Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଉଦ୍ୟମ ବେଳେ ୫ ଜଣଙ୍କୁ ଧରିଲେ ବଡ଼ବଜାର ଥାନା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ଅର୍ଦ୍ଧନିର୍ମିତ ଘରେ କିଛି ଯୁବକ ମେଳି ବସିଥିବା ସନ୍ଦେହକୁ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଦଳ ଘଟଣାସ୍ଥଳକୁ ଅଚାନକ ଚଢ଼ାଉ କରିଥିଲେ। ଯାହା ଫଳରେ ଉକ୍ତ ଘରେ କିଛି ଯୁବକ ଏକାଠି ହୋଇ କୌଣସି ଏକ ସ୍ଥାନରେ ଡକାୟତି ଯୋଜନା ପାଇଁ ଆଲୋଚନା ଚଳାଇଥିଲେ। ଘଟଣାସ୍ଥଳରୁ ପୋଲିସ କିଛି ଅଫୁଟା ବୋମା ଓ ୩ ଟି ଖଣ୍ଡା ଜବତ କରିବା ସହ ବଡ଼ବଜାର ଥାନା ଅଞ୍ଚଳର ଆର୍ ଅନୀଲ ରେଡି, ତୋଫାନ ନାୟକ, ସୁରେନ୍ଦ୍ର ସ୍ବାଇଁ,ଆକାଶ ପାତ୍ର ଓ ଲଣ୍ଡା ଗୌଡ଼ ନାମକ ୫ ଜଣ ଯୁବକ କୁ କାବୁ କରିଥିବା ବେଳେ ଆଉ ଦୁଇ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଏହି ଡକାୟତି ଉଦ୍ୟମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନୀଲ ରେଡି ଓ ତା ନାମରେ ପୁର୍ବରୁ ଏକାଧିକ ମକଦ୍ଦମା ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶ୍ରୀକ୍ଷେତ୍ର ବିହାରରେ ଯୁବକର ଆତଙ୍କ, ଖଣ୍ଡାରେ ଦୁଇ ଜଣଙ୍କୁ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ମୁଖ୍ୟ ରାସ୍ତାରେ ଦୁଇ ଜଣ ଯୁବକ ଓ ଯୁବତୀ କଥା ହେଉଥିବା ବେଳେ ହଠାତ୍ ଜଣେ ଖଣ୍ଡାଧାରୀ ଯୁବକ ଉକ୍ତ ଦୁଇ ଜଣଙ୍କୁ ଅତର୍କିତ ଭାବେ ଚୋଟ ପରେ ଚୋଟ ପକାଇ ଚାଲିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଗୁରୁତର ଅବସ୍ଥାରେ ଉଭୟ ନିକଟସ୍ଥ ଏକ ଘର ଭିତରେ ପସିଯାଇଥିଲେ। ଯାହାପରେ ଆକ୍ରମଣକାରୀ ଯୁବକ ସେଠାରୁ ଫେରାର ହୋଇଯାଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଥିଲେ ଓ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି। ଆହତ ଯୁବକ ଜଣକ ରାଜେଶ କୁମାର ରାଉତ ଓ ଯୁବତୀ ଜଣକ ମୋନିକା ନାୟକ ବୋଲି ଜଣାପଡିଛି। ପୁର୍ବ ଶତ୍ରୁତା ଯୋଗୁଁ ଏହି ଭଳି ଘଟଣା ଘଟିଥିବା ଜଣାପଡିଛି।