Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ଶ୍ରମିକ କଲ୍ୟାଣ ବୋର୍ଡ କାର୍ଯ୍ୟ ହେବ ସରଳ, ଅନଲାଇନରେ ହେବ ସଂଯୋଗ

ଭୁବନେଶ୍ବର: ଶ୍ରମିକଙ୍କ କଲ୍ୟାଣ ଓ କାର୍ଯ୍ୟ ସହଜ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼  ଅଧୀନରେ ସେସ୍ (ଉପ-କର) ଆଦାୟ ସଂକ୍ରାନ୍ତରେ ସଫ୍ଟୱେର୍ ସଂଯୋଗ ସମସ୍ୟାର ସମାଧାନ କରି ଏହାକୁ ସମନ୍ୱିତ କରିବା ପରିପ୍ରେକ୍ଷୀରେ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ  ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ସେସ୍ ସଂଗ୍ରହକାରୀମାନେ ଆଦାୟ କରୁଥିବା ସେସ୍ ଅର୍ଥକୁ ବୋର୍ଡକୁ ନିରବଚ୍ଛିନ୍ନ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜମା କରିବା ଏବଂ ଏଥିପାଇଁ  ନିର୍ମାଣ ଶ୍ରମିକ ପୋର୍ଟାଲ ସହିତ ସଫ୍ଟଓୟାର ଏକୀକରଣର ଆବଶ୍ୟକତା ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ଏହି ସମନ୍ୱିତ ବ୍ୟବସ୍ଥା ନିଶ୍ଚିତ ଭାବରେ ଆଗାମୀ ବର୍ଷଗୁଡ଼ିକରେ ବୋର୍ଡର ସେସ୍ ଆଦାୟକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।

ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ବାଣିଜ୍ୟ ଓ ପରିବହନ ବିଭାଗର  ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ,  ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକ, ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ଶାସନ ସଚିବ, ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନରଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଶୀଘ୍ର କରନ୍ତୁ ଏହି ସହଜ ଉପାୟ, ୧୭ ରେ ମିଳିବ “ସୁଭଦ୍ରା” ଯୋଜନାର ପ୍ରଥମ କିସ୍ତି

ଭୁବନେଶ୍ଵର: ୨୧ ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ପରିବର୍ତ୍ତନଶୀଳ ସାମାଜିକ ସୁରକ୍ଷା ପଦକ୍ଷେପ ସ୍ୱରୂପ ଓଡିଶା ସରକାର “ସୁଭଦ୍ରା” ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ପାଞ୍ଚ ବର୍ଷରେ ୫୦୦୦୦ ଟଙ୍କା ପାଇବେ। ଏହି ଟଙ୍କା ବର୍ଷକୁ ୫୦୦୦ ଲେଖାଏଁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ ଯାହାର ପ୍ରଥମ କିସ୍ତି ୧୭ ସେପ୍ଟେମ୍ବର ୨୦୨୪ ରେ ଆକାଉଣ୍ଟରେ ଜମା ହେବ।

ଓଡିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଜରିଆରେ ଏହି ସେବାକୁ ଯୋଗାଇବ। ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ।

ଡାକ ଘର ଗୁଡିକ ପୂର୍ବରୁ CMKISAN, MNREGA, SC & ST ଛାତ୍ରବୃତ୍ତି ଏବଂ ଶ୍ରମିକ କଲ୍ୟାଣ ଭଳି ବିଭିନ୍ନ କେନ୍ଦ୍ର ତଥା ରାଜ୍ୟ ସରକାରୀ ଯୋଜନା ପାଇଁ ଆଇପିପିବି ମାଧ୍ୟମରେ Direct Benefit Transfer (DBT) ସେବା ପ୍ରଦାନ କରୁଛନ୍ତି।

ଓଡିଶାରେ ୨୯ ଲକ୍ଷ ନାଗରିକଙ୍କୁ DBT ମାଧ୍ୟମରେ ୧୮୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଧାର ସହ ମୋବାଇଲ୍ ନମ୍ବର ସଂଯୋଗ ସୁବିଧା ୬୫ ଲକ୍ଷ ନାଗରିକ ପାଇ ପାରିଛନ୍ତି। ଆଧାର ସେବାକୁ ସୁଗମ କରିବା ପାଇଁ ଓଡିଶାର ୩୫ ଟି ପ୍ରଧାନ ଡାକ ଘର ମାନଙ୍କରେ ଥିବା ଆଧାର ସେବା କେନ୍ଦ୍ର ଗୁଡିକ ନିରବଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶାର ଡାକଘରଗୁଡ଼ିକ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ DBT ସେବା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।  ପୋଷ୍ଟମ୍ୟାନ ମାନେ ହିତାଧିକାରୀଙ୍କ ଘରେ ପହଂଚି ଅର୍ଥ ବିତରଣ କରିବାର ସହଜ ବ୍ୟବସ୍ଥା କରାଯାଇଅଛି। ଗ୍ରାହକଙ୍କୁ ଏହି ସୁବିଧା ସୁଯୋଗ ନେବାକୁ ସଚେତନ କରିବା ପାଇଁ ଓଡିଶା ଡାକ ପରିମଣ୍ଡଳ ସବୁ ଜିଲ୍ଲାରେ ଡିଜିଟାଲ ସାକ୍ଷରତା ଅଭିଯାନ ଚଳାଉଛି।

ଜନସାଧାରଣ IPPB ଜରିଆରେ ନିମ୍ନଲିଖିତ ସେବା ଗୁଡିକ ପାଇ ପାରିବେ:-

୧- ତତକ୍ଷଣାତ୍ ସଞ୍ଚୟ ଖାତା: କେବଳ ମୋବାଇଲ୍ ଏବଂ ଆଧାର ନମ୍ବର ମାଧ୍ୟମରେ ଖୋଲା ଯାଇପାରିବ।

୨- ଆଧାର- ମୋବାଇଲ୍ ନମ୍ବର ସଂଯୋଗ ସେବା: ନିରବଛିନ୍ନ ଭାବରେ DBT ସୁବିଧା ସୁନିଶ୍ଚିତ କରିବା।

୩- ସ୍ପେସିଆଲ ପ୍ରିମିୟମ୍ ଆକାଉଣ୍ଟ୍: ୨୦୧ ଟଙ୍କା ମୂଲ୍ୟରେ ଉପଲବ୍ଧ।

୪- ବ୍ୟକ୍ତିଗତ ଦୁର୍ଘଟଣା ବୀମା: ୫୯୯ ଟଙ୍କାରେ ବାର୍ଷିକ ୧୦ ଲକ୍ଷ ଦୁର୍ଘଟଣା ଜନିତ ବୀମା ଉପଲବ୍ଧ।