Categories
ଆଜିର ଖବର ଜାତୀୟ ଖବର

ଶ୍ରୀଗଙ୍ଗାନଗରରେ ବିଜେପି ନେତାଙ୍କୁ ଗୋଡେଇ ଗୋଡେଇ ମାରିଲେ ଚାଷୀ, ଚିରିଲେ ପୋଷାକ

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ କୃଷକମାନେ ବିଜେପି ନେତାଙ୍କ ସହ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନରତ ଚାଷୀମାନେ ସେଠାରେ ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏତେ ଭୀଷଣ ହେଲା ଯେ, ପୋଲିସକୁ ବାଧ୍ୟ ହୋଇ ଚାଷୀଙ୍କ ଉପରକୁ ଲାଠି ଚାଲଣ କରିବାକୁ ପଡିଥିଲା। ଏହି ଲାଠି ଚାଲଣ ଯୋଗୁଁ ଅନେକ ଚାଷୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ସେଠାରେ ଏକ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଗଙ୍ଗନଗରର ଜିଲ୍ଲାପାଳ ସେଠାରେ ପୋଲିସ୍ ଫୋର୍ସ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କୃଷକମାନେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି କୈଲାଶ ମେଘୱାଲଙ୍କ ପୋଷାକ ଚିରି ଦେଇଥିଲେ। କୈଳାଶ ମେଘୱାଲଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଉତ୍ତ୍ୟକ୍ତ ଚାଷୀଙ୍କ ଠାରୁ କୈଳାଶ ମେଘୱାଲଙ୍କୁ ପୋଲିସ ମୁକ୍ତ କରିଥିଲା।

ମୁଦ୍ରାସ୍ଫୀତି ଏବଂ ଜଳସେଚନ ନେଇ ବିଜେପି ନେତାମାନେ ଜିଲ୍ଲାପାଳଙ୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତା’ପରେ କୃଷକମାନେ ସେଠାରେ ପହଞ୍ଚି ପ୍ରବଳ ଝଗଡା କରିଥିଲେ। ଏହା ପରେ ପୋଲିସ ଲାଠି ଚାଲଣ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ବହୁ ଚାଷୀ ଆହତ ହୋଇଥିଲେ।