Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୮ତମ ଦିବସରେ ୩୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୩୭ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ବୁଟକ୍ୟାମ୍ପ ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ୩ଟି ଶିକ୍ଷାନଷ୍ଠାନରେ ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୩ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୩୨୭ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୩୭ଟି ଆଇଡିଆ ସଂଗ୍ରହ କରିଛି।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ପକ୍ଷରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି କଲେଜ ଓ ରାଉରକେଲାର ଗୋଟିଏ ବିଦ୍ୟାଳୟରେ ୩ଟି ବୁଟ୍ କ୍ୟାମ୍ପ ଆୟୋଜନ କରାଯାଇଛି। ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ପାଇଁ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଛି, ଯେବେକି ସୁବର୍ଣ୍ଣପୁରର ସୋନପୁର କଲେଜ ଓ ମଡେଲ ଡିଗ୍ରୀ କଲେଜରେ ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୬ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୭ତମ ଦିବସରେ ୮୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୮୩ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୫ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୦ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୧୦୯୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୮୩ଟି ଆଇଡିଆ ସଂଗ୍ରହ କରିଛି।

ବୁଧବାର ଷ୍ଟାର୍ଟଅପ୍ ଯାତ୍ରା ସ୍ୱାଧିନ ଆବାସିକ ମହାବିଦ୍ୟାଳୟ, ସ୍ୱାଧିନ ହାଇସ୍କୁଲ, ଆଇଟିଆଇ ଶୈଳବାଳା, ଶ୍ରୀରାମ ଚନ୍ଦ୍ର ହାଇସ୍କୁଲ ଓ ମଠସାହି ହାଇସ୍କୁଲ ପରିଦର୍ଶନ କରିଛି। ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ଉଦ୍ଦେଶ୍ୟରେ ପିପି ଏକାଡେମୀ (ବଲାଙ୍ଗୀର), ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟ (ସୁନ୍ଦରଗଡ଼), ଜବାହର ନବୋଦୟ ବିଦ୍ୟାଳୟ (ଝାରସୁଗୁଡ଼ା)ରେ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ରେ ଦୁଇଟି ଯାତ୍ରା ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୬ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ପକ୍ଷରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି କଲେଜ ଓ ରାଉରକେଲାର ଗୋଟିଏ ବିଦ୍ୟାଳୟରେ ୩ଟି ବୁଟ୍ କ୍ୟାମ୍ପ ଆୟୋଜନ କରାଯିବ। ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ପାଇଁ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହେବ। ସୁବର୍ଣ୍ଣପୁରର ସୋନପୁର କଲେଜ ଓ ମଡେଲ ଡିଗ୍ରୀ କଲେଜରେ ଦୁଇଟି ଯାତ୍ରା ଶିବିର ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୬ତମ ଦିବସରେ ୧୫୦ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୨୬ତମ ଦିବସରେ ୧୫୦ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୭ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୨ଟି କଲେଜ ଗସ୍ତ କରି ୧୦୨୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୫୦ଟି ଆଇଡିଆ ସଂଗ୍ରହ କରିଛି।

ମଙ୍ଗଳବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଖୋର୍ଦ୍ଧା ଜିଲ୍ଲାର ୫ଟି ଅନୁଷ୍ଠାନ, ମଧୁସୂଦନ ଇନଷ୍ଟିଚ୍ୟୁଟ୍ ଅଫ୍ କୋ-ଅପରେଟିଭ୍ ମ୍ୟାନେଜମେଣ୍ଟ, ଦେବ ରାୟ କଲେଜ, ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ, ରାଜଧନୀ ଇଞ୍ଜିନିୟରିଂ କଲେଜ ଓ ରିଜନାଲ କଲେଜ ଅଫ ମ୍ୟାନେଜମେଣ୍ଟ ପରିଦର୍ଶନ କରିଛି। ଯେବେକି  ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ (ବଲାଙ୍ଗୀର), ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ବରଗଡ଼), ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଦେବଗଡ଼), ଡିଏଭି ପବ୍ଲିକ ସ୍କୁଲ (ଝାରସୁଗୁଡ଼ା), ଡିଏଭି ପବ୍ଲିକ ସ୍କୁଲ (ଅନୁଗୁଳ)ରେ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଛି। ସେହିପରି ଏନ୍ଆଇଟି ରାଉରକେଲା ଓ ଯାଜପୁର ଏନ୍ ସି ସ୍ବୟଂଶାସିତ ମହାବିଦ୍ୟାଳୟରେ ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଛି।

ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୧ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୯,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ବୁଧବାର ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ ଏହାର ଯାତ୍ରାକୁ ଆଗକୁ ବଢ଼ାଇ ସ୍ୱାଧିନ ଆବାସିକ ମହାବିଦ୍ୟାଳୟ, ଆଇଟିଆଇ ଶୈଳବାଳା, ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପରିଦର୍ଶନ କରିବ। ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀତା ଓ ସୃଜନଶିଳତାର ବ୍ୟାପକ ଧାରଣା ଦେବା ପାଇଁ ମଦରସ୍ ପବ୍ଲିକ ସ୍କୁଲ(ଖୋର୍ଦ୍ଧା), ପିପି ଏକାଡେମୀ (ବଲାଙ୍ଗୀର), ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟ (ସୁନ୍ଦରଗଡ଼), ଜବାହର ନବୋଦୟ ବିଦ୍ୟାଳୟ (ଝାରସୁଗୁଡ଼ା)ରେ ଏକ୍ସପ୍ରେସ୍ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ରେ ଏହି ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୩ତମ ଦିବସରେ ୩୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୩ତମ ଦିବସରେ ୩୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ବାଲେଶ୍ୱର ଏବଂ ଦେଓଗଡ଼ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଗସ୍ତ କରି ୪୨୦ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୩୮ଟି ଆଇଡିଆ ସଂଗ୍ରହ କରିଛି।

ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାରେ କେକେଏସ୍ ମହିଳା ମହାବିଦ୍ୟାଳୟ ଏବଂ ମଣିଭଦ୍ରା ହାଇସ୍କୁଲ ପରିକ୍ରମା କରିଛି। ଯେବେକି ଏହାର ଭ୍ୟାନ୍ ଦେବଗଡ଼ ଜିଲ୍ଲାରେ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିଛି।

ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୯ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୯୪୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସର ସଫଳ ଯାତ୍ରା ଜାରି, ୧୮ ଦିନରେ ୨୩୫୦ ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୮ତମ ଦିବସରେ ୨୩୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ ଏବଂ ମାଲକାନଗିରି ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୮ଟି କଲେଜ ଏବଂ ୪ ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୯୩ଟି ଆଇଡିଆ ସଂଗ୍ରହ କରିଛି।

