Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩

ଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ ଆରମ୍ଭ। ରାଜ୍ୟ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ଏହି କାର‌୍ୟ୍ୟକ୍ରମ ଅର୍ନ୍ତଗତ ୪ଟି ଭ୍ୟାନ ୩୦ଟି ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ସ୍କୁଲରେ ପହଁଚିବ। ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନର ଅନ୍ୟ ଏକ ଅଂଶ ଷ୍ଟାର୍ଟଅପ୍ ଯାତ୍ରା ଖୋର୍ଦ୍ଧା ଜିଲ୍ଲାର ୩୯ଟି ଶିକ୍ଷାନୁଷ୍ଠାନରୁ ୨୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିପାରିଛି।

ଯାତ୍ରା ଏହାର ତୃତୀୟ ଦିନରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୧୩ଟି  ଶିକ୍ଷାନୁଷ୍ଠାନ ଯେପରିକି, ସିଭି ରମନ୍ ଗ୍ଲୋବାଲ ୟୁନିଭର୍ସିଟି, ଗୀତା, ଗାନ୍ଧି ଇଞ୍ଜିନିୟରିଂ କଲେଜ୍‌, ର୍ବିଲା ଗ୍ଲୋବାଲ ୟୁନିଭର୍ସିଟି, ଏସଟିପିଆଇ. ଓୟୁଟିଆର ୟୁନିଭର୍ସିଟି, ଆଇଏମଆଇ ଭୁବନେଶ୍ୱର, ସିଟିଟିସି, ସିପେଟ୍‌, ଜିଆଇଇଟି ବଣିଆଟାଙ୍ଗି, ଏନଆଇଆଇଏସ, ଆଇଆଇଟିଟିଏମ ଏବଂ ଜିଆଇଇଟି ଗୋଠପାଟଣାରେ ପହଁଚି ୧୩୮୪ରୁ ଉର୍ଦ୍ଧ୍ୱ ପିଲାଙ୍କ ନିକଟରେ ପହଁଂଚିବା ସହିତ ୧୩୨ଟି ନୂତନ ଆଇଡିଆ ସଂଗ୍ରହ କରିଛି।

ଶୁକ୍ରବାରରେ ଷ୍ଟାର୍ଟଅପ୍ ଏକ୍ସପ୍ରେସର ଶୁଭାରମ୍ଭ ସହ ୧୦ଟି ସ୍କୁଲ ଗସ୍ତ କରିବ। ଯାହାମଧ୍ୟରେ ରହିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଜଟଣୀ, ଡୁନ୍ ଇଂଟରନ୍ୟାସନାଲ ସ୍କୁଲ, ଡିଏଭି କଳିଙ୍ଗ ନଗର, ଏପିଜେ ସ୍କୁଲ, ପ୍ରଭୁଜି ସ୍କୁଲ, କେ.ଭି. ୧, କ୍ୟାପିଟାଲ ବଏଜ ହାଇସ୍କୁଲ, ମଦର ପବ୍ଲିକ ସ୍କୁଲ, ଓଡିଏମ୍ ଗ୍ଲୋବାଲ ସ୍କୁଲ, ସେଂଟ ଜାଭିଅର ଇଂଟରନ୍ୟାସନାଲ ସ୍କୁଲ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କେଜିଆଇ କରିବ କଳିଙ୍ଗ ଫାବ ଲାବ୍, ଛାତ୍ରଛାତ୍ରୀମାନେ ଷ୍ଟାର୍ଟଅପର ପାଇବେ ସୁଯୋଗ

ଭୁବନେଶ୍ୱର: ଯାଜପୁର ତଥା ରାଜ୍ୟର ଅଗ୍ରଣୀ ଶିକ୍ଷନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ ଅଫ୍‍ ଇନଷ୍ଟିଚ୍ୟୁସନ୍ସ(କେଜିଆଇ) ସବୁବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇ ଆଜି ସାରାରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଯାଜପୁରରେ ଏକ ଅତ୍ୟାଧୁନିକ ଫେବ୍ରିକେସନ ଲାବ ଯାହାକି ‘‘କଳିଙ୍ଗ ଫାବ ଲାବ’’ ନାମରେ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି।

