Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସିଲା ଓଡିଶାର ଶେଷ ପର୍ଯ୍ୟାୟ ମତଦାନ ହାର, ମୟୁରଭଂଜରେ ସର୍ବାଧିକ ଭୋଟ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା 70.67 ପ୍ରତିଶତ।

ସେହିପରି ଗତକାଲି ହୋଇଥିବା ଛଅଟି ଲୋକସଭା ଆସନର ହାରକୁ ଲକ୍ଷ୍ୟ କଲେ ମୟୁରଭଂଜରେ ସର୍ବାଧିକ ଭୋଟ ହୋଇଛି। ସେହିପରି ଦ୍ହିତୀୟରେ ରହିଛି ଜଗତସିହଂପୁର ଲୋକସଭା କ୍ଷେତ୍ର। ତେବେ ଏଥିରେ ପୋଷ୍ଟାଲ ବାଲଟ ହିସାବକୁ ନିଆଯାଇ ନାହିଁ।
Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ଓଡିଶାର ନିର୍ବାଚନ 2024, ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେଲା ସବୁ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୨ ପ୍ରତିଶତ ରହିଛି ଓ ଭୋଟିଂ ସମାପ୍ତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ।

ରାଜ୍ୟରେ ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି। ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଭୋଟର ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିଥିବାରୁ ସମସ୍ତ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସାଧୁବାଦ ଜଣାଇଛନ୍ତି। ଏତଦ୍‌ବ୍ୟତୀତ ଶାନ୍ତିଶୃଙ୍ଖଳାର ସହ
ମତଦାନ ପରିଚାଳନା କାର୍ଯ୍ୟ କରିଥିବାରୁ ସମସ୍ତ ପୋଲିଂ କର୍ମଚାରୀ, ସୁରକ୍ଷା ବଳଙ୍କୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସାଧୁବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ କେତେକ ବୁଥ୍‌ରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ କରିବା ପାଇଁ ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ନିର୍ଦ୍ଧାରିତ ମତଦାନ ସମୟ ସୁଦ୍ଧା ବୁଥ୍‌ରେ ଥିବା ସମସ୍ତ ଭୋଟର ମତଦାନ କରୁଛନ୍ତି। ସକାଳୁ ମକ୍‌ପୋଲ୍‌ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖାଯାଇଥିବାରୁ ତୁରନ୍ତ ତାହା ବଦଳା ଯାଇଥିଲା ଏବଂ ମତଦାନ ସ୍ୱାଭାବିକ ଭାବେ ଚାଲିଥିଲା। ପୋଲିଂ ଆରମ୍ଭ ହେବା ପରେ ସ୍ୱଳ୍ପ କିଛି ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା ଏବଂ ସେଗୁଡ଼ିକୁ ମଧ୍ୟ ବଦଳା ଯାଇଥିଲା । ଉକ୍ତ ବୁଥ୍‌ର ଭୋଟରମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୋଟରମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ଭୋଟରମାନଙ୍କୁ ମତଦାନ ପ୍ରତି ଆକର୍ଷିତ କରିବା ପାଇଁ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍‌ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା। ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ମହିଳା କର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ ଆଦି ସ୍ଥାପନ କରାଯାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଥିଲା। ଅନେକ ବୁଥ୍‌ରେ ସ୍ଥାନୀୟ ଚିତ୍ରକଳା,
ଜନଜାତି ଥିମ୍‌ ଦେଖିବାକୁ ମିଳିଥିଲା । ସମସ୍ତ ବୁଥ୍‌ରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପ୍ରୟାସ କରାଯାଇଥିଲା। ସମସ୍ତ ବୁଥ୍‌ରେ ପାନୀୟ ଜଳ, ଛାଇ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଥିଲା। ପ୍ରତି କେନ୍ଦ୍ରରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା।

ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସେ୍ୱଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ। ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା। ୱେବ୍‌କାଷ୍ଟିଂ ଜରିଆରେ ନିର୍ଦ୍ଦିଷ୍ଟ ବୁଥ୍‌ଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫ ସି ର ମାନ ଙ୍କ ପକ୍ଷରୁ ତୀକ୍ଷ୍‌ଣ ନ ଜର ର ଖାଯାଇଥିଲ। ରିପୋର୍ଟ ପ୍ରସ୍ତୁତ ବେଳକୁ କିଛି ବୁଥ୍‌ରୁ ପୋଲିଂ ପାର୍ଟିମାନେ ରିସିଭିଂ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି।

