ୍ତ ରାସ୍ତା ଖୋଲିଯିବ।ଏପରିକି ଦଳ ଯଦି ମହିଳ କାର୍ଡ ଖେଳିବା ପାଇଁ ଚାହେଁ, ତେବେ ସୁନୀଲଙ୍କ ଧର୍ମପତ୍ନୀଙ୍କୁ ଛିଡା କରିବା କିଛି ଅସମ୍ଭବ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ, ତେବେ ତୃତୀୟ ଜଣକ କିଏ ?

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସମାନ୍ତରାୟ। ସେହିପରି ଆଉ ଜଣେ ହେଲେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ।

ଦେବାଶିଷ ହେଉଛନ୍ତି ପୁରୁଖା ନେତା। ସେ କଟକ ବାରବାଟୀରୁ ବିଧାୟକ ଥିଲେ। ସେହିପରି ଶୁଭାଶିଷ ହେଉଛନ୍ତି ପୁରୀ ନେତା ଏବଂ ସେ ବିଜେଡି ଯୁବ ମୋର୍ଚ୍ଚାର ଉପସଭାପତି ଅଛନ୍ତି।ତେବେ ତିନୋଟି ରାଜ୍ୟସଭା ଆସନ ଖାଲି ପଡୁଥିବା ବେଳେ ଦଳ ଦୁଇଜଣଙ୍କ ନାମ ଘୋଷଣା କରିଛି। ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ ନବୀନ ଘୋଷଣା କରି ନାହାଁନ୍ତି।

ତେବେ ନିକଟରେ ବିର୍ଲା କଂପାନୀରୁ ଇସ୍ତଫା ଦେଇ ବିଜେଡି ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାଙ୍କ ନାମ ଘୋଷଣା କରାଯାଇ ନାହିଁ। ସେ ପୁରୀ ଜିଲ୍ଲାର ହୋଇଥିବା ବେଳେ ସେହି ଜିଲ୍ଲାରୁ ବର୍ତ୍ତମାନ ଶୁଭାଶିଷଙ୍କ ନାମ ଘୋଷଣା ହେଲା। ଫଳରେ ଶ୍ରୀ ମିଶ୍ରଙ୍କୁ ରାଜ୍ୟସଭା ପଠାଯିବ କି ନାହିଁ ସନ୍ଦେହ ସୃଷ୍ଟି ହେଲାଣି।