Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀମନ୍ଦିରରେ ପହଁଚି ଶ୍ରୀଜୀଉଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟ ଦଳର ପ୍ରମୁଖ ଖେଳାଳି

ପୁରୀ: ପୁରୀରେ ଭାରତୀୟ ଦଳର ପ୍ରମୁଖ ଖେଳାଳି। ଆଜି ଶ୍ରୀମନ୍ଦିର ପହଁଚିଥିବା ବେଳେ ଶ୍ରୀଜୀଉଙ୍କୁ ଯାଇ ଦର୍ଶନ କରିଛନ୍ତି। ଭାରତୀୟ ଦଳର ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଅଲରାଉଣ୍ଡର ଓୟାଶିଙ୍ଗଟନ ସୁନ୍ଦରଙ୍କ ସମେତ ଅକ୍ଷର ପଟେଲ ଆସିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଏହି ତିନି ଖେଳାଳି ଭିତର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ବେଢା ପରିକ୍ରମା କରି ଫେରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ସେମାନଙ୍କୁ ପତାକା ପ୍ରଦାନ କରାଯାଇ ଥିଲା।

ତେବେ ଭାରତୀୟ ଦଳର ଅନ୍ୟ କିଛି ଅଫିସିଆଲ ମଧ୍ୟ ଖେଳାଳି ମାନଙ୍କ ସହ ଆସିଥିବା ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ।ତେବେ ଖେଳାଳି ମାନଙ୍କୁ ଦେଖି ସାଧାରଣ ଲୋକେ ଓ ସେବାୟତ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ବାଇ ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ ଦାବି କଲେ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି।

ନବୀନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି। ତେଣୁ କେନ୍ଦ୍ର ସରକାର ବାଇ ଲ’ କୁ ଖୁବ୍ ଶୀଘ୍ର ପ୍ରତ୍ୟାହାର କରନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।