Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଉନ୍ନୟନ କମିଶନର ଅନୁଗର୍ଗ କଲେ ତାଗିଦ୍

ଭୁବନେଶ୍ୱର: ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ। ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗଅ ପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ୱାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଆହ୍ୱାନ ଦେଇଛନ୍ତିା

ଗତକାଲି ଲୋକ ସେବା ଭବନରେ ଆୟୋଜିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନ ଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ଋଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ସିଏସ୍‌ପି (ପ୍ଲସ୍‌) ବ୍ୟାଙ୍କ ଆଉଟ୍‌ଲେଟ୍‌ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ଓ ଅଭିନନ୍ଦନୀୟ। ୨୦୨୩ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର କ୍ରେଡିଟ୍‌ ଜମା ଅନୁପାତ ୮୧.୪୪% ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ୮୧.୭୫% କରାଯାଇ ପାରିଥିବାରୁ ସେ ସନ୍ତୋଷ ବ୍ୟକ୍ତକରିଥିଲେ। ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ, ବ୍ୟାଙ୍କ, ଯୋଜନା ଓ ଜିଲ୍ଲାୱାରୀ ଋଣ ପ୍ରଦାନ କ୍ଷେତ୍ରରେ ପରିଲକ୍ଷିତ ବ୍ୟବଧାନ ହ୍ରାସ ନିମନ୍ତେ ଯତ୍ନବାନ ହେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ବ୍ୟାଙ୍କଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିହାର ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ। ବ୍ୟାଙ୍କଗୁଡ଼ିକ ଅଧିକଶାଖା ଓ ଅଧିକଏ.ଟି.ଏମ ଖୋଲିବା ଉପରେ ଗୁରୁତ୍ୱାରୋପ କରନ୍ତୁ ବୋଲି ସେ ପ୍ରକାଶ କରିଥିଲେ।

ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଶ୍ରୀ ଗୌତମ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଚେୟାରମ୍ୟାନ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଶ୍ରୀ ବିଜୟ କୁମାରଏନ୍‌.କାମ୍ବଲେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶାରଦା ପ୍ରସନ୍ନ ମହାନ୍ତି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ରଶେଖର ଶର୍ମା, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ.କେ. ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍‌ବୋଧନ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସ ନସଚିବ ଶ୍ରୀଏସ୍‌.କେ. ବଶିଷ୍ଠ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍‌.କେ. ଲୋହାନୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଏବଂ ବିଭିନ୍ନ ବ୍ୟାଙ୍କ ତଥା ଲିଡ୍‌ ବ୍ୟାଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ମତବ୍ୟକ୍ତ କରିଥିଲେ।

ଶେଷରେ ପାୱାରପଏଣ୍ଟ ମାଧ୍ୟମରେ ବ୍ୟାଙ୍କଗୁଡ଼ିକର ଉପଲବ୍ଧି ଓ ସଫଳତା ସମ୍ବନ୍ଧରେ ଆଲୋକପାତ କରାଯାଇ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମୀଣ ଭିତ୍ତିଭୂମି ବିକାଶ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ, ଦୁଇ ହଜାର କୋଟି ଟଙ୍କା ପ୍ରକଳ୍ପ ଉପରେ ଆଲୋଚନା

ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉଚ୍ଚ ଦକ୍ଷତାସଂପନ୍ନ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମତୀ ଗର୍ଗ ଗ୍ରାମୀଣ ଭିତ୍ତିଭୂମିର ବିକାଶ ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରଶଂସା କରିଥିଲେ ।

୨୦୨୦ ମସିହା ପରଠାରୁ ନାବାର୍ଡ଼ ଦ୍ୱାରା ପ୍ରଦତ୍ତ କ୍ଷୁଦ୍ର ଋଣ ବିତରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି ବୋଲି ରାଜ୍ୟ ଉନ୍ନୟନ କମିଶନର ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ଉଚ୍ଚ ଦକ୍ଷତାସଂପନ୍ନ କମିଟି ନାବାର୍ଡ଼ ମାଧ୍ୟମରେ ଦୁଇ ହଜାର କୋଟି ଟଙ୍କା ମୂଲ୍ୟର ୮୮୮୩ ଗୋଟି ନୂଆ ପ୍ରକଳ୍ପ ମଞ୍ଜୁର କରାଇବା ପାଇଁ ସୁପାରିଶ କରିଛନ୍ତି।

ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ପୂର୍ତ୍ତ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବଙ୍କ ସହ ନାବାର୍ଡ଼ର ମୁଖ୍ୟ ମହାପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମହାନଦୀ ଅବବାହିକାରେ ହେବ ଅଧିକ ରବି ଫସଲ, ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା ରବି ଚାଷ ଉତ୍ପାଦନ ବୃଦ୍ଧି କରାଯିବା ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଓ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଦାଶ ପ୍ରମୁଖ ଉପସ୍ଥିତ ରହି ଯୋଗଦେଇଥିବା କୃଷି ବିଭାଗ, ଜଳ ସଂପଦ ବିଭାଗ ଓ ଓୟୁଏଟିର ଅଧିକାରୀମାନଙ୍କୁ ଆଗାମୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରିମାଣରେ ଉତ୍ପାଦନ ରହିବା କଥା ତାହା କମ୍ ରହୁଛି। ଆମର ଜଳସଂପଦ ଓ ଜଳସେଚନ ବ୍ୟବସ୍ଥା ଯେତିକି ରହିଛି, କୃଷି କାର‌୍ୟ୍ୟ ପାର୍ଇ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବି ଚାଷ ଉତ୍ପାଦନ ବୃଦ୍ଧି ପାଇବ, ସେଥି ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ଓ୍ୱାର୍କ ଭାବେ କାର‌୍ୟ୍ୟ କରିବେ।

ଏଥିରେ କୃଷକ ଓ ପାଣି ପଂଚାୟତମାନେ ସହଯୋଗ କରିବେ। ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥି ପାଇଁ କୃଷି ବିଭାଗ ତରଫରୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ।

ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥି ପାଇଁ ଜଳର କେତେ ଆବଶ୍ୟକତା ରହିଛି, ଅଧିକ ରବି ଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସଂପର୍କରେ ପ୍ରତି ବ୍କକ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ। ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ। ୩୦ ଅକ୍ଟୋବର ସୁଦ୍ଧା ଜିଳ୍ଲାପାଳମାନେ ରାଜ୍ୟସ୍ତରକୁ ତଥ୍ୟ ପ୍ରଦାନ କରିବେ।

ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ରବିଚାଷ ପାଇଁ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତ ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି। ଅଧିକାରୀମାନେ କାର‌୍ୟ୍ୟାନ୍ୱୟନ ଅଗ୍ରଗତି ସଂପର୍କରେ ଜିଓ ଟ୍ୟାଗ୍ ବ୍ୟବସ୍ଥାରେ ସୂଚନା ପାଇପାରିବେ।

କର୍ମଶାଳାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ରବି ଚାଷ ସମୟରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଜଳସେଚନ ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରି ରବି ଚାଷ ବୃଦ୍ଧି ଦିଗରେ ଜଳ ସଂପଦ ବିଭାଗ ଓ କୃଷି ବିଭାଗ ଏକାଠି ଯେପରି କାର‌୍ୟ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଆଗାମୀ ଦିନରେ ନିଶ୍ଚୟ ଫଳପ୍ରଦ ହେବ। ଡାଲି ଓ ତୈଳବିଜ ଚାଷ ପାଇଁ କୃଷିର ବ୍ୟବହାରିକ ପରିବର୍ତ୍ତନ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାର ତଥା ବିଭାଗ ତରଫରୁ ବହୁ ଶ୍ରମ ସ୍ୱୀକାର କରାଯାଇ ନୂଆ ନୂଆ ଜଳ ଭଣ୍ତାର ଓ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସଂପୃକ୍ତ ପ୍ରକଳ୍ପ ଅଂଚଳରେ ଲୋକେ ପ୍ରଭାବିତ ହେଉଛନ୍ତି। ଆମର ଅଧିକ ଅଂଚଳକୁ ଜଳସେଚନ କରାଯାଇ ଯେପରି ଲୋକ ଉପକୃତ ହେବେ ସେମାନଙ୍କୁ ବୁଝାଯାଇ ପ୍ରକଳ୍ପ କରାଯାଉଛି। କେନାଲ ଯୋଗେ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଛି। ତେଣୁ ଆମର ଜଳର ଆବଶ୍ୟକ ମୁତାବକ ଉପଯୁକ୍ତ ବିନିଯୋଗ ହେବା ଓ ରୂପାନ୍ତରଣ କାର୍ଯ୍ୟରେ ଲାଗିବା ଆବଶ୍ୟକ। ଆମର ୩୭,୦୦୦ ପାଣି ପଂଚାୟତର ସଦସ୍ୟସଦସ୍ୟାମାନେ ଏ ଦିଗରେ ସହାୟତା କରିବେ ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ପାଢ଼ୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆମକୁ ରବି ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଜଳର ସୁବିନିଯୋଗ କରାଯାଇ କିପରି ଅଧିକ କୃଷି ଉତ୍ପାଦନ ହେବ, ସେଥିପାଇଁ ପ୍ରତି ମାସରେ ଉଭୟ ବିଭାଗର ସମନ୍ୱୟ ବୈଠକ କରାଯାଉଛି। ରାଜ୍ୟରେ ଚିନାବାଦାମ ଓ ଆଳୁ ଚାଷ ସହ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ।

