Categories
ଧର୍ମ ବିଶେଷ ଖବର ସଂସ୍କୃତି

ଜଗା ହାତରେ ରାକ୍ଷୀ ପିନ୍ଧାଇଲା ପାଟପୁର ଗାଁର ମାଳତୀ: ଭିନ୍ନ ଏକ କିମ୍ବଦନ୍ତୀ, ଭିନ୍ନ ଏକ ଲୋକକଥା

ଭୁବନେଶ୍ବର: ପ୍ରାଚୀନ ଯୁଗର କଥା। ଶ୍ରୀକ୍ଷେତ୍ର ଯିବା ପଥରେ ଗ୍ରାମଟିଏ ପଡ଼େ ପାଟପୁର। ସେହି ଗ୍ରାମରେ ବାସ କରୁଥିଲେ,ଏକ ଅତ୍ୟନ୍ତ ଗରିବ ପରିବାର। ପତି, ପତ୍ନୀ,ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାରଟି ଅତି କଷ୍ଟରେ ଦିନ ବିତାଉଥିଲେ। ଝିଅଟିର ନାମ ମାଳତୀ। ଗୃହ ସ୍ୱାମୀ ଜଣକ ମୁଲ ଲାଗି ଯେତିକି କମାନ୍ତି ସେଇଥିରେ ପରିବାରର ଗୁଜୁରାଣ ମେଣ୍ଟି ଥାଏ। ଅଭାବୀ ସଂସାରରେ କେଉଁ ଦିନ ଥାଏ ତ କେଉଁଦିନ ପୁଣି ନଥାଏ।

ହେଲେ ଏତିକି ସୁଖ ମଧ୍ୟ ବିଧାତା ସହିଲା ନାହିଁ। ଦିନେ ସଞ୍ଜବେଳେ ଗୃହସ୍ୱାମୀ ମୂଲ ଲାଗି ଘରକୁ ଫେରୁଛନ୍ତି କୁଆଡ଼ୁ ଗୋଟେ ନାଗସାପ ଆସି ତାଙ୍କ ଗୋଡ଼କୁ କାମୁଡ଼ିଦେଲା। ସେ ଘରେ ଆସି ପହଞ୍ଚୁ ପହଞ୍ଚୁ ଉତ୍କଟ ବିଷ ଜ୍ୱାଳାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ପୋଷଣାହାରୀ ସ୍ୱାମୀ ଚାଲି ଗଲା !! ସ୍ତ୍ରୀ ଲୋକଟି କରେ କଅଣ, ପରିବାର ପୋଷଣ ପାଇଁ ନିଜେ ଅଣ୍ଟା ଭିଡ଼ିଲା, ବାରଘରେ ପାଇଟି କଲା।

ଘରେ ମାତ୍ର ପାଞ୍ଚ ବର୍ଷର ପୁଅ ଓ ତିନି ବର୍ଷର ଝିଅ, କଷ୍ଟେ ମଷ୍ଟେ ଅଭାବୀ ସଂସାରଟା କୌଣସି ମତେ ଚଳି ଯାଏ। କିନ୍ତୁ ବିଧାତା ପୁଣି ବାମ ହେଲା। ଏ ସୁଖ ମଧ୍ୟ ତାଙ୍କର ଆଉ ବେଶିଦିନ ରହିଲା ନାହିଁ। ପୁଅଟି ହଠାତ୍ ଦିନେ ଦନ୍ତାଘାତରେ ଆର ପାରିକୁ ଚାଲିଗଲା। ପୁଅକୁ ହରାଇ ମାଆ ଜଣକ ଦାରୁଣ ଦୁଃଖରେ ଭାଙ୍ଗିପଡ଼ିଲେ। ଭୋକେ ଉପାସେ ଦିନ ବିତି ଚାଲିଲା।

କିଛି ଦିନ ପରେ ଆସିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହ ବନ୍ଧନର ପର୍ବ ରକ୍ଷା ବନ୍ଧନ, ରାକ୍ଷୀ ପୂର୍ଣ୍ଣିମା। ମାଳତୀର ସାଙ୍ଗ ସାଥୀ ମାନେ ରାକ୍ଷୀ କିଣୁ ଥାନ୍ତି ଦେଖି, ମାଳତୀ ଯାଇ ମାଆ ପାଖରେ ଅଳିକଲା, ମାଆ ମୋତେ ବି ପଇସା ଦେ ମୁଁ ରାକ୍ଷୀ କିଣିବି। ଝିଅର ଅଳି ଦେଖି ମାଆ ମଇଳା ଲୁଗା କାନିରେ ବନ୍ଧା ହୋଇଥିବା ଦଶ ପଇସିଟିଏ ଖୋଲି ଝିଅକୁ ଧରାଇ ଦେଲେ।

ପରଦିନ ମାଳତୀ ରାକ୍ଷୀ କିଣିବାକୁ ବଜାର ଯାଇ ଜାଣିବାକୁ ପାଇଲା ଯେ ଏ ରାକ୍ଷୀ, ଭାଇ ମାନଙ୍କ ହାତରେ ଭଉଣୀ ମାନେ ବାନ୍ଧନ୍ତି। ଭଉଣୀମାନେ ନିଜର ରକ୍ଷା କବଚ ଭାଇର ଶୁଭ ମନାସୀ ରାକ୍ଷୀ ବାନ୍ଧନ୍ତି। ପୁଣି ସେ ଲୋକଙ୍କ ପାଖରୁ ଶୁଣିଲା ଏହି ପର୍ବର ସୁନ୍ଦର ସୁନ୍ଦର ପୁରାଣ କାହାଣୀ। ମାଳତୀ ରାକ୍ଷୀ କିଣିଲା ହେଲେ ତା’ ମୁଣ୍ଡରେ ଚିନ୍ତା ପଶିଲା ମୋର ଭାଇ କାହିଁ ! କାହାକୁ ନେଇ ମୁଁ ଏ ରାକ୍ଷୀ ବାନ୍ଧିବି ! ଏହିପରି କେତେ କଅଣ !!!

ମାଆ ସନ୍ଧ୍ୟାରେ ପାଇଟି ସାରି ଫେରି ଆସିବାରୁ ମାଳତୀ ଯାଇ ମାଆ ପାଖରେ ଜିଗର କଲା, କହ ମୋ ଭାଇ କାହିଁ,ମୁଁ ତା ହାତରେ ରାକ୍ଷୀ ବାନ୍ଧିବି। ମାଆ ଆଖିରୁ ଝରି ପଡ଼ିଲା ଦୁଇବୁନ୍ଦା ଲୁହ। ସେ ଝିଅକୁ ବୁଝାଇବା ପାଇଁ କହିଲେ, ଜଗା ହେଉଛି ତୋ’ର ଭାଇ। ଜଗା ଭାଇ ତୋର ଶ୍ରୀମନ୍ଦିରରେ ରହେ। ତୁ ତାଆରି ହାତରେ ଯାଇ ରାକ୍ଷୀ ବାନ୍ଧ।

ପରଦିନ ରାକ୍ଷୀ ପୂର୍ଣ୍ଣିମା। ମାଳତୀ ମାଆ କହିବା ଅନୁସାରେ, ବଡ଼ି ଭୋରରୁ ଉଠି ରାକ୍ଷୀଟିକୁ ଧରି ଚାଲିଲା ଶ୍ରୀମନ୍ଦିରକୁ ଜଗାଭାଇ ହାତରେ ବାନ୍ଧିବ ବୋଲି। ବାଟ ପଚାରି ପଚାରି କୁନି ଝିଅ ମାଳତୀ ଯାଇ, ଶ୍ରୀମନ୍ଦିରରେ ପହଞ୍ଚିଲା। ନିର୍ବୋଧ ଶିଶୁଟି ପଣ୍ଡା ପଢ଼ିଆରୀ ସମସ୍ତଙ୍କୁ ପଚାରିଲା, ମୋ ଜଗା ଭାଇ କିଏ ଟିକେ ଚିହ୍ନାଇ ଦିଅ। ମୁଁ ତା’ ହାତରେ ରାକ୍ଷୀ ବାନ୍ଧିବି। ସିଏ ଏହି ଶ୍ରୀମନ୍ଦିରରେ ରହେ। କୁନିପିଲାଟି କଥାକୁ କାହିଁକି ବା କିଏ ଧ୍ୟାନ ଦେବ।

ସେଦିନ ରାତିରେ ଠାକୁରଙ୍କ ପହୁଡ଼ ପଡ଼ିଲା। କାହାରି ଠାରୁ କିଛି ଉତ୍ତର ନପାଇ ମାଳତୀ ମନ ଦୁଃଖରେ ସିଂହ ଦ୍ୱାରର ଗୋଟିଏ କୋଣରେ ମୁହଁ ମାଡ଼ି ହୋଇ ଶୋଇପଡ଼ିଲା। ଆଖିକୁ କୋଉ ନିଦ ଆସୁଛି ଯେ ! ମନ ଭିତରେ ଜଗା ଭାଇ ଆଉ ତା ହାତରେ ରାକ୍ଷୀ ବାନ୍ଧିବା ଚିନ୍ତା।

ଭାବଗ୍ରାହୀ ପ୍ରଭୁ ଅବୋଧ ଝିଅଟିର ଭାବକୁ ବୁଝିଲେ। ନିଶାର୍ଦ୍ଧରେ ପ୍ରଭୁ ଆସି ପହଞ୍ଚିଗଲେ ମାଳତୀ ନିକଟରେ। ତା’ ମୁଣ୍ଡରେ ହାତ ବୁଲେଇ କହିଲେ,”ମାଳତୀ ଏବେ ଉଠ,ମୁଁ ପରା ତୋ ଜଗା ଭାଇ,ଆ, ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା। ଦିନ ସାରା ଇଆଡ଼େ ଅଛୁ ତୋ ବୋଉ ପରା ତୋତେ ଦିନସାରା ଖୋଜି କାନ୍ଦୁଛି”।

ମାଳତୀର ଖୁସି କହିଲେ ନସରେ। “ଜଗା ଭାଇ, ମୋ ଜଗାଭାଇ” କହି ସେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଦେଲା ଓ କହିଲା,’ଜଗାଇ ମୁଁ ଘରକୁ ଯାଉଛି, ତମେ ଟିକେ ମୋ ସାଙ୍ଗରେ ଆସୁନାହଁ। ରାତି ପାହିନାହିଁ ମୋତେ ଭାରି ଡର ଲାଗୁଛି ପା’। ଜଗାଭାଇ କହିଲା ହଉ ତୁ ଏବେ ଏକାଏକା ଯା। କିଛି ଭୟ କରନାହିଁ। ମୋର ଅନ୍ୟ କାମ ଅଛି ମୁଁ ତୋ ସହିତ ଯାଇ ପାରୁ ନାହିଁ। ତୋତେ ଯେଉଁଠି ଡର ଲାଗିବ ମୋତେ ଡାକିବୁ ମୁଁ ପହଞ୍ଚି ଯିବି।

ମାଳତୀ ଖୁସିରେ ଯାଇ ଘରେ ପହଞ୍ଚିବାରୁ ତା’ର ମାଆ ଚିତ୍କାର କରି କହିଲେ, ଆଲୋ ପାଗଳୀ ତୁ କୁଆଡ଼େ ଯାଇଥିଲୁ କି, ମୁଁ ତୋତେ ଖୋଜି ଖୋଜି ହାଲିଆ। ମାଳତୀ ହସିହସି ସବୁକଥା କହିଗଲା। ଆଉ କହିଲା ମୁଁ ମୋ ଜଗାଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି l ମାଆ କହିଲେ,’ ଦୂର୍ ପାଗଳୀଟା, କଅଣ ବୋଲି କଅଣ କହିଯାଉଛୁ ତୁ’।

ପରଦିନ ସିନ୍ଦୁରା ଫାଟିଲା। ମଣିମା ମଣିମା ଡାକ ଦେଇ ସେବକମାନେ ମହାପ୍ରଭୁଙ୍କ ପହଡ଼ ଫିଟାଇ ଦେଲେ l କିନ୍ତୁ ଏ କଅଣ ! ଆଜି ରାକ୍ଷୀ ପୂର୍ଣ୍ଣିମା। କିନ୍ତୁ, ନୀତି କାନ୍ତି ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଭୁଜରେ ରାକ୍ଷୀ। ଏ ରାକ୍ଷୀ ବାନ୍ଧିଲା କିଏ ! ବାନ୍ଧିଲା କିଏ!! ଖବର ଦିଆଗଲା ଠାକୁର ରାଜାଙ୍କୁ l ରାଜା ସଙ୍ଗେ ସଙ୍ଗେ ଆସି ମନ୍ଦିରରେ ପହଞ୍ଚିଲେ ଓ ସେବାୟତ ମାନଙ୍କୁ ପଚାରିଲେ ପହଡ଼ ପରେ କିଏ ଆସିଥିଲା କାଲି ମନ୍ଦିରକୁ? ସମସ୍ତେ ପରସ୍ପର ଆଡ଼କୁ ଚାହାଁ ଚାହିଁ ହୋଇ କହିଲେ, ଆମେ ଜାଣିନାହୁଁ ! ଆମେ ଜାଣି ନାହୁଁ !!!

କିଛି ଉପାୟ ନପାଇ, ଏହାର ରହସ୍ୟ ଜାଣିବାକୁ ଗଜପତି ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ପାଖରେ। ସ୍ଵପ୍ନାଦେଶରେ ମହାପ୍ରଭୁ ଜଣାଇଦେଲେ, ରାଜା ! ପାଟପୁର ଗ୍ରାମର ମାଳତୀ ମୋର ଭଉଣୀ, କାଲି ସେ ଆସିଥିଲା, ମୋତେ ରାକ୍ଷୀ ପିନ୍ଧାଇବା ପାଇଁ, ଜଗା ଭାଇ କେଉଁଠି ଅଛି କହି କେତେ ଖୋଜିଲା, ହେଲେ ତମେମାନେ କେହି ମଧ୍ୟ ତା’ର ମୋ ସହ ଦେଖା କରେଇଲ ନାହିଁ।

ରାତିରେ ମାଳତୀ ସିଂହଦ୍ଵାର ପାଖରେ ଶୋଇଥିଲା, ମୁଁ ଯାଇ ତା’ ହାତରୁ ରାକ୍ଷୀ ପିନ୍ଧି ଆସିଛି। ରାଜା ସେବକ ମାନଙ୍କଠାରୁ ପଚାରି ଜାଣିବାକୁ ପାଇଲେ ଯେ କାଲି ଜଣେ ପାଞ୍ଚ ବର୍ଷର ଝିଅ ଶ୍ରୀମନ୍ଦିର ଭିତରେ ତା ଜଗା ଭାଇକୁ ଖୋଜି ବୁଲୁଥିଲା। ରାଜା ଆଉ କାଳ ବିଳମ୍ବ ନକରି ଯାଇ ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀର ଦରିଦ୍ର କୁଡ଼ିଆରେ।

ତ୍ରସ୍ତ ମାଳତୀର ମାଆ ରାଜାଙ୍କ ପାଦ ତଳେ ପଡ଼ି କହିଲେ,” ମୋର କିଛି ଅପରାଧ ହୋଇ ଯାଇଛି, ମୋତେ କ୍ଷମା କରନ୍ତୁ, ଛାମୁ। ମୋ ଝିଅ ମାଳତୀ ଗତକାଲି ଶ୍ରୀମନ୍ଦିରକୁ ଯାଇଥିଲା, ବୋଧହୁଏ ସେ କିଛି ଅନ୍ୟାୟ, ଅନୀତି କରିଛି “।

ରାଜାଙ୍କର ଆଉ ତିଳେମାତ୍ର ସନ୍ଦେହ ରହିଲା ନାହିଁ ଯେ ଏହି ମହିଳାଙ୍କ ଝିଅ ମାଳତୀ କାଲି ରାତିରେ ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇ ଆସିଛି। ରାଜା ମାଳତୀର ମାଆ ମୁଣ୍ଡ ଉପରେ ହାତ ରଖିଦେଲେ ଓ କହିଲେ,ମାଆ,ସତେ କେଡ଼େ ସୋଭାଗ୍ୟବତୀ ଲୋ ତୁ ! ତୋ’ ଝିଅ ମାଳତୀ, କାଲି ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇଆସିଛି, ଯୁଗ ଯୁଗଧରି ମୁନୀ ଋଷି ମାନେ ଯାହାଙ୍କ ଦର୍ଶନ ପାଇ ପାରି ନାହାଁନ୍ତି, ତୋ ଝିଅ ତାଙ୍କୁ ସ୍ଵ ହସ୍ତରେ ରାକ୍ଷୀ ବାନ୍ଧିଆସିଛି।

ମହାରାଜା ମାଳତୀକୁ ଡାକି କହିଲେ, ଭଉଣୀ ! ତୁ ଆମ କୋଟି ଓଡ଼ିଆର ମଉଡ଼ ମଣି “।ମାଳତୀ ପରିବାରକୁ ମହାରାଜା ଧନ ଧାନ୍ୟ ଦାନ କରି ସେହିଠାରେ ଘୋଷଣା କଲେ,’ ଏ ପାଟପୁର ଗ୍ରାମର ନାମ ଏଣିକି ‘ମାଳତୀ ପାଟପୁର’ ହେବ। ସେହି ପାଟପୁର ଗ୍ରାମ ଅଦ୍ୟାପି ମାଳତୀପାଟପୁର ନାମରେ ବିଦ୍ୟମାନ ହୋଇ ରହିଛି। ଏବେ ସେଠି ଗଢ଼ି ଉଠିଛି ନୂଆ ବସ ଷ୍ଟାଣ୍ଡ ଓ ମାଳତୀପାଟପୁର ରେଳ ଷ୍ଟେସନ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ଦୁଇ ଭାଇଙ୍କ ହାତରେ ମା ସୁଭଦ୍ର ବାନ୍ଧିବେ ରାକ୍ଷୀ, ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ।  ଆଜି ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯିବ। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ।

ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ।

ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିର ଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।

Categories
ଆଜିର ଖବର ଧର୍ମ ସଂସ୍କୃତି

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ, ଜାଣନ୍ତୁ କଣ

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଏହି ଦିନ ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ।

ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ।

ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିର ଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।

Categories
RakshaBandhan ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ଶ୍ରୀମନ୍ଦିରରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା ସହିତ ଭଗବାନ ବଳଦେବଙ୍କ ଜନ୍ମ ଉତ୍ସବ

ପୁରୀ, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଆଜି ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ। ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ଆଜି ରକ୍ଷା ବନ୍ଧନ ଉପଲକ୍ଷେ ଶ୍ରୀମନ୍ଦିରରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ। ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିରଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।