ଏହା ସହ ରାଜ୍ୟରେ ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ନିଜର ଭୋଟ  ଦ୍ୱାରା ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥିବାରୁ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ଅଂଶୀଦାର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ପୋଲିସ ଅଧିକାରୀ, ପୋଲିଂ କର୍ମଚାରୀ, ସୁରକ୍ଷାବଳ, ସେ୍ୱଚ୍ଛାସେବୀ ତଥା ଏଥିରେ ଅଂଶଗ୍ରହଣ କରିଥିବା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଯୁଗ୍ମ ମୁଖ୍ୟ ନର୍ବାଚନ ଅଧିକାରୀ, ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଓ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ଶାନ୍ତିଶୃଙ୍ଖଳାର ସହ ଓଡ଼ିଶାରେ ମତଦାନ ପ୍ରକ୍ରିୟା ପାଇଁ ସମଗ୍ର ରାଜ୍ୟବାସୀଙ୍କ ଅଭିନନ୍ଦନ ଜଣାଇବା ସହ ଭାରତୀୟ ଗଣତନ୍ତ୍ରକୁ ଏହା ପରିପୃଷ୍ଟ କରିବ ବୋଲି ମତପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଶେଷ ପର୍ଯ୍ୟାୟ ମତଦାନ, ୩୯୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ବା ଶେଷ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା ମୟୂରଭଞ୍ଜ (ଏସ୍‌.ଟି.), ବାଲେଶ୍ୱର, ଭଦ୍ରକ (ଏସ୍‌.ସି.), ଯାଜପୁର(ଏସ୍‌.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର(ଏସ୍‌.ସି.) ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ଆସନ୍ତାକାଲି ମତଦାନ ହେବ।

ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୯,୬୧,୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦,୮୮,୦୭୬ ପୁରୁଷ, ୪୮,୭୨,୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ ରହିଛି। ଏମାନଙ୍କ ମଧ୍ୟରେ ୨,୫୭,୩୪୫ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୨୦,୫୧,୫୦୫ ଜଣ ଯୁବ ମତଦାତା ରହିଛନ୍ତି।

ଏହି ପର୍ଯ୍ୟାୟରେ ମୋଟ ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ (ମୋଟ୍‌: ୧୦,୮୮୨) ମତଦାନ କେନ୍ଦ୍ର ରହିଛି। ମତଦାନ କେନ୍ଦ୍ର ପିଛା ପ୍ରାୟ ୯୧୫ ଜଣ ମତଦାତା ରହିଛନ୍ତି। ଏହି ସମସ୍ତ ବୁଥ୍‌ରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୧୪୦୦ରୁ ଊଦ୍ଧ୍ୱର୍ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ।

ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଅନୁ୍ୟନ ଜଣେ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି।

ମୋଟ ପ୍ରାର୍ଥୀ ସଂଖ୍ୟା:-

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୫୫ ଜଣ ଏବଂ  ମହିଳା ପ୍ରାର୍ଥୀ ୧୧ ଜଣ ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୯୪ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ପ୍ରାର୍ଥୀ ୩୩୬ ଜଣ ଏବଂ ମହିଳା ପ୍ରାର୍ଥୀ ୫୮ ଜଣ ଅଛନ୍ତି।

ଇଭିଏମ୍‌ ଓ ଭିଭିପାଟ୍‌:-

ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍‌, ୧୩୪୬୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୬୦୬ଟି ଭିଭିପାଟ୍‌ କମିଶନିଂ ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ମୋଟ ୧୪୧୨୨ଟି ବାଲାଟ୍‌ ୟୁନିଟ୍‌, ୧୩୪୪୭ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୬୩୮ଟି ଭିଭିପାଟ କମିଶନିଂ ହୋଇଛି।

ପର୍ଯ୍ୟବେକ୍ଷକ-

ଏହି ପର୍ଯ୍ୟାୟ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩ ଜଣ ପୋଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

ସୁରକ୍ଷା ବ୍ୟବସ୍ଥା

ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ୧୨୫ କମ୍ପାନୀ ଈଅPଏ (ସେଣ୍ଟ୍ରାଲ ଆର୍ମଡ଼୍‌ ପୋଲିସ ଫୋର୍ସ) ନିୟୋଜିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ଶେଷ ହେଲା ପ୍ରଚାର, ପୁଣି ଆରମ୍ଭ ହେବ ଅନ୍ଧାରୀ ବିଜେ

