Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ବିଧାନସଭା, ହେଲେ କୌଣସି ବିଧାୟକଙ୍କ ମୁହଁରେ ନା ଅଛି ଖୁସି ନା ଅଛି ହସ

ଭୁବନେଶ୍ବର: ଆଜି ଶେଷ ହୋଇଛି ଷୋଢଶ ବିଧାନସଭାର ଅଧିବେଶନ। ଆଜି ବ୍ୟୟ ମଂଜୁରୀ ବିଲ ପାଶ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏହି ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଚାରିଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି।

ତେବେ ଏହି ଅଧିବେଶନ ଶେଷ ହେବା ପରେ କୌଣସି ବିଧାୟକଙ୍କ ମୁହଁ ହସ ନାହିଁ କି ଖୁସି ନାହିଁ। ରାଗ ନାହିଁ କି ଗରମ ନାହିଁ। କାରଣ ହେଲା ଏହା ହେଉଛି ଶେଷ ଅଧିବେଶନ। ପରବର୍ତ୍ତି ଅଧିବେଶନରେ ବସିବାକୁ ହେଲେ ନିର୍ବାଚିତ ହୋଇ ଆସିବାକୁ ପଡିବ। ଏଥିରେ କିଏ ଜିତିବ କିଏ ହାରିବ ଜଣା ନାହିଁ। କାହାକୁ ଟିକେଟ ମିଳିବ କାହାକୁ ମିଳିବ ନାହିଁ ଜଣା ନାହିଁ।

ଏହାକୁ ନେଇ ବିଧାୟକମାନେ ଚିନ୍ତା ଗସ୍ତ ଭାବେ ବିଧାନସଭାରୁ ବିଦାୟ ନେଇଛନ୍ତି। ଗୃହ ସରିବା ପରେ ପରସ୍ପର ଆଲୋଚନା ମଧ୍ୟ କରିଛନ୍ତି। ଅନେକ ବିରୋଧୀ ଶାସକ ବିଧାୟକ କୋଳାକୋଳି ମଧ୍ୟ ହୋଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଗ୍ୟରେ ଥିଲେ ପୁଣି ଥରେ ଦେଖା ହେବା। ଏକାଠି ହେବା। ଭାଗ୍ୟରେ ନ ଥିଲେ ଆଉ ଏହି ଭିତରକୁ ଆସିପାରିବା ନାହିଁ।

ତେବେ ଏହି ବିଧାନ ସଭାକୁ ଆଉ କେବେବି ଆସିପାରିବେ ନାହିଁ ବିଧାୟକ ମଧ୍ୟ ଅଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେମାନେ ନିର୍ବାଚନ ଲଢେଇ କରିବେ ନାହିଁ। ତେଣୁ ଏହି ଦୁଇ ବିଧାୟକଙ୍କ ବିଧାନସଭା ପ୍ରବେଶ ସବୁଦିନ ପାଇଁ ବନ୍ଦ ହେଲା।

ସେହିପରି ଆଉ କେତେକ ବିଧାୟକ ଅଛନ୍ତି ଯେଉଁମାନେ ବୟସାଧିକ ଯୋଗୁଁ ନିର୍ବାଚନ ଲଢିପାରିବେ ନାହିଁ। ହେଲେ ସେମାନେ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରି ନ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ରହିଛି। ତେଣୁ ସେମାନେ ମଧ୍ୟ ଆଉ ବିଧାନସଭା ଆସିପାରିବେ ନାହିଁ।

ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଜି ବିଧାନସଭାରେ ଆଣ୍ଠୁମାଡି ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ବିଧାନସଭା ନିର୍ବାଚନ ଲଢେଇ କରିବି ନାହିଁ। ତେଣୁ ଏହି ପବିତ୍ର ଗୃହକୁ ଆଉ ଆସିବାର ନାହିଁ। ସେଥିପାଇଁ ମୁଣ୍ଡିଆ ମାରି ଏହି ଗୃହରୁ ସବୁଦିନ ପାଇଁ ବିଦାୟ ନେଉଛି। ମୋର ଦୁଇ ପୁଅ ଅଛନ୍ତି। ସେମାନେ ଏଥର ନିର୍ବାଚନ ଲଢିବେ।

ଶେଷ ଅଧିବେସନ ହୋଇଥିବାରୁ ସବୁ ବିଧାୟକ ଏକାଠି ହୋଇ ଏକ ଫଟୋ ଉଠାଇଥିଲେ। ଯାହା ତାଙ୍କ ସାରା ଜୀବନର ଏକ ସ୍ମୃତି ହୋଇ ରହିବ। ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନେଇ ଏହି ଫଟୋ ସେସନ କରାଯାଇଛି। ତାହାକୁ ସବୁ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏହାକୁ ସେମାନେ ସନ୍ତକ କରି ରଖିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ବଜେଟ ଅଧିବେସନ, ରାଜ୍ୟପାଳ ଦେବେ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାଷଣ।

ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ।ଏହା ହେବ ଶେଷ ଅଧିବେସନ। ଏଥିରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଏହା ପାରିତ ହେବ।

ସେହିପରି ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ହେବ। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୫ରୁ ଆରମ୍ଭ ହେବ ଓଡିଶା ବିଧାନସଭା, ଘଟିବ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣା

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ସେ ନେଇ ଆଜି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ।ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହାହେବ ତାଙ୍କର ପ୍ରଥମ ଭାଷଣ।

ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।