ଏହି ଲାବକୁ ଖୁବ୍‍ ଶୀଘ୍ର କାର‌୍ୟ୍ୟକାରୀ କରିବା ପାଇଁ କଳିଙ୍ଗନଗର ପଲିଟେକ୍ନିକର ନୂଆଦିଲ୍ଲୀ କାରଖାନା କମ୍ପାନୀ ସହ ଏକ ଚୁକ୍ତି ସ୍ୱାକ୍ଷର କେଜିଆଇର ଭୁବନେଶ୍ୱର ସ୍ଥିତ କାର‌୍ୟ୍ୟାଳୟରେ ହୋଇଯାଇଛି।ଏହି ଅବସରରେ କେଜିଆଇ ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଉପସ୍ଥିତ ରହି ଯାଜପୁରରେ ପ୍ରଥମ କରି ଏହି ଇନୋଭେସନ ଲ୍ୟାବ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରତିପାଦନ କରିବାକୁ ବହୁତ ସହାୟକ ହେବ ବୋଲି କହିଥିଲେ।

କାରଖାନାର ମୁଖ୍ୟ ସିଦ୍ଧାର୍ଥ ଭଟର ଯାଜପୁରରେ ଏମିତି ଏକ ଲ୍ୟାବ କରି ସେହି ଜିଲ୍ଲା ତଥା ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଏମିତି ଏକ ସୁଯୋଗ କେଜିଆଇ ଦେଇଥିବାରୁ ଧନ୍ୟବାଦ ଦେବା ସହ ଲ୍ୟାବ କାର‌୍ୟ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରି ଏହାକୁ କାର‌୍ୟ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି।

ଏହି ଚୁକ୍ତି ସ୍ଵାକ୍ଷର ସମୟରେ କେଜିଆଇର ମୁଖ୍ୟ ପ୍ରଶାସନିକ ଅଧିକାରୀ ବିଜୟ ପ୍ରସାଦ ନାୟକ, ଇଣ୍ଟରୋ ହବ୍‍ର ମୁଖ୍ୟ ଅଭିଳାଷ ପତି, କ୍ରେଙ୍ଗ ଏଜୁକେସନର ମୁଖ୍ୟ ଅମୀୟ ମିଶ୍ର,ଶ୍ରୀଯୁକ୍ତ ନନ୍ଦନ,ପ୍ରିୟରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଷ୍ଟାର୍ଟଅପ୍‌ ଟାସ୍କ ଫୋର୍ସ ପକ୍ଷରୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନକ୍ୟବେଟରକୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି ୨୦୧୬ ଅଧାରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଏସିଏସ, ଏମ୍‌ଏସ୍‌ଏମ୍‌ଇ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଏହି ପ୍ରୋତ୍ସାହନ ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କର ଉତ୍ପାଦର ବିକାଶ ଏବଂ ଏହାକୁ ବଜାରକୁ ନେବାରେ ସାହାଯ୍ୟ କରିବ କହିଥିଲେ । ଏଥି ସହିତ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ବିସ୍ତାରିତ ଆର୍ଥିକ ସହାୟତା ସୁବିଧା ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଯେଁଉ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭଦାୟକ ହେବେ ସେଗୁଡ଼ିକ ମଧ୍ୟରେ ଏୟୁୟୁଏମ୍‌ ପ୍ଲାଟଫର୍ମ ଯାହା ଏସୱାସନର ନାମକ ପିପିଇ କିଟ୍‌ର ଏକ ଅଭିନବ ମଡେଲ୍‌ ଉପରେ କାର୍ଯ୍ୟ କରୁଛନ୍ତି, ସେହିଭଳି ଅମଳ ପରବର୍ତ୍ତୀ ବୈଷୟିକ ଉପରେ କାର୍ଯ୍ୟ କରୁଥିବା ମାଟି ଫାର୍ମସ୍‌ ନାମକ ଷ୍ଟାର୍ଟଅପ୍‌ ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ଦିଗରେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇଥିଲେ, ଓଡିକାଷ୍ଟ ଡିଜିଟାଲ୍‌ ଭାରତର ସର୍ବବୃହତ ସ୍ୱାସ୍ଥ୍ୟ ମିଡିଆ ନେଟୱାର୍କ ଉପରେ କାମ କରନ୍ତି, ଟିଏସ୍‌ ଓରିଜିନାଲ୍ସ ପିଭିଟି ଲିମିଟେଡ୍‌ ବିକାଶ ଉପରେ ଧ୍ୟାନ ଦେଇ ସ୍ୱଦେଶୀ, ସମସ୍ତ ହାତରେ ମିଶ୍ରିତ, ହର୍ବାଲ୍‌ ଚା ଉତ୍ପାଦନ କରନ୍ତି।

