Categories
ଆଜିର ଖବର ଖେଳ ଜାତୀୟ ଖବର

ଷ୍ଟୁଆର୍ଟ ବିନି ଏବଂ ୟୁସୁଫ ପଠାନଙ୍କ ଧୂଆଁଧାର ପାଳି: ଦକ୍ଷିଣ ଆଫ୍ରିକାକୁ ୨୧୮ ରନ୍ ର