ଏହି ଷ୍ଟାର୍ଟଅପ୍ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଓ  କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପରିଦର୍ଶନ କରିଛି। ମାଲକାନଗିରି ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ଏକଲବ୍ୟ ଆବାସିକ ବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିଥିବା ବେଳେ ଭ୍ୟାନ୍ ନୂଆପଡ଼ା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ୧ ଖଡିଆଳ, ଓଏମ୍ ସାଇ ପବ୍ଲିକ୍ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପରିଖିତ ଟାଇଗର +୨ କଲେଜ ପରିଦର୍ଶନ କରିଛି। ଏହାବାଦ ମଡେଲ କଲେଜ (ନୂଆପଡ଼ା) ଓ ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବରଗଡ଼) ରେ ୨ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ବର୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୫୬ଟି କଲେଜ୍ ଏବଂ ୫୯ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୨,୧୫୮ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଆସନ୍ତା ୯ ତାରିଖ (ସୋମବାର) ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ସୋମବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ କନ୍ଧମାଳ ଜିଲ୍ଲାର କେବି ହିଷ୍ଟ (ଡିଗ୍ରୀ) କଲେଜ ଓ ପ୍ରମିଳା ଦେବୀ ଡିଗ୍ରୀ କଲେଜ (ଦାରିଙ୍ଗିବାଡି) ପରିକ୍ରମା କରିବ। ଏହାସହ ଭ୍ୟାନ୍ ରାୟଗଡ଼ା ଜିଲ୍ଲାର ଡିଭାଇନ୍ ଡିଗ୍ରି କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, କେନ୍ଦୁଝର ଜିଲ୍ଲାର ବିଶ୍ୱ ବିନାୟକ ଡିଗ୍ରୀ କଲେଜ ଓ ବ୍ରଜବନ୍ଧୁ ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ରେକର୍ଡ ୧୯୪୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୪ତମ ଦିବସରେ ୧୯୪୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର ଓ ନବରଙ୍ଗପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୯ଟି କଲେଜ ଏବଂ ୨ଟି ସ୍କୁଲ ଗସ୍ତ କରି ୮୪୮ ଛାତ୍ରଙ୍କ ଠାରୁ ୫୬ଟି ଆଇଡିଆ ସଂଗ୍ରହ କରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍, ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଲେଡି ଲୁଇସ୍ ବାଳିକା ହାଇସ୍କୁଲକୁ ପରିକ୍ରମା କରିଛି। ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ, ସରକାରି ମହିଳା ମହାବିଦ୍ୟାଳୟ ଓ ୟୁଭୋଦୟ କଲେଜ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି, ଏହାବାଦ ଯାତ୍ରା ନବରଙ୍ଗପୁର ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ନବରଙ୍ଗପୁର ଡିଗ୍ରୀ କଲେଜ ଓ ନବରଙ୍ଗପୁର ମହିଳା (ଡିଗ୍ରୀ) କଲେଜ ପରିକ୍ରମା କରିଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୩୭ଟି କଲେଜ୍ ଏବଂ ୪୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୮,୨୧୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୯୪୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ନେଇ ଅକ୍ଟୋବର ୪ (ବୁଧବାର) ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲା ଗସ୍ତ କରିବ। ଏଥିସହ ସମ୍ବଲପୁରର ଅନ୍ୟ କେତେକ ଅନୁଷ୍ଠାନ ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ବୁଧବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସମ୍ବଲପୁର ଜିଲ୍ଲାର ବୁଢାରାଜା ହାଇସ୍କୁଲ ପରିକ୍ରମା କରିବ। କୋରାପୁଟର ଦାମନଯୋଡି ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସାମନ୍ତ ଚନ୍ଦ୍ର ଶେଖର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡି ପରିଦର୍ଶନ କରିବ। ସୁନ୍ଦରଗଡ଼ ଜିଲ୍ଲାର ମହାନଗର ନିଗମ ରାଉରକେଲା, ଏନ୍ଆଇଟି ରାଉରକେଲା ଓ ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ନିକଟରେ ଏହି ଭ୍ୟାନ୍ ପହଞ୍ଚିବ। ଝାରସୁଗୁଡ଼ା ଜିଲ୍ଲାରେ ଏହି ଭ୍ୟାନ୍ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସକୁ ଅଭୂତପୂର୍ବ ସଫଳତା, ଦଶମ ଦିନରେ ୧୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଦଶମ ଦିନରେ ୧୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ ସହ, ଏକ ବୃହତ ସଫଳତା ହାସଲ କରିଛି । ଷ୍ଟାର୍ଟଅପ୍ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା କେଉଁଝର, ରାୟଗଡା ଏବଂ ବରଗଡ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୫ଟି ସ୍କୁଲ ଗସ୍ତ କରି ୧୨୧୨ ଛାତ୍ରଙ୍କ ଠାରୁ ୧୫୯ଟି ଆଇଡିଆ ସଂଗ୍ରହ କରିଛି ।