ଖରିଫ୍ ସମୟରେ ଧାନ ଚାଷ କରାଯାଉଥିଲେ ବିଭିନ୍ନ ପ୍ରଜାତିର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ। ଖାଦ୍ୟରେ ଯେପରି ପୋଷଣୀୟ ଖାଦ୍ୟ ନିରାପତ୍ତା ମାନ ରହିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନରେ ଯୋଜନା ବିସ୍ତୃତ ରୂପରେଖ ଉପସ୍ଥାପନା କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୩ ଜୁନ ସୁଦ୍ଧା ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗୁରୁବାର ଆଭାସୀ ବୈଠକ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ବାଙ୍କତିରା ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବ୍ୟାପକ ଆଲୋଚନା କରାଯାଇଥିଲା।
ବୈଠକରୁ ଜଣାଯାଇଛି ଯେ, ଆଗାମୀ ଜୁନ୍-୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାଯ୍ୟ ଶେଷ ହେବ। ଏଥିପାଇଁ ପ୍ଲେଟ୍ ଗାର୍ଡର ଓ ଦକ୍ଷିଣ ପାର୍ଶ୍ୱ ଡାଇକ୍ ନିର୍ମାଣ କାଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ୨୦୨୧ ମସିହାରେ ଏହି ପ୍ରକଳ୍ପ ଅଧୀନରେ ୧୫୦୦୦ ହେକ୍ଟର ଓ ୨୦୨୨ ରେ ୧୭୦୦୦ ହେକ୍ଟର ସେଚାଞ୍ଚଳକୁଅତିରିକ୍ତ ଜଳସେଚନ ସୁବିଧା କରାଯାଇଥିବା ବେଳେ ଆଗାମୀ ଖରିଫ-୨୦୨୩ ସୁଦ୍ଧା ଆଉ ୮୦୦୦ ହେକ୍ଟର ଜମିକୁ ଜଳସେଚନ ପାଇଁ କାଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ମୟୂରଭଂଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପ ଓବାଲେଶ୍ୱର ଜିଲ୍ଲାର ବାଙ୍କତିରା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱୟର କାର‌୍ୟ୍ୟାରମ୍ଭ ପାଇଁ ପରିବେଶ ମଂଜୁରୀ ଏବଂ ଟେଣ୍ଡର କାର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ନ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ନଦୀ ବନ୍ଧର ସ୍ଥିତି ପରିଖିଲେ ଜଳସଂପଦ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର:  ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳଭଣ୍ଡାର ଓ ପ୍ରବାହିତ ନଦୀଗୁଡିକରେ ଜଳ ପ୍ରବାହ ଓ ଜଳପତ୍ତନ ବୃଦ୍ଧି, ସୃଷ୍ଟି ହୋଇଥିବା ଘାଇ ଏବଂ ବନ୍ୟା ସ୍ଥିତି ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଆଜି ସକାଳେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କଟକ ସ୍ଥିତ ମୁଣ୍ଡୁଳି, ନରାଜ, ମହାନଦୀ ଓ ବିରୂପା ବ୍ୟାରେଜ୍ ସ୍ଥଳ ପରିଦର୍ଶନ କରି ସେଠାରେ ଜଳପ୍ରବାହ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଧୀରେନ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ ତଥା ମହାନଦୀ-କାଠଯୋଡି ସିଷ୍ଟମର ବେସିନ୍ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ପୂର୍ବରୁ ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳପ୍ରବାହର ସ୍ଥିତି ଓ ଲଗାଣ ବର୍ଷା ଫଳରେ ଜଳ ପତ୍ତନ ବୃଦ୍ଧି ଓ ଏ ଦିଗରେ ଆବଶ୍ୟକ ସତର୍କତା ଓ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ୪ଦିନ ହେଲା ନିୟମିତ ଭାବେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ଯନ୍ତ୍ରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଆସୁଛନ୍ତି।

