Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: କାମ କରୁଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଶିଙ୍ଗେଶ୍ୱର ନିକଟରେ ଏକ ପାର୍କରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ ଜଣେ ଶ୍ରମିକ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ (୬୦) ଦୀର୍ଘ ଦିନ ଧରି ବଡ଼କୁଳରେ ଭଡା ଘରେ ରହିଆସୁଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରିଆସୁଥିଲେ। ପରିବାର କହିଲେ ସ୍ତ୍ରୀ, ତିନି ପୁଅ ବୋହୂ ଓ ନାତି ନାତୁଣୀ।

ଆଜି ସକାଳେ କାମକୁ ଆସିଥିବା ବେଳେ କାର୍ଯ୍ୟସ୍ଥଳୀରେ ହଠାତ ଅସୁସ୍ଥତା ଅନୁଭବ କରି ସେଠାରେ ପଡିଯାଇଥିଲେ। ତୁରନ୍ତ ସହଯୋଗୀ ଶ୍ରମିକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ବିଶେଷ ଖବର

ଯାଜପୁର ରୋଡ ଷ୍ଟେସନରେ ଛ୍ଅ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ଛ୍ଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ପୁଣି ଦନ୍ତା ହାତୀ ଆତଙ୍କ, ଜଣେ ମୃତ୍ୟୁ

ରଣପୁର: ଆଜି ସକାଳୁ ରଣପୁର ବ୍ଲକ ମୟୁରଝାଲିଆ କମାଗୁରୁ ରାସ୍ତାରେ ଦନ୍ତାହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦନ୍ତାହାତୀ ଆକ୍ରମଣରେ ଜଣେଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣଙ୍କ ନାଟିମ ଗ୍ରାମର ସତ୍ୟ ଵେହେରା (୫୬) ବୋଲି ଜଣାପଡିଛି।

ରଣପୁର ବ୍ଲକ ନରସିଂହପୁର ପଂଚାୟତ ଅଧିନସ୍ଥ ନାଟିମୀ ଗ୍ରାମର ୩ ଜଣ ବ୍ୟକ୍ତି ସତ୍ୟ ବେହେରା, ବୀର ଜେନା, ସଉରିଆ ଜେନା କମାଗୁରୁ ଗ୍ରାମକୁ ସାଇକେଲରେ କୁଅ ଖୋଳିବାକୁ ଯାଉଥିଲେ। ସାଇକେଲରେ ଯାଉଥିବା ବେଳେ କମାଗୁରୁ ଗ୍ରାମ ନିକଟରେ ହଠାତ୍ ଏକ ଦନ୍ତା ଜଙ୍ଗଲରୁ ବାହାରି ଆସିଥିଲା। ଦନ୍ତାକୁ ଦେଖି ୨ ଜଣ ଦୌଡି ପଳାଇବାକୁ ସମର୍ଥ ହୋଇଥିଲେ। ତେବେ ସତ୍ୟ ବେହେରା ଯାଇ ନ ପାରିଵାରୁ ସେଠାରେ ତାଙ୍କୁ ଦନ୍ତା ଦଳି ଦେଇଥିଲା। ଦନ୍ତା ଆକ୍ରମଣରେ ଘଟଣା ସ୍ଥଳରେ ହିଁ ସତ୍ୟ ବେହେରାଙ୍କର ମୃତ୍ୟୁ ହୋଇଥିଲା। ଏବେ ଘଟଣା ସ୍ଥଳରେ ମୃତ ଦେହ ପଡି ରହିଛି। ରିପୋର୍ଟ ଲେଖା ହେବା ସୁଧା କୌଣସି ବନ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ଯାଇନାହାନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ଏହି ପରି ଘଟଣା ରଣପୁର ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆ ଯାଉ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।  ଏକ ମାସ ମଧ୍ୟରେ ହାତୀ ଆକ୍ରମଣ ଜନିତ ତିନୋଟି ଘଟଣା ଘଟି ଲାଣି। ସେଥି ମଧ୍ୟରୁ ୨ ଟି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଦ୍ୟାବଧି ଡାକ୍ତରଖାନା ରେ ଚିକିତ୍ସା ହେଉଛନ୍ତି। ମହାତପଲ୍ଲା ପଞ୍ଚାୟତର ବାନ୍ଧପଲ୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସପ୍ତାହ ପୂର୍ବରୁ ଝାଡ଼ପଡା ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ବର୍ତ୍ତମାନ ସେ ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ପୁଣି ନାଟିମ ଗ୍ରାମର ସତ୍ୟ ବେହେରା କାମ କୁ ଯାଉଥିବା ବେଳେ ମୟୁରଝାଲିଆ ଠାରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ହୋଇ ଯାଇଛି। ତେଣୁ ବନ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଅହମ୍ମଦାବାଦରେ ଏକ ମର୍ମନ୍ତୁଦ ଦୁର୍ଘଟଣା; ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିବାରୁ ୮ ଶ୍ରମିକଙ୍କ ମୃତ୍ୟୁ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଯାହା ଫଳରେ ଏହି ଦୁର୍ଘଟଣା ଯୋଗୁଁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିବାରୁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ତାମିଲନାଡୁରେ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବା ଲାଗି ଠିକାଦାର ଟଙ୍କା ମାଗୁଥିବା ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ନିଜ ପରିବାରର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଛି। କିନ୍ତୁ ମୃତକ ଶ୍ରମିକଙ୍କୁ ନେଇଥିବା ଠିକାଦାର ସେହି ଗରିବ ପରିବାରକୁ ସାହାରା ହେବା ବଦଳରେ ମୃତ ଦେହ ଆଣିବା ପାଇଁ ଟଙ୍କା ମାଗିଥିବା  ଅଭିଯୋଗ ହୋଇଛି। ଏଭଳି ଏକ ଦୁଃଖଦ ଖବର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନିପପୁର ଗ୍ରାମ ପଞ୍ଚାୟତର ବାଲେଡିହ ଗ୍ରାମରେ ଘଟିଯାଇଛି।