ସେହିପରି କୋଡିଗେରାଓ ଇନନୋଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାନୋପାର୍ଟିକାଲ୍‌ ସହିତ ଜୈବିକ ବ୍ୟବହାର କରି ସୂତା ଉତ୍ପାଦନ କରୁଛି, ମିଓର୍ଗ୩୬୦ ଇନୋଭେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୱାନ୍‌ ଷ୍ଟପ୍‌, ମାଗଣା କ୍ଲାଉଡ୍‌-ଆଧାରିତ ମାନବ ସମ୍ବଳ ସଫଫେୱୟାର୍‌ ଯାହା ନିଯୁକ୍ତି, ଦକ୍ଷତା, ଅନୁପାଳନ, ବେତନ ଏବଂ ଅନ୍ୟାନ୍ୟ ସେବା ଯୋଗାଉଛି, କ୍ଲାଭିକଫର ଏକାଡେମୀ, ଶିକ୍ଷା ବୈଷୟିକ ଷ୍ଟାର୍ଟଅପ୍‌ ଏଆଇ-ଆଧାରିତ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ଲାଟଫର୍ମ ପ୍ରସ୍ତୁତ କରୁଅଛି ।

ଅନ୍ୟ ଷ୍ଟାର୍ଟଅପ୍‌ଙ୍କ ମଧ୍ୟରେ ଆଇଓନୋକ୍ସ ସଫଫେୱୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏମ୍‌ପିବିଏସ୍‌ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ଏଲ୍‌ଏଲ୍‌ପି, ଥିଙ୍କ୍‌-ଜେନିକ୍ସ ବାୟୋଟେକ୍‌, ପ୍ୟìରିପେଟାଲ୍‌ ଆଲାଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ରାୟଓରିଟିଜ୍‌ ମେଡ୍‌ ଇଜି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ , ଲାପି ସ୍ୱାସ୍ଥ୍ୟ କେୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୫ଷ୍ଟାର୍‌ ଅପ୍ନିସେବା ପ୍ରାଇଭେଟ୍‌ ଲିମିଟେଡ୍‌, କୋଏଲ୍‌ ଫ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୟୋଶିନୋ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌, ୱେଟୁୱର୍ଥ ଏଲ୍‌ ପି, ହଳଦୀ ତତ୍ତ୍ୱ ପ୍ରାଇଭେଟ୍‌ ଲିମିଟେଡ୍‌, କିଓମସ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ କେଡଟେକ୍ମାଟିକ୍‌ ଟେକ୍ନୋଲୋଜିସ୍‌ ।

