Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଘୋଷଣା ହେବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା, ଓଡିଶାରୁ କିଏ ?

ନୂଆଦିଲ୍ଲୀ: ଆସନ୍ତାକାଲି ଘୋଷଣା ହେବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ବା NIRF ୨୦୨୨ ରାଙ୍କ୍। nirfindia.org ରେ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୫ ଜୁଲାଇ ୨୦୨୨ ଦିନ ୧୧ ଟା ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୨ ରିଲିଜ୍ କରିବେ।

ଗତ ବର୍ଷ, NIRF ର଼୍ୟାଙ୍କିଙ୍ଗରେ ୧୧ ଟି ବର୍ଗ ରହିଥିଲା । ସେଗୁଡିକ ହେଲା ଓଭରାଅଲ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, କଲେଜ, ମେଡିକାଲ, ଆଇନ, ସ୍ଥାପତ୍ୟ, ଦନ୍ତ ଏବଂ ଗବେଷଣା। ୨୦୨୧ ର଼୍ୟାଙ୍କିଙ୍ଗରେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ଦେଶର ସର୍ବୋଚ୍ଚ ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଥିଲେ। ଦ୍ୱିତୀୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ରହିଥିଲା।

ଗତବର୍ଷ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ଭୁବନେଶ୍ବରର ସୋଆ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ୨୦ତମ ତାଲିକାରେ ରହିଥିଲା। ସେହିପରି ମେଡିକାଲ ଶିକ୍ଷାରେ ସୋଆ ଗତବର୍ଷ ୨୧ତମ ତାଲିକାରେ ଥିଲା। ଇଂଜିନିୟରିଂ ଶିକ୍ଷାରେ ସୋଆ ୩୨ ରାଙ୍କରେ ଥିଲା। ଚଳିତ ବର୍ଷ ଏହି ତାଲିକାରେ ଓଡିଶାର କେଉଁ ଶିକ୍ଷା ଅନୁଷ୍ଠାନ ରହିବ ସେ ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।