Categories
ଆଜିର ଖବର

‘ପାଣ୍ଡିଆନ ପ୍ରଣବ’ ଯୋଡିକୁ ନେଇ ଚର୍ଚ୍ଚା, ବବିଙ୍କ କ୍ଷମତା ହ୍ରାସ କହୁଥିବା ଲୋକଙ୍କର ଆଜି ମୁହଁ ବନ୍ଦ

ଭୁବନେଶ୍ବର: ବିଭିନ୍ନ ସମୟରେ ଓଡିଶା ରାଜନୀତିରେ ଚର୍ଚ୍ଚାରେ ରହି ଆସିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ। ନିକଟରେ କେତେକ ଡିଜିଟାଲ ମିଡିଆରେ ବବି ଦାସଙ୍କ କ୍ଷମତା କୁଆଡେ ହ୍ରାସ ପାଇଗଲା ବୋଲି ଖବର ପ୍ରକାଶ କରାଯାଇଥିଲା। ବବି ଦାସ ଉଭୟ ନବୀନ ଏବଂ ପାଣ୍ଡିଆନଙ୍କ ରୋଶର ଶିକାର ହୋଇଛନ୍ତି ବୋଲି ସେଥିରେ କୁହାଯାଇଥିଲା।

ହେଲେ ଆଜି ପାଣ୍ଡିଆନ ତାଙ୍କର ବିଭିନ୍ନ ଗସ୍ତ ସମୟରେ ବବି ଦାସଙ୍କୁ ସାଥୀରେ ନେବା ଘଟଣା ଓଡିଶା ରାଜନୀତିକୁ ହଲଚଲ କରିଛି। କାରଣ ପାଣ୍ଡିଆନ ଅବସର ନେଇ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ କୁଆଡେ ବବିଙ୍କ କ୍ଷମତା ହ୍ରାସ ପାଇଲା ବୋଲି ଅନେକ ଅପ୍ରଚାର କରିବାରେ ଲାଗିଲେ। ହେଲେ ତାହା ଭୁଲ ବୋଲି ପାଣ୍ଡିଆନ ନିଜେ ପ୍ରମାଣିତ କରିଦେଲେ।

ପୂର୍ବରୁ ପାଣ୍ଡିଆନ ଆଇଏଏସ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ 5ଟି ସଚିବ ଥିବା ବେଳେ ସେ ବବିଙ୍କ ଉପରେ ପୁରା ଭରସା କରିଆସିଛନ୍ତି। ହେଲେ ସେ ଅବସର ନେଇ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ହେବା ପରେ ତାହା ବଜାଇ ରହିବ କି ନାହିଁ କେତେକଙ୍କର ସନ୍ଦେହ ଥିଲା। ହେଲେ ଆଜି ପାଣ୍ଡିଆନ ବବିଙ୍କ ଉପରେ ସଂପୂର୍ଣ୍ଣ ଭରସା କରିବା ସେହି ସନ୍ଦେହକୁ ଦୂରିଭୂତ କରିଦେଇଛି। ପାଣ୍ଡିଆନଙ୍କ ସହିତ ପ୍ରଣବଙ୍କ ଯୋଡି ଦେଖିବା ପରେ ସେହି ନିନ୍ଦୁକଙ୍କ ମୁହଁ ବନ୍ଦ ହୋଇଯାଇଛି।

ଆଜି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭୋର 4 ଟା 30 ରେ ପୁରୀ ଗସ୍ତ କରିଥିଲେ। ଉଦ୍ଦେଶ୍ୟ ଥିଲା ସେଠାରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ କରିବା। ତେବେ ସେହି ଗସ୍ତ ବେଳେ ପାଣ୍ଡିଆନ ବବି ଦାସଙ୍କୁ ସାଥୀରେ ନେଇଥିଲେ। ଫଳରେ ପାଣ୍ଡିଆନଙ୍କ ଭରସାରେ ବବି ଦାସ ସେମିତି ଅଛନ୍ତି ବୋଲି ପ୍ରମାଣିତ ହୋଇଛି।