ସ୍ଥାୟୀ ଜୀବନଶୈଳୀ, ଜୈବସାର, ଜୈବଖାଦ୍ୟ, ଇଭି ଯାନ, ଏଆର /ଭିଆର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଷ୍ଟାର୍ଟଅପ୍‌ ଓଏସପି ୨୦୧୬ ଅଧୀନରେ ଆର୍ଥିକ ପ୍ରୋତ୍ସାହନ ପାଇଥିଲା ।
ଏହି ବୈଠକରେ ଶ୍ରୀ ବିଭୁତି ଭୂଷଣ ଦାଶ, ସ୍ୱତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ, ସାଦିକ୍‌ ଆଲାମ, ଶିଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ସ୍ମିତା ରାଉତ, ଅର୍ଥ ବିଭାଗର ଉପସଚିବ, ରଜେନ୍‌ ପାଢ଼ୀ, ୟୁସିସିଆଇ, ଜୟଶ୍ରୀ ମହାନ୍ତି, ଲୁମିନୌସ ଇନ୍‌ଫାେୱସ୍‌, ଶ୍ରୀ ଐଶକାନ୍ତ ମହାନ୍ତି, ଏମ୍‌ଡି, ତତୱା ଟେକ୍ନୋଲୋଜି, ଡକଫର ଏସ ଏମ ମୁସ୍ତାକିମ, ଆଇଏମଏମଟି ଭୁବନେଶ୍ୱର ଏବଂ ଡକଫର ସଂଯୁକ୍ତା ବଢ଼ାଇ, ଇଭାନ୍‌ଜେଲିଷ୍ଟ, ଷ୍ଟାର୍ଟଅପ୍‌ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ଷ୍ଟାର୍ଟଅପ୍ ପାଇଁ କେନ୍ଦ୍ର ସରକାର ଦେବେ ଋଣ ଗ୍ୟାରେଣ୍ଟି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଷ୍ଟାର୍ଟ ସମୂହଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ ଯୋଜନା ପ୍ରବର୍ତ୍ତନ ଘେନି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏହା ଫଳରେ ଷ୍ଟାର୍ଟ ଅପ୍ଗୁଡିକୁ ଯେଉଁ ସବୁ ବିତ୍ତୀୟ ସଂସ୍ଥା /ଅନୁଷ୍ଠାନ/ ସଂଗଠନ ଋଣ ଦେଉଛନ୍ତି ସେମାନଙ୍କର ଋଣ ଅର୍ଥ ବୁଡିଯିବାର ଆଶଙ୍କା ଦୂର ହୋଇଛି । ସମ୍ପୃକ୍ତ ଷ୍ଟାର୍ଟ ଅପ୍ ଋଣ ପରିଶୋଧ କରି ନ ପାରିଲେ ତାହା ଫେରି ପାଇବାର ନିଶ୍ଚିତତା ବା ଗ୍ୟାରେଣ୍ଟି ସେମାନଙ୍କୁ ମିଳିବ । ଆହୁରି ମଧ୍ୟ ଏହି ଯୋଜନାରେ ଷ୍ଟାର୍ଟଅପ୍ଗୁଡିକ ବ୍ୟାଙ୍କ ବା ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ନିକଟରେ କୌଣସି ଜମା ବା ବଦ୍ଧକ ନ ରଖି ଋଣ ପାଇପାରିବ।

ଏହା ଫଳରେ ଋଣ ପ୍ରଦାନକାରୀ ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ ସମୂହ (ସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ), ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ ବା ‘ସେବି’ ଦ୍ୱାରା ପଞ୍ଜୀକୃତ ବିକଳ୍ପ ନିବେଶ ପାଣ୍ଠି ଷ୍ଟାର୍ଟଅପ୍କୁ ଋଣ ଦେଲେ ସେମାନଙ୍କୁ ଋଣ ଗ୍ୟାରେଣ୍ଟି ସୁବିଧା ମିଳିବ। ସେମାନଙ୍କ ଅର୍ଥ ବୁଡିଯିବାର ଆଶଙ୍କା ରହିବ ନାହିଁ ଏବଂ ଷ୍ଟାର୍ଟଅପ୍ ଋଣ ଅର୍ଥ ପରିଶୋଧ କରି ନ ପାରିଲେ ଗ୍ୟାରେଣ୍ଟି ଯୋଜନାରେ ଋଣଦାତା ତାହା ଫେରିପାଇବେ।

ଏହି ଗ୍ୟାରେଣ୍ଟି ଯୋଜନାରେ ଷ୍ଟାର୍ଟଅପଗୁଡିକୁ ଋଣ ଦେଉଥିବା ଆର୍ଥିକ ସଂସ୍ଥାକୁ ନିର୍ଦ୍ଦିଷ୍ଟ ପରିମାଣ ପର‌୍ୟ୍ୟନ୍ତ ଋଣ ଉପରେ ଗ୍ୟାରେଣ୍ଟି ସୁବିଧା ମିଳିବ। ତେବେ ଏଥିପାଇଁ ସେମାନଙ୍କୁ ଯୋଗ୍ୟ ଷ୍ଟାର୍ଟଅପ୍କୁ ଋଣ ଦେବାକୁ ପଡିବ। ସମ୍ପୃକ୍ତ ଷ୍ଟାର୍ଟଅପ ଡିପିଆଇଆଇଟିର ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ। ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସମୟାନ୍ତରରେ ଷ୍ଟାର୍ଟଅପ୍ ଗୁଡିକର ଋଣ ପାଇବାର ଯୋଗ୍ୟତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି ।