ଲଗାଣ ବର୍ଷା ଫଳରେ ମଧ୍ୟମ ଧରଣର ବନ୍ୟା ସ୍ଥିତିରେ ସ୍ଥିତି ଅନୁଧ୍ୟାନ, ପ୍ରସ୍ତୁତି ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାକୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ସେହି ଅନୁସାରେ କାର୍ଯ୍ୟ ତଦାରଖ କରାଯାଉଛି।

ବିଭିନ୍ନ ନଦୀ ଅବବାହିକା ଓ ଜଳ ଭଣ୍ଡାରରୁ ବନ୍ୟାଜଳ ଯେପରି କ୍ଷୟକ୍ଷତି ନକରି ସମୟ ଆକଳନ ଅନୁସାରେ ନିରାପଦରେ ନିଷ୍କାସିତ ହୋଇପାରିବ,ସେଥିପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟ ତଦାରଖ କରାଯାଉଛି। ବରିଷ୍ଠ ଅଧିକାରୀମାନେ ସତର୍କ ରହି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ପରିଚାଳନା କରୁଛନ୍ତି। ବନ୍ୟାଜଳ ପ୍ରବାହିତ ହେବା ସମୟରେ ଯେଉଁସବୁ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା, ନିର୍ଦ୍ଦେଶ ଅନୁସାରେ ସେସବୁକୁ ବାଲିବସ୍ତା ଓ ବଲ୍ଲା ଆଦି ସାହାଯ୍ୟରେ ମରାମତି କରାଯାଉଛି।

ମହାନଦୀ ଉପରମୁଣ୍ଡରେ ଅଧିକ ଜଳ ପ୍ରବେଶ କରୁଥିବାରୁ ଏବଂ ଆଗକୁ ବର୍ଷା ହେବାର ପୂର୍ବାନୁମାନ କରାଯାଉଥିବା ଦୃଷ୍ଟିରୁ ହୀରାକୁଦ ଜଳ ଭଣ୍ଡାରରୁ ଆଜି ସୁଦ୍ଧା୨୮ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ଓ ବନ୍ୟାଜଳ ପ୍ରବାହିତ ହେବା ସମୟରେ ଯେଉଁ ସବୁ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ରହୁଛି, ସେ ସବୁକୁ ଯୁଦ୍ଧକାଳୀନ ଭିତ୍ତିରେ ଅବରୋଧ ମୁକ୍ତ କରାଯାଉଛି ।

ଜଗତସିଂହପୁର ଜିଲ୍ଲାର ବସନ୍ତପୁର ଠାରେ ସୃଷ୍ଟି ହୋଇଥିବା ଘଳିଆକୁ ବାଲିବସ୍ତା ଓ ବଲ୍ଲା ଦ୍ୱାରା ବନ୍ଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ମଲାଗୁଣୀ ନଦୀର ଦକ୍ଷିଣପାଶ୍ୱର୍ ବନ୍ଧରେ ବ୍ରାହ୍ଣଣୀପାଟଣା ଠାରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଇଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ୍ ଅନ୍ତର୍ଗତ ବନ୍ଧଡିହ ଠାରେ ବ୍ରାହ୍ମଣୀ ଦକ୍ଷିଣପାଶ୍ୱର୍ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ କରାଯାଉଥିବା ବିଭାଗ ତରଫରୁ ଜଣାଯାଇଛି ।