ଏହା କେନ୍ଦୁଝର ଜିଲ୍ଲାର ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଯଥା ଓଡିଶା ମାଇନିଂ ଇଂଜିନିୟରିଂ ସ୍କୁଲ, କେନ୍ଦୁଝର ସ୍କୁଲ ଅଫ୍ ଇଂଜିନିୟରିଂ, ଧରଣୀଧର ଅଟୋନୋମସ୍ କଲେଜ୍‌, ସରକାରୀ କଲେଜ ଅଫ୍ ଇଂଜିନିୟରିଂ ଏବଂ ଡିଏନ୍ ସ୍କୁଲ କେନ୍ଦୁଝର ଗସ୍ତ କରିବା ସହ ବରଗଡରେ ଜର୍ଜ ହାଇସ୍କୁଲ ଏବଂ ଇମ୍ପୋରିଆଲ କଲେଜ, ରାୟଗଡ଼ା ଜିଲ୍ଲାର ଗାୟତ୍ରୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଣ୍ଣ ଟେକ୍ନୋଲୋଜି, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ କମ୍ପ୍ୟୁଟର ଏଣ୍ଡ ରିସର୍ଚ ଏବଂ ଗାନ୍ଧୀ ପବ୍ଲିକ ସ୍କୁଲ ଗସ୍ତ କରିଛି ।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୦୬ଟି କଲେଜ୍ ଏବଂ ୩୪ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୪୭୮୨ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୫୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଆସନ୍ତା ଗୁରୁବାର ଦିନ ଏହି ଯାତ୍ରା ଆଉ ୪ଟି ଜିଲ୍ଲା ଯଥା – ଦେଓଗଡ଼, ବଲାଙ୍ଗୀର, କଳାହାଣ୍ଡି ଏବଂ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ କଲେଜ ଓ ଶିକ୍ଷାନଷ୍ଠାନଗୁଡ଼ିକ ଗସ୍ତ କରିବ ।
ଆସନ୍ତା ଗୁରୁବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ ଦେବଗଡ଼ ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ମଡେଲ ଡିଗ୍ରୀ କଲେଜ, +୩ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକ୍ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିକ୍ରମା କରିବ । ବଲାଙ୍ଗୀର ଜିଲ୍ଲାର ପିପି ଏକାଡେମୀ, ଜେଏସଏମ କମର୍ସ ଡିଗ୍ରୀ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିବ । କଳାହାଣ୍ଡି ଜିଲ୍ଲାରେ ଏହି ଭ୍ୟାନ୍ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, କଲେଜ ଅଫ ଅଗ୍ରିକଲଚର (ଭବାନୀପାଟଣା) ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ପହଞ୍ଚିବ । ଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସାରଙ୍ଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍‌, ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବ ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ରେକର୍ଡ ୧୧୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୧୩୦୮ ଛାତ୍ରଙ୍କ ଠାରୁ ୧୫୩ଟି ଆଇଡିଆ ସଂଗ୍ରହ କରିଛି।
ଆଜି ଏହି ଯାତ୍ରା ବାଲେଶ୍ୱର ବାଲେଶ୍ଵର ଜିଲ୍ଲାର ୫ଟି କଲେଜ ଯଥା ଆରଜେ ସ୍କୁଲ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍‌, ସାଗର କଲେଜ୍ ଅଫ୍ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ ଏବଂ ବାଲେଶ୍ୱର ସରକାରୀ ଆଇଟିଆଇ ଗସ୍ତ କରିଛି। ଏହା ସହ ଗଜପତି ଜିଲ୍ଲାରେ ୪ଟି କଲେଜ ପର୍ଶୁରାମ ଗୁରୁକୁଳ ଡିଗ୍ରୀ କଲେଜ, ସେନ୍‌ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍‌ମେଣ୍ଟ, ଏସକେସିଜି ଅଟୋନୋମସ୍ କଲେଜ ଏବଂ ସରକାରୀ ଆଇଟିଆଇ(ଗୁମ୍ମା),ଏହା ବ୍ୟତିତ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରିୟ ବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ସୋନପୁର କଲେଜ ଏବଂ ବିଶ୍ୱପ୍ରଭା କଲେଜ ଆଦି ଗସ୍ତ କରିଛି।
ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୮୮ଟି କଲେଜ୍ ଏବଂ ୨୫ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୧୪୦୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୧୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିଛି।
ଆସନ୍ତା ମଙ୍ଗଳବାର ଦିନ ଯାତ୍ରା ଆଉ ତିନୋଟି ଜିଲ୍ଲା ମୟୂରଭଞ୍ଜ, ରାୟଗଡ଼ା ଓ ବରଗଡ଼ ଜିଲ୍ଲା ଗସ୍ତ କରି ବିଭନ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିବ। ମୟୂରଭଞ୍ଜ ଜିଲ୍ଲାରେ ଏହା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ଏମପିସି ଅଟୋନୋମସ କଲେଜ, ଉଦଳା ଅଟୋନୋମସ କଲେଜ, ସୀମାନ୍ତ ଇଂଜନିୟରିଂ କଲେଜ ଏବଂ ବାରିପଦା ଡିଗ୍ରୀ କଲେଜ। ବରଗଡ଼ ଜିଲ୍ଲାରେ ଏହା ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ତତନ୍ତ ଟେକ୍ନୋଲୋଜି ଏବଂ ପିକେଏ କଲେଜ ଅଫ୍ ଇଞ୍ଜିନିୟରିଂ ପରିଦର୍ଶନ କରିବ। ସେହିପରି ରାୟଗଡ଼ାର ୩ଟି କଲେଜ ରିତମ ରାୟଗଡ଼ା, ମଝିଘରିଆଣୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଓ ଜିଆଇଇଟି ଗୁଣୁପୁର ପରିଦର୍ଶନ କରାଯିବ।
ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।
Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୮୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୪ଟି ପ୍ରମୁଖ ଜିଲ୍ଲା ଭଦ୍ରକ, ବୌଧ, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୦ଟି କଲେଜ ଏବଂ ୧ଟି ସ୍କୁଲ ଗସ୍ତ କରି ୧୧୨୩ ଛାତ୍ରଙ୍କ ଠାରୁ ୭୪ଟି ଆଇଡିଆ ସଂଗ୍ରହ କରିଛି।