ଏହି ଗ୍ୟାରେଣ୍ଟି ଯୋଜନା କାରବାର ଭିତ୍ତିକ ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନକାରୀ ଭାବେ କାର‌୍ୟ୍ୟକାରୀ ହେବ। ଏଥିରେ ବ୍ୟକ୍ତିଗତ ସଂସ୍ଥା କ୍ଷେତ୍ରରେ ସର୍ବାଧିକ ୧୦କୋଟି କିମ୍ବା ସମ୍ପୃକ୍ତ ଋଣକାରୀ ଯେତେ ଋଣ ଅର୍ଥ ପରିଶୋଧନ କରି ନ ପାରିବେ ତାହା ମଧ୍ୟରୁ ଯେଉଁଠି କମ୍ କେବଳ ସେତିକି ଅର୍ଥ ଗ୍ୟାରେଣ୍ଟି ଯୋଜନାରେ ସମ୍ପୃକ୍ତ ଋଣପ୍ରଦାନକାରୀ ସଂସ୍ଥା ଫେରିପାଇବେ। ଏହି ଋଣ ଗ୍ୟାରେଣ୍ଟି ଯୋଜନା ଏକକ ଋଣକାରଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏହି ଯୋଜନାର କାର‌୍ୟ୍ୟକାରିତା ଫଳରେ ଷ୍ଟାର୍ଟ ଅପ୍ଗୁଡିକ ସହଜରେ ଋଣ ପାଇପାରିବେ।
ଋଣ କାରବାର ଭିତିରେ ଏହି ଗ୍ୟାରେଣ୍ଟିଂ ଯୋଜନା କାର‌୍ୟ୍ୟକାରୀ ହେବ।

ଯଦି ଜଣକୁ ମୂଳ ଋଣ ୩କୋଟି ଟଙ୍କା ମଞ୍ଜୁ କରାଯାଇଥାଏ ଏବଂ ସେଥିରେ ଯଦି ୮୦% ଋଣ ପରିଶୋଧ ହୋଇ ନଥାଏ ସେ କ୍ଷେତ୍ରରେ ଋଣପ୍ରଦାନକାରୀଙ୍କୁ ଗ୍ୟାରେଣ୍ଟି ସୁବିଧା ମିଳିବ। ସେହିଭଳି ଏହି ଋଣ ଗ୍ୟାରେଣ୍ଟିଂ ସୁବିଧା ଆନୁପାତିକ ଭିତ୍ତିରେ ତିନିକୋଟି ଟଙ୍କାର ଅଧିକ ଋଣ ଉପରେ ୭୫ %, ୫କୋଟି ରୁ ୧୦କୋଟି ଟଙ୍କା ଯାଏ ୬୫% ଅନାଦେୟ ରାଶି ଉପରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାକୁ କାର‌୍ୟ୍ୟକାରୀ କରିବା ପାଇଁ ଡିପିଆଇଆଇଟି ଏକ ପରିଚାଳନା କମିଟି ଓ ରିସ୍କ ମୂଲ୍ୟାୟନ କମିଟି ଗଠନ କରିବ। ଏହି ଦୁଇ କମିଟି ଯୋଜନାର ସମୀକ୍ଷା, ତଦାରଖ ଓ କାର‌୍ୟ୍ୟକାରିତା ଦେଖିବେ। ଜାତୀୟ ଋଣ ଗ୍ୟାରେଣ୍ଟିଂ ଟ୍ରଷ୍ଟୀ କମ୍ପାନୀ ଲିମିଟେଡ(ଏନ୍ସିଜିଟିସି) ଦ୍ୱାରା ଏହି ଯୋଜନା କାର‌୍ୟ୍ୟକାରୀ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ଜାନୁୟାରୀ ୧୬ରେ ଷ୍ଟାର୍ଟ ଅପ୍ ଇଣ୍ଡିଆ କ୍ରିୟାନୁଷ୍ଠାନ ଯୋଜନାର ଶୁଭାରମ୍ଭ କରିଥିଲେ। ଦେଶରେ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଅର୍ଥାଭାବର ଯେଉଁ ବଡ ସମସ୍ୟା ଥିଲା ତାହାକୁ ଦୂର କରିବାକୁ ଏହି ଯୋଜନା ପ୍ରସ୍ତୁତ ହୋଇଥିଲା। ଅନେକ ଋଣୀ ବ୍ୟକ୍ତି ଅର୍ଥ ପରିଶୋଧ କରିବା ସ୍ଥିତିରେ ନ ଥିଲେ। ଷ୍ଟାର୍ଟଅପ୍ର ସଫଳତା ଅନିଶ୍ଚିତ ଥିବାରୁ ଋଣ ଅର୍ଥ ଫେରି ପାଇବାର ସମ୍ଭାବନା କମ୍ ଥିଲା। ତେଣୁ ଅର୍ଥ କଲ୍ୟାଣକାରୀ ସଂସ୍ଥା ଋଣ ଦେବାକୁ କୁଣ୍ଠାବୋଧ କରୁଥିଲେ। ତାହାର ସମାଧାନ ପାଇଁ ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ। ଋଣ ବୁଡିଗଲେ ସେହି ଅର୍ଥ ଫେରିପାଇବାକୁ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ସେହି ଅର୍ଥ ଜାତୀୟ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ ପ୍ରଦାନ କରିବ।

