Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୧ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ ଜଣ ଗବେଷକ ଏହି ତାଲିକାରେ ଅନ୍ତଭୁର୍କ୍ତ କରିିଥିଲେ ।

ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି ତଥା ବର୍ତମାନର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ), ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର ।

ସେହିପରି ୨୦୨୨ ତାଲିକାରେ ଅନ୍ତଭୁର୍କ୍ତ ଥାଇ ୨୦୨୩ ର ଏହି ସମ୍ମାନ ଜନକ ତାଲିକାରେ ପୁଣି ସାମିଲ ହୋଇଥିବା ଗବେଷକମାନେ ହେଲେ ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ମନୋହର ମିଶ୍ର, ଡଃ ସୁଲଗ୍ନା ପଟ୍ଟନାୟକ ଓ ଡକ୍ଟର ଦୀପ୍ତି ପ୍ରଭା ସାହୁ ।

ତେବେ ପ୍ରଥମ ଥର ପାଇଁ ଏହି ତାଲିକାରେ ସୋଆର ଅନ୍ୟ ୮ ଜଣ ଗବେଷକଙ୍କ ନାମ ମଧ୍ୟ ସାମିଲ ହୋଇଛି । ସେମାନେ ହେଲେ ପ୍ରଫେସର ରେଣୁ ଶର୍ମା, ପ୍ରଫେସର ସୌରଭ ପଣ୍ଡା, ଡକ୍ଟର ଶୁଭଶ୍ରୀ ଚୌଧୁରୀ, ଡକ୍ଟର ଶେଷଦେବ ସାହୁ, ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ, ଡକ୍ଟର ଭିନୀତ କୁମାର ରାୟ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୨୨ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରୀ ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର କୁଳମଣି ପରିଡା ଓ ପ୍ରଫେସର ଲାଲା ବିହାରୀ ଶୁକ୍ଲା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ । ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ନିହାରବାଳା ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରୀ ରଖିଛନ୍ତି ।

ପ୍ରଫେସର ରାଜଶ୍ରୀ ଦାସ, ପ୍ରଫେସର ପ୍ରଫେସର ବିନୋଦ କୁମାର ସାହୁ ଓ ପ୍ରଫେସର ସତ୍ୟରଞ୍ଜନ ମିଶ୍ର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର ମନୋହର ମିଶ୍ର, ଡକ୍ଟର ଶେଷଦେବ ସାହୁ, ଡକ୍ଟର ଶୁଭଶ୍ରୀ ଚୌଧରୀ ଓ ଡକ୍ଟର ଏସ୍‌.କେ. ପରିଡା ଆସୋସିଏଟ୍ ପ୍ରଫେସର ଭାବେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ କାର୍ଯ୍ୟରତ ।

ସେହିପରି ପ୍ରଫେସର ଗୌତମ ରଥ ବର୍ତମାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଡକ୍ଟର ଦୀପ୍ତିପ୍ରଭା ସାହୁ ସେହି କେନ୍ଦ୍ରରେ ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।

ପ୍ରଫେସର ଶୁକ୍ଳା ବର୍ତମାନ ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ପ୍ରଫେସର ଚୌଧୁରୀ ୟୁକେର ୟୁନିଭର୍ସିଟି ଅଫ୍ ଏଡନ୍‌ବର୍ଗରୁ ପିଏଚ୍‌ଡି ହାସଲ କରିଥିବା ବେଳେ ଆଇଆଇଟି, ଖଡଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ଆଇଟିଇଆର୍‌ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ।

ପ୍ରଫେସର ରେଣୁ ଶର୍ମା ଆଇଟିଇଆରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ସୌରଭ ପଣ୍ଡା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ପ୍ରଫେସର ଭାବେ ଅବସ୍ଥାପିତ । ସେହିପରି ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ ସୋଆର ସେଂଟର ଫର୍ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗ୍‌ସ (ସିଆଇଓଟି)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ଭିନୀତ କୁମାର ରାୟ, ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟରତ ।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୮ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରୀ ରହିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆର ଷ୍ଟାନ୍‌ଫୋର୍ଡ ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଖ୍ୟାତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି।
ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗବେଷଣାରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ।

ଏହି ଉତ୍ସବରେ ଯୋଗ ଦେଇଥିବା ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ଗୌତମ ରଥ, ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ, ଡଃ ମନୋଜ କୁମାର ନାୟକ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ସୁସଙ୍ଗିନୀ ନାୟକ, ଡଃ ଦିପ୍ତୀ ପ୍ରଭା ସାହୁ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ମନୋହର ମିଶ୍ର।

ଏହି ଷ୍ଟାନ୍‌ଫୋର୍ଡ ତାଲିକାରେ ସ୍ଥାନୀତ ହୋଇଥିବା ପ୍ରଫେସର ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ରାଜଶ୍ରୀ ଦାସ ଓ ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇ ପାରି ନଥିଲେ।

ପ୍ରଫେସର ରାୟ କହିଥିଲେ ଯେ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଅନୁଯାୟୀ ୧୬ତମ ସ୍ଥାନ ଅଧିକାର କରିଥିବା ସୋଆରେ ଗବେଷଣା ନିମନ୍ତେ ଓ ବିଶେଷ ଭାବେ ଇଂଟର-ଡିସିପ୍ଲିନାରୀ ଗବେଷଣା ନିମନ୍ତେ ଅନେକ ସୁଯୋଗ ରହିଛି।

ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ବରିଷ୍ଠ କର୍ମକର୍ତା ଗଣ ଉପସ୍ଥିତ ଥିଲେ।