ସେହିପରି ପୁଣି ଥରେ ଦିନବେଳା ପାଣ୍ଡିଆନ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ଯାଇଥିଲେ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ତେବେ ସେଠାକୁ ମଧ୍ୟ ପାଣ୍ଡିଆନ ବବି ଦାସଙ୍କୁ ସାଥିରେ ନେଇଥିଲେ। ଫଳରେ ପୂର୍ବପରି ବବିଙ୍କୁ ଉପରେ ପୂର୍ଣ୍ଣ ଭରସା ତଥା ବିଶ୍ବାସ କରିଛନ୍ତି ଭି କେ ପାଣ୍ଡିଆନ।

ପୂର୍ବରୁ ଦେଖିବାକୁ ଗଲେ ବବି ଦାସ ଦଳ ତଥା ସରକାରଙ୍କ ପାଇଁ ଯେପରି ଦିନରାତି କାମ କରିଛନ୍ତି ତାହା ପାଣ୍ଡିଆନ ଖୋଦ ଅନୁଭବ କରିଛନ୍ତି। ଯେତେବେଳେ 5ଟି ସଚିବ ଭାବେ ପାଣ୍ଡିଆନ ଜିଲ୍ଲା ଗସ୍ତ କରୁଥିଲେ ସେତେବେଳେ ବବିଙ୍କ ପରିଶ୍ରମ ଏବଂ ସହଯୋଗ କଣ ଥିଲା ତାହା ସେ ନିଜେ ଅନୁଭବ କରିଛନ୍ତି। ବର୍ଷ ବର୍ଷ ଧରି ବେଶ୍ ବିଶ୍ବାସର ସହିତ ଦଳ ପାଇଁ କାମ କରି ଆସୁଛନ୍ତି ବବି ଦାସ।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ପାଣ୍ଡିଆନ ପ୍ରଣବ ଯୋଡି ଭିତରେ ହଠାତ କାହିଁକି ଏପରି ଉଡା ଖବର ପ୍ରକାଶ ପାଇଲା। ତାଙ୍କର କ୍ଷମତା ହ୍ରାସ ହୋଇଗଲା ବୋଲି ବାରମ୍ବାର ପ୍ରଚାର କରାଗଲା। ତେବେ ସାଧାରଣରେ ଏହା କୁହାଯାଉଛି ଯେ, ବିଜେପି ମିଡିଆ ତରଫରୁ କୁଆଡେ ଏପରି ଅପ୍ରଚାର କରାଯାଉଛି। ହେଲେ ପ୍ରକୃତରେ ଘଟଣାଟି ସେଇଆ ନୁହେଁ। ଏହା ଭିତରେ ରହିଛି ଆଉ ଏକ ବଡ କାରଣ। ଯାହା ଯେ କେହି ଜାଣିଲେ ହେବ ଆଶ୍ଚର୍ଯ୍ୟ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୋର ୪ ଟା ୩୦ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ବର: ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଭୋର ୪.୩୦ ରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ୫ଞ ଓ ନବୀନ ଓଡିଶା ଅଧକ୍ଷ ନିର୍ଦ୍ଦେଶ ଦେଇଥିଲେ।

ପୁନରୁଦ୍ଧାର ସମୟରେ ମଠ ଗୁଡିକର ଇତିହାସ ଓ ପରମ୍ପରା କୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାର ମାନଙ୍କ ସହଯୋଗ ରେ କାମ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ପରିକ୍ରମା ପ୍ରକଳ୍ପ ସୌନ୍ଦର‌୍ୟ୍ୟକରଣ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।

ସ୍ଥାନୀୟ ଲୋକ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ୟୁଟିଲିଟ୍ ଗୁଡିକର ସ୍ଥାନାନ୍ତର,ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ, ପ୍ରମୋଦ ଉଦ୍ୟାନ ଓ ଶ୍ରୀସେତୁ କାମ ର ଅଗ୍ରଗତି ମଧ୍ୟ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, ଏସପି, ଓବିସିସି ଏମଡି ଏବଂ ବିଭିନ୍ନ ଏଜେନସିର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ଦାୟିତ୍ବ ନେବା ପରେ ଶ୍ରୀମନ୍ଦିରରୁ କାର୍ଯ୍ୟ ଆରମ୍ଭ କଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍  ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭୋର୍ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା।