Categories
ବିଶେଷ ଖବର ବ୍ୟବସାୟ

ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ବିଶ୍ବସ୍ତରୀୟ ‘ଓ-ହବ’

ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ପ୍ରକଳ୍ପକୁ ସହାୟତା ଦେବା ପାଇଁ ଭୁବନେଶ୍ବରରେ ଉଦଘାଟିତ ହେଲା ‘ଓ-ହବ୍’। ଏହି ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିନ କରିଛନ୍ତି। ଏହି ଓ-ହବ୍’ ଭୁବନେଶ୍ବରର ପଟିଆସ୍ଥିତ ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ 150000 ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମାଣ କରାଯାଇଛି।

ଏହି ହବରେ ଅତ୍ୟାଧୁନିକ ସୁବିଧା, ପ୍ଲଗ୍-ଏନ୍-ପ୍ଲେ ଭିତ୍ତିଭୂମି ରାଜ୍ୟ ମଧ୍ୟରେ ଷ୍ଟାର୍-ଟପ୍ କାର୍ଯ୍ୟକଳାପ ରହିବ। ଏହି ପଦକ୍ଷେପ ଉଭୟ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସେବା ବିକାଶ, ଆନୁଷ୍ଠାନିକ ବ୍ୟବସାୟ ପ୍ରତିଷ୍ଠା ଏବଂ ଇକୋସିଷ୍ଟମର ଅଂଶୀଦାରମାନଙ୍କ ସହିତ ଯୋଗାଯୋଗ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