ଭୁବନେଶ୍ବର: ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଏହି ପର୍ଯ୍ୟାୟର ପ୍ରଚାର ବେଶ ସରଗରମ ହୋଇପଡିଥିଲା। କାରଣ ସବୁ ରାଜନୈତିକ ଦଳ ସେମାନଙ୍କର ଶେଷ ଅସ୍ତ୍ର ପ୍ରୟୋଗ କରି ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ଚେଷ୍ଠା କରିଥିଲେ। ନିର୍ବାଚନ ପ୍ରଚାର ସରିବା ପରେ ବର୍ତ୍ତମାନ କର୍ମିମାନେ ଲୁଚାଛପାରେ ଆରମ୍ଭ କରିବେ ପ୍ରଚାର।

ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରଚାରରେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସରୁ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଳ ଗାନ୍ଧୀ ମଧ୍ୟ ପ୍ରଚାର କରିଛନ୍ତି।

ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଛଅଟି ଲୋକସଭା ଏବଂ ଏହା ଅଧିନରେ ଥିବା 42ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଂଜ, କେନ୍ଦ୍ରାପଡା ଏବଂ ଜଗତସିଂହପୁର। ଆସନ୍ତା ଜୁନ 1 ତାରିଖରେ ଏହିସବୁ ସ୍ଥାନରେ ନିର୍ବାଚନ ହେବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସର୍ବାଧିକ ଆସନ ଜିତି ଥିବା ବେଳେ କଂଗ୍ରେସ ଖାତା ଖାଲି ଥିଲା

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର 42ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି 29 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି।

ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି ଲୋକସଭା ଆସନରୁ ବିଜେଡି 4ଟି ରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଛି। ବିଜେପି ବାଲେଶ୍ବର ଏବଂ ମୟୁରଭଂଜ ଆସନରେ ଜିତିଥିବା ବେଳେ, ବିଜେଡି କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଏବଂ ଯାଜପୁର ବିଜୟ ଲାଭ କରିଛି। ସେହିପରି 42ଟି  ବିଧାନସଭା ଆସନରେ ବିଜେଡି 33ଟି ଜିତି ଥିବା ବେଳେ ବିଜେପି 9ଟି ଆସନରେ ଜିତିଛି। ହେଲେ କଂଗ୍ରେସ ଗୋଟିଏ ବି ଆସନରେ ବିଜୟ ଲାଭ କରିପାରି ନାହିଁ।

ବିଜେଡି ଚଳିତ ନିର୍ବାଚନରେ ବାଲେଶ୍ବର ଏବଂ ମୟୁରଭଂଜ ଲୋକସଭା ଆସନକୁ ଫେରାଇ ଆଣିବା ପାଇଁ ବଡ ଗୋଟି ଚାଳନା କରିଛି। ସେହିପରି ବିଧାନସଭାରେ ମଧ୍ୟ ବିଜେଡି 42ଟି ଆସନରୁ 40ଟି ଆସନ ଅକ୍ତିୟାର କରିବା ମୁଡରେ ରହିଛି। ସେହି ଅନୁସାରେ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେପି ଲୋକସଭା ଆସନରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ସେହିପରି କଂଗ୍ରେସ ମଧ୍ୟ ବହୁତ ବଡ ଆଶା କରି ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେଉଁଦିନ କଣ ରହିଛି

ଭୁବନେଶ୍ବର: ଓଡିଶାରେ ତଥା ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ ହେଉଥିବା ବେଳେ ଦେଶରେ ସାତଟି ପର୍ଯ୍ୟାୟ ରହିଛି। ତେବେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତାହା ହେଲା..

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୦୭ ମେ
ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୪ ମେ
ପ୍ରାର୍ଥୀ ପତ୍ର ଯାଞ୍ଚ- ୧୫ ମେ
ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୧୭ ମେ
ଭୋଟ ଗ୍ରହଣ- ୧ ଜୁନ ୨୦୨୪ ଶନିବାର
ଭୋଟ ଗଣତି- ୪ ଜୁନ ୨୦୨୪

ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ସହିତ ଏହା ଅଧିନରେ ଥିବା ବିଧାନସଭାରେ ନିର୍ବାଚନ ହେବ।