ସୂଚନା ଅନୁଯାୟୀ, ବାଲେଡିହ ଗ୍ରାମର ଜୟ ନାୟକ( ୪୦) ନାମକ ଜଣେ ଶ୍ରମିକ ପ୍ରାୟ ଏକ ମାସ ପୂର୍ବରୁ କାମ କରିବା ପାଇଁ ତାମିଲିନାଡୁ ଯାଇଥିଲେ। କାମ କରି ଘରକୁ ଦୁଇ ପଇସା ଦେବା ପୂର୍ବରୁ ହଠାତ ତାଙ୍କର ମୃତ ହୋଇଥିବା ନେଇ ପରିବାରଙ୍କୁ ଖବର ମିଳିଥିଲା। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ତୁଳସୀ ନାୟକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଜୟଙ୍କ ସ୍ତ୍ରୀ ତୁଳସୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ନିଜପରିବାର ଚଳିବା ପାଇଁ ନିଜର ସ୍ବାମୀଙ୍କୁ ଅରାଙ୍ଗ ଗ୍ରାମର ହଜୁ ନାମକ ଠିକାଦାର ସହିତ ଦାଦନ ଖଟିବ ପାଇଁ ପଠାଇଥିଲେ। ହେଲେ ତାଙ୍କ ସ୍ବାମୀଙ୍କର ମୃତ ଦେହ ଆଣିବା ପାଇଁ ତୁଳସୀଙ୍କ ଠାରୁ ଠିକାଦାର ହଜୁ ଟଙ୍କା ମାଗୁଥିବା  ଗଣମାଧ୍ୟମକୁ ଜଣାଇଛନ୍ତି। ସ୍ବାମୀଙ୍କ ମୃତ ଶରୀର ଆଣିବା ପାଇଁ ଠିକାଦାର ହଜୁ ନାୟକ ଆମ୍ବୁଲାନ୍ସ ବାବଦକୁ ୩୦ ହଜାର ଟଙ୍କା ଦାବି କରିଥିବା ସେ ଅଭିଯୋଗ କରିଛନ୍ତି। ସେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା କୋଉଠୁ ଆଣିବେ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି।

କିନ୍ତୁ ବର୍ତ୍ତମାନ ସେ ଦୁଇ କୁନି କୁନି ଛୁଆଙ୍କୁ ନେଇ ନିରୁପାୟ ହୋଇ ନିକଟସ୍ଥ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ମୃତ ଦେହକୁ ଆଣିବା ଏବଂ ଠିକାଦାରଙ୍କୁ ଗିରଫ କରିବା ଲାଗି ସେ ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଅପର ପକ୍ଷରେ ଲେବର ଅଫିସକୁ ଯାଇ ମଧ୍ୟ ସେ ଏହି ବାବଦରେ ଜଣାଇଛନ୍ତି।

ତେଣୁ ପ୍ରଶାସନ ତରଫରୁ ତୁଳସୀ ନାୟକଙ୍କୁ ଉଚିତ ନ୍ୟାୟ ମିଳିବାକୁ ସାଧାରଣରେ ଦାବି ହେବା ସହ ଠିକାଦାରକୁ ଗିରଫ ପାଇଁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ମ୍ୟାନହୋଲରେ ଫସି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ସଚିବ ଏବଂ ଦୁଇ ଜିଲ୍ଲାପାଳଙ୍କୁ ନୋଟିସ୍ କଲେ ହାଇକୋର୍ଟ

କଟକ: ମ୍ୟାନହୋଲରେ ଫସି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବ ଏବଂ ଦୁଇ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ ବିଭାଗ ସଚିବଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି।

ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଥିବା ବେଳେ କଟକ ଏବଂ ଭୁବନେଶ୍ଵର କମିଶନରଙ୍କୁ ମଧ୍ୟ ନୋଟିସ ହୋଇଛି। ସମସ୍ତଙ୍କୁ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ସରାକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ। ଆଇନ ଆନୁସାରେ କ୍ଷତିପୂରଣ ବାବଦକୁ ତୁରନ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫୌଜଦାରି ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।