ଏହି ଯାତ୍ରା ଆଜି ୪ଟି ଜିଲ୍ଲା ଯେପରି ଭଦ୍ରକର ଭଦ୍ରକ ଇଂଜିନିୟରିଂ ସ୍କୁଲ ଏବଂ ଟେକ୍ନୋଲୋଜି, ଭଦ୍ରକ ଅଟୋନୋମସ କଲେଜ, ସରକାରୀ ୟୁଜି ହାଇସ୍କୁଲ, ବୌଧ ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ସରକାରୀ ଆଇଟିଆଇ ଏବଂ ଭୈରବୀ ଡିଗ୍ରୀ କଲେଜ, ଗଜପତି ଜିଲ୍ଲାର ହିଲଟପ୍ ଡିଗ୍ରୀ କଲେଜ, ଇନ୍ଦିରା ମେମୋରିଆଲ ଡିଗ୍ରୀ କଲେଜ ଏବଂ ଡଃ ବି.ଆର. ଆମ୍ବେଦକର ନ୍ୟାସନାଲ ଡିଗ୍ରୀ କଲେଜ, ବାଲେଶ୍ୱର ଜିଲ୍ଲାର ଏସଏସଭିଏମ୍ ଏବଂ ବିଆଇଟି ପଲିଟେକନିକ୍ କଲେଜ ଗସ୍ତ କରିି ଛାତ୍ର ଛାତ୍ରୀ ମାନଙ୍କ ମନରେ ଭବିଷ୍ୟତରେ କିଭଳି ସେମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ ସେଥିପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍  ୭୬ଟି କଲେଜ୍ ଏବଂ ୧୬ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୯୪୯୭ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ  ୮୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଆସନ୍ତା ସୋମବାର ଦିନ ଏହି ଯାତ୍ରା ବାଲେଶ୍ୱର ଗଜପତି ର ଆଉ କିଛି ଅନୁଷ୍ଠାନ ଗସ୍ତ କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବ। ବାଲେଶ୍ୱର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଠାରୁ ବହୁଳ ଉସ୍‌ôାହ ପାଇବା ପରେ ଆସନ୍ତା ସୋମବାର ଦିନ ଏହି ଯାତ୍ରା ୬ଟି କଲେଜ ଯଥା ଆରଜେ ସ୍କୁଲ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍‌, ସାଗର କଲେଜ୍ ଅଫ୍ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ, ବାଲେଶ୍ୱର ଆଇନ୍ କଲେଜ୍ ଏବଂ ବାଲେଶ୍ୱର ସରକାରୀ ଆଇଟିଆଇ ଗସ୍ତ କରିବ।

ଏହା ସହ ଗଜପତି ଜିଲ୍ଲାର ୪ଟି କଲେଜ ପର୍ଶୁରାମ ଗୁରୁକୁଳ ଡିଗ୍ରୀ କଲେଜ, ସେନ୍‌ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍‌ମେଂଟ , ଏସକେସିଜି ଅଟୋନୋମସ୍ କଲେଜ ଏବଂ ସରକାରୀ ଆଇଟିଆଇ(ଗୁମ୍ମା)। ଏହା ବ୍ୟତିତ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରିୟ ବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ସୋନପୁର କଲେଜ ଏବଂ ବିଶ୍ୱପ୍ରଭା କଲେଜ ଆଦି ଗସ୍ତ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।