ଏହି ବିଶ୍ବସ୍ତରୀୟ ଇନକ୍ୟୁବେସନ କେନ୍ଦ୍ରର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓ-ହବ୍ ସେମାନଙ୍କର ନୂତନ ଚିନ୍ତାଧାରା ସହିତ ବ୍ୟବସାୟ ବିକାଶ ପାଇଁ ଶିଳ୍ପରେ ସର୍ବୋତମ କ୍ଷେତ୍ର ଚିହ୍ନଟ କରିବା ଏବଂ ଏହା ବ୍ୟବସାୟ ଗୃହ ଏବଂ ଉଦ୍ଭାବନ ପାଇଁ ଏକ ସମ୍ମିଳନୀ ଆୟୋଜନ କରିବ। ଫଳରେ ଷ୍ଟାଟଅପ ଉଦ୍ୟୋଗୀମାନେ ବେଶ ଲାଭବାନ ହୋଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଏହି ହବ ଦ୍ବାରା ଉଦ୍ଭାବକ, ପରାମର୍ଶଦାତା, କର୍ପୋରେଟ୍ ପାର୍ଟନର, ଇକୋସିଷ୍ଟମ୍ ସକ୍ଷମକାରୀ ଏବଂ ସୁବିଧାକାରୀ – ସମସ୍ତେ ଗୋଟିଏ ଛାତ ତଳେ କାମ କରିବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ହେଲଥ କେୟାର, ଅକ୍ଷୟ ଶକ୍ତି, ଆଇସିଟି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ନିଂ, ଅଗ୍ୟୁମେଣ୍ଟ ରିୟଲିଟ ଏବଂ ଭର୍ଚୁଆଲ୍ ଭଳି ବିଭିନ୍ନ କ୍ଷେତ୍ରରେ ଓ- ହବ୍ ପ୍ରତିବର୍ଷ 200 ଷ୍ଟାର୍ଟ ଅପ୍ ସୃଷ୍ଟି କରିବାରେ ସକ୍ଷମ ହେବ। ସେହିପରି ଇଣ୍ଟରନେଟ୍ ସଂପର୍କିତ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ଏଗ୍ରି-ଟେକ୍ ଏବଂ ଅନେକ କ୍ଷେତ୍ରରେ କାର୍ଯ୍ୟ କରାଯିବ।

ବର୍ତ୍ତମାନ ଓଡିଶା ଷ୍ଟାର୍ଟ ଅପ୍ ପଲିସି 2016 ଅଧୀନରେ 1200 ରୁ ଅଧିକ ଷ୍ଟାର୍ଟ ଅପ୍ ସୃଷ୍ଟି ହୋଇଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଓ-ହବ୍’ ରାଜ୍ୟରେ 10 ହଜାର ନିଯୁକ୍ତି ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2025 ସୁଦ୍ଧା ରାଜ୍ୟ 5000 ଷ୍ଟାର୍ଟ ଅପ୍ ଲକ୍ଷ୍ୟ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟାର୍ଟ ଅପ୍ ଯାତ୍ରା ସମୟରେ ଏକ ଷ୍ଟାର୍ଟ ଅପ୍ ପାଇଁ ଏଣ୍ଡ୍-ଟୁ-ଏଣ୍ଡ୍ ସହାୟତା ଯୋଗାଇ ଉଦ୍ୟୋଗୀତାର ଏକ ଆତ୍ମା ​​ପ୍ରତିପାଦନ କରିବାକୁ ଓ-ହବ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଷ୍ଟାର୍ଟ ଅପ୍ ଆନ୍ଦୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଷ୍ଟାର୍ଟ ଅପ୍ ଓଡିଶା ଏକ ଆନ୍ଦୋଳନରେ ପରିଣତ ହୋଇଛି। ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶ ଭାବରେ ଉଦ୍ୟୋଗକୁ ଯୋଡି ବିଦ୍ୟାଳୟରେ ଯୁବକମାନଙ୍କ ନିକଟରେ ପହଞ୍ଚିବା ପାଇଁ ରାଜ୍ୟ ନୂତନ ଡ୍ରାଫ୍ଟ ନୀତି 2021 ରେ ପ୍ରସ୍ତାବ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍ୟୋଗୀମାନଙ୍କ ପ୍ରତି ରାଜ୍ୟ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ତୃଣମୂଳ ସ୍ତରର ନବସୃଜନ ତଥା ସେମାନଙ୍କୁ ଏକ ଶିକ୍ଷଣୀୟ ବ୍ୟବସାୟରେ ସାହାଯ୍ୟ କରିବାରେ ଷ୍ଟାର୍ଟ ଅପ୍ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିଛି।

ରାଜ୍ୟ ଇନକ୍ୟୁବେସନ ହବ୍ 100 କୋଟି ଟଙ୍କାରେ ଷ୍ଟାର୍ଟ ଅପ୍ ନିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ଭେଞ୍ଚର କ୍ୟାପିଟାଲିଷ୍ଟ, ଆଞ୍ଜେଲ ନେଟୱାର୍କ, HNI, ରାଜ୍ୟ ଏବଂ କେନ୍ଦ୍ର ସରକାରୀ ବିଭାଗ କିମ୍ବା ଏଜେନ୍ସିର ସହାୟତା ନିଆଯିବ।