Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

ଶେଷ ରଜରେ ଦୋଳି ଖେଳିଲେ ଅଭିନେତା ଦମ୍ପତି ସବ୍ୟାର୍ଚ୍ଚିତା

ଭୁବନେଶ୍ବର: ଗତକାଲି ଥିଲା ଶେଷ ରଜ। ଏହି ରଜରେ ଯିଏ ପରିଲା ସେ ମନଭରୀ ମଜା ଉଠାଇଲା। କାରଣ ତାପରେ ପୁଣି ଆର ବର୍ଷକୁ ଅପେକ୍ଷା। ଏପରି କ୍ଷେତ୍ରରେ ଓଡିଆ ସିନେ ଜଗତର ଚର୍ଚ୍ଚିତ ଦମ୍ପତି ସବ୍ୟାର୍ଚ୍ଚିତ ଦୋଳି ଖେଳି ଏହି ରଜକୁ ପାଳନ କରିଛନ୍ତି। ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ରାଜଧାନୀରେ କେତେକ ରଜ ଉତ୍ସବରେ ଯୋଗ ଦେଇଛନ୍ତି।

ଉଭୟ ନୟାପଲ୍ଲୀ ଏବଂ ନୂଆଗାଁ ତରଫରୁ ହୋଇଥିବା ରଜ ଉତ୍ସବରେ ଯୋଗ ଦେଇଥିଲେ। ଉଭୟ ପତିପତ୍ନୀ ଦୋଳିରେ ଝୁଲିବା ସହିତ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ପିଠା ମଧ୍ୟ ଖାଇଥିଲେ। ଏ ନେଇ ପ୍ରେକ୍ଷାଳୟରେ ମଧ୍ୟ ଏକ ବଡ ରଂଗାରଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଭୟ ନିଜନିଜ ଅଭିନୟର ଦକ୍ଷତାକୁ ପ୍ରତିପାଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନ ପାଇଁ ହେଲା ସରକାରୀ ଛୁଟି ଘୋଷଣା

ଭୁବନେଶ୍ବର: ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଶେଷ ରଜ (ଭୂଦାହ) ଜୁନ – ୧୬ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରଜ ପର୍ବ ଉପଲକ୍ଷେ ଜୁନ ୧୪ ତାରିଖ,୧୫ ତାରିଖ ସରକାରୀ ଛୁଟି ରହିଛି । ବର୍ତ୍ତମାନ ଲଗାତର ତିନିଦିନ ପାଇଁ ଛୁଟି ଘୋଷଣା କରାଗଲା।

ପ୍ରକାଶ ଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା – ୩୪୫୭୮ ତା ୧୭.୧୧.୨୦୨୧ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବିଜ୍ଞପ୍ତି ନମ୍ବର – ୧୮୨୫ ତା ୨୧.୦୨.୨୦୨୨ ଅନୁସାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରାଜସ୍ୱ ଆୟୁକ୍ତ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦ୍ଧିଷ୍ଟ ଜିଲ୍ଲାରେ ଗୋଟିଏ ଦିନ ସରକାରୀ ସ୍ଥାନୀୟ ଛୁଟି ଘୋଷଣା କରିଥା’ନ୍ତି ।

ଏହି ଆଧାରରେ ଆଗାମୀ ଜୁନ ୧୬ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି।