Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଏମ୍ ଦ୍ୱାରା ନାଲକୋକୁ ମିଳିଲା ନନ୍-ଫେରସ୍ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର

ଭୁବନେଶ୍ୱର: ରାଷ୍ଟ୍ରାୟତ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)କୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍) ଦ୍ୱାରା ନନ୍-ଫେରସ୍ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ୨୦୨୦-୨୧ ପ୍ରଦାନ କରାଯାଇଛି।

ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଆଇଆଇଏମ୍ ର ୭୫ ତମ ବାର୍ଷିକ ବୈଷୟିକ ବୈଠକରେ ଏହି ପୁରସ୍କାର ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସର ନନ୍-ଫେରସ୍ ଡିଭିଜନ୍ ନନ୍-ଫେରସ୍ ସେକ୍ଟରରେ ଗୁଣବତ୍ତା ନିୟନ୍ତ୍ରଣ ଦିଗକୁ ଉତ୍ସାହିତ ତଥା ସ୍ୱୀକୃତି ପ୍ରଦାନ କରିବା ପାଇଁ ୨୦୦୨ ଠାରୁ ଏହି ଜାତୀୟ ଗୁଣବତ୍ତା ପ୍ରତିଯୋଗିତା ଆୟୋଜନ କରିଆସୁଛି।