ନୂଆ ଦାୟିତ୍ଵ ଗ୍ରହଣ ପରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କେପିଂ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର‌୍ୟ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ନିତ୍ୟ ବ୍ୟବହାର ୟୁନିଟଗୁଡିକର ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ, ଏସପ୍, ଓବିସିସି ଏମଡି ବିଭିନ୍ନ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ 5ଟି ସଚିବ ଭି କେ ପାଣ୍ଡିଆନ

ପୁରୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ପୁରୀର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଆଜି ପାଣ୍ଡିଆନ ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ।

ସେ ସିଂହଦ୍ବାର ନିକଟରୁ ଏମାର ମଠ ଚକଡ଼ ଅଞ୍ଚଳ, କାକୁଡ଼ିଖାଇ ହୋଇ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ପଶ୍ଚିମ ଓ ଉତ୍ତର ଦ୍ବାରରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର ଆଉଟର ରୋଡ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହିତ ଉତ୍ତର ଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ରାସ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ରଥଯାତ୍ରା ପୂର୍ବରୁ ବାହାର କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ପାଣ୍ଡିଆନ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ଶ୍ରୀସେତୁ ନିର୍ମାଣ କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ପ୍ରତି ଶନିବାର ଦିନ 5ଟି ସଚିବ ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ତଦାରଖରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଡିଭୋରରୁ ପୁରୀ, ମା ମଙ୍ଗଳା ମନ୍ଦିର ଦର୍ଶନ ସହ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ବଡି ଭୋରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ସେ ଶ୍ରୀମନ୍ଦିରରେ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିଥିଲେ। ସେ ଉତ୍ତରଦ୍ବାରରୁ ପଶ୍ଚିମଦ୍ବାର ଓ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ ସମ୍ପର୍କରେ ପଚାରି ବୁଝିଛନ୍ତି।

ଏହାପରେ ସେ ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଉଥିବା ନିର୍ମାଣ କାମକୁ ମଧ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି।

୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରାଯାଉଛି । ନିର୍ମାଣକାରୀ ସଂସ୍ଥା ପକ୍ଷରୁ କାମର ଅଗ୍ରଗତି ସଂପର୍କରେ ତାଙ୍କୁ ଅବଗତ କରାଯାଇଛି । ଏହାଛଡ଼ା ମେଡିକାଲ କଲେଜରେ ଫାର୍ମାସିଷ୍ଟ ଓ ନର୍ସିଂ କ୍ବାର୍ଟର ବ୍ଲକ୍ ବୁଲି ଦେଖିଛନ୍ତି । ନିର୍ମାଣକାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଭି.କେ ପାଣ୍ଡିଆନ । ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେହିପରି କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ପାଣ୍ଡିଆନ। ସେଠାରେ ଏଏସଆଇ ଦ୍ବାରା ଚାଲିଥିବା କାର୍ଯ୍ୟ ତଦାରଖ କରିବା ସହିତ ବେଳାଭୂମି ଉନ୍ନତି କରଣ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଏହାପରେ କାକଟପୁର ମାଆ ମଙ୍ଗଳାଙ୍କ ପୀଠ ଗସ୍ତ କରି ମାଆଙ୍କ ଦର୍ଶନ ମଧ୍ୟ କରିଛନ୍ତି ପାଣ୍ଡିଆନ। ସେଠାରେ ମାଆ ମଙ୍ଗଳା ପୂଜକମାନେ ତାଙ୍କୁ ପାଛୋଟି ନେଇଥିଲେ। ସେଠାରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ଜଙ୍କସନ, ମଲଟି ପରପୋଜ୍ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କାମର ସମୀକ୍ଷା କରିଥିଲେ।

ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ପାଣ୍ଡିଆନ ପ୍ରତି ଶନିବାରରେ କେବଳ ଶ୍ରୀମନ୍ଦିର ଦର୍ଶନ ସହିତ ପୁରୀର ଉନ୍ନୟନ କାର୍ଯ୍ୟ ତଦାରଖ କରି ଆସୁଥିଲେ। ହେଲେ ଏଥର ସେ ଚନ୍ଦ୍ରଭାଗା, କୋଣାର୍କ, କାକଟପୁର ମା ମଙ୍ଗଳା ମଧ୍ୟ ଦର୍ଶନ କରି ସେଠାର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ।