Categories
ଆଜିର ଖବର ଜାତୀୟ ଖବର ଧର୍ମ

ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର!, ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ମନ୍ଦିର ହିନ୍ଦୁ ଧର୍ମର ସବୁଠାରୁ ପ୍ରସିଦ୍ଧ ଏବଂ ବଡ ଧାର୍ମିକ ସ୍ଥାନ ଅଟେ। ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରିବାକୁ ଏଠାକୁ ଆସନ୍ତି। ଭକ୍ତଙ୍କ ସୁବିଧା ପାଇଁ ମୋଦୀ ସରକାର କଟରା ପର୍ଯ୍ୟନ୍ତ ରେଳ ସେବା ଆରମ୍ଭ କରିଥିଲେ, ଯାହା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ସହଜ କରିଥାଏ। ଏହା ସହିତ, ବର୍ତ୍ତମାନ ଦର୍ଶନ କରିବା ଲାଗି ସମୟ ମଧ୍ୟ ସଞ୍ଚୟ ହୋଇଥାଏ। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣରୁ କଟରା ରେଳ ଷ୍ଟେସନ ପର୍ଯ୍ୟନ୍ତ ମାତା ବୈଷ୍ଣୋ ଦେବୀଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି।

ଚେନ୍ନାଇ ଏବଂ ଦିଲ୍ଲୀରୁ କଟରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ଚେନ୍ନାଇରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ର ନାମ ହେଉଛି ଶ୍ରୀମାତା ବୈଷ୍ଣୋ ଦେବୀ କଟରା-ଚେନ୍ନାଇ ଏକ୍ସପ୍ରେସ। ଏଥି ସହିତ ଚେନ୍ନାଇରୁ ଚାଲୁଥିବା ଟ୍ରେନ୍ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଚାଲିବ। ଏହି ଟ୍ରେନ୍ ହେଉଛି ହଜରତ ନିଜାମୁଦ୍ଦିନ ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ଅଟେ। ଏହି ମାର୍ଗଗୁଡିକର ଯାତ୍ରୀମାନେ ମାତା ବବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ସୁବିଧା ପାଇବେ।

ପ୍ରକାଶ ଯୋଗ୍ୟ ଯେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ଜମ୍ମୁ, ପଞ୍ଜାବ ଏବଂ ହରିୟାଣାର ଯାତ୍ରୀମାନେ କଟରା-ଚେନ୍ନାଇ ଏକ୍ସପ୍ରେସ ଦେଇ ମାତା ବୈଷ୍ଣୋ ଦେବୀ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଏବଂ ଦିଲ୍ଲୀରୁ ଯାତ୍ରୀମାନେ ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଦେଇ କଟରା ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ ଯେ ଟ୍ରେନ୍ ନମ୍ବର ୨୨୬୫୫ ଏବଂ ୨୨୬୫୬ ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ-ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ସପ୍ତାହରେ ଥରେ ଯିବା ଆସିବା କରିବ। ଏହି ଟ୍ରେନ୍ ୬ ଏବଂ ୮ ଜୁଲାଇରେ ଚାଲିବ। ଅନ୍ୟ ପଟେ, ଟ୍ରେନ୍ ନମ୍ବର ୧୬୦୩୧/୧୬୦୩୨ ଚେନ୍ନାଇ ସେଣ୍ଟ୍ରାଲ୍ – ଶ୍ରୀମାତା ବୈଷ୍ଣୋ ଦେବୀ କଟରା ସପ୍ତାହରେ ଦୁଇଥର ଯିବା ଆସିବା କରିବ।

Categories
ଆଜିର ଖବର ରାଜ୍ୟ ଖବର

ବଢିଲା କଟକଣା ଅବଧି : ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ କରିବାକୁ ପଡିବ ଅପେକ୍ଷା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧୫ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ତେଣୁ ଜୁନ୍ ୧୫ ତାରିଖ ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। ଏହି ସମୟରେ କେବଳ ମହାପ୍ରଭୁଙ୍କ ରୀତିକାନ୍ତି ଚାଲିବ। ଶ୍ରୀମନ୍ଦିର କାର୍ଯ୍ଯାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ସ୍ଥିତିକୁ ଦେଖି ବନ୍ଦ ହେଲା ଭୁବନେଶ୍ଵରର ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର: ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ଼ ସଂକ୍ରମଣ ଯୋଗୁଁ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ପାଇଁ ରୋକ ଲାଗିଛି। ଧାର୍ମିକ ଅନୁଷ୍ଠାନରେ କେବଳ ରୀତିକାନ୍ତି ଏବଂ ପୂଜାର୍ଚ୍ଚନା ହୋଇପାରିବ। ବିଭିନ୍ନ ଧର୍ମ ଗୁରୁଙ୍କ ସହ ବିଏମସିର ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ଧାର୍ମିକ ଅନୁଷ୍ଠାନ ପାଇଁ ଏକ ନୂଆ ଗାଇଡଲାଇନ ବିଏମସି ଜାରି କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୁମ୍ଭମେଳାରୁ ଫେରିଥିବା ୧୩ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଉତ୍ତରାଖଣ୍ଡ କୁମ୍ଭମେଳାରୁ ଫେରିଥିବା ୧୩ ଜଣ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ରେଲୱେ ଷ୍ଟେସନରେ ୩୦ ଜଣ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ସେଠାରେ ମୋଟ ୩୦ ଟି ନମୁନାରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଲିଙ୍ଗରାଜ ମନ୍ଦିରରେ ଲାଗିଲା କଟକଣା: ଶ୍ରଦ୍ଧାଳୁଙ୍କୁ ମଳିବ ନାହିଁ ଅନୁମତି

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପାଇଁ ପୁଣି ଥରେ କଟକଣା ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏହି କଟକଣା ଲାଗୁ କରାଯାଇଛି। ମନ୍ଦିରର କିଛି ସେବାୟତ ସଂକ୍ରମିତ ହେବାରୁ କଟକଣା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀ ରଥଯାତ୍ରା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ଲାଗିବ ବୋଲି ବିଏମସି କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୁମ୍ଭମେଳାକୁ ଯାଇଛନ୍ତି ୪୦୦ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ: କଡ଼ା ନଜର ରଖିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାରୁ ଉତ୍ତରାଖଣ୍ଡ କୁମ୍ଭମେଳାକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ଉପରେ କଡା ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୁମ୍ଭମେଳାକୁ ଓଡିଶାରୁ ୪୦୦ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଯାଇଛନ୍ତି। ୧୫୦ ଟି  ପରିବାରରୁ ୪୦୦ ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଯାଇଥିବା ସୂଚନା ରହିଛି। ଗଞ୍ଜାମରୁ ୨୫ ଜଣ ଶ୍ରଦ୍ଧାଳୁ ଯାଇଥିବା ବେଳେ ନବରଙ୍ଗପୁରରୁ ୨୦ ଜଣ, ପୁରୀରୁ ୨୦ ଜଣ, ଖୋର୍ଦ୍ଧାରୁ ୧୦ ଜଣ, କଟକରୁ ୯ ଟି ପରିବାରର ଲୋକ କୁମ୍ଭ ମେଳାକୁ ଯାଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି।

ତେଣୁ କୁମ୍ଭମେଳା ଫେରନ୍ତାଙ୍କଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ସେଥିପାଇଁ ରାଜ୍ୟ ସରକାର ଏହି ଶ୍ରଦ୍ଧାଳୁଙ୍କ ଉପରେ କଡା ନଜର ରଖିଛନ୍ତି। ଉତ୍ତରାଖଣ୍ଡରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ସେମାନଙ୍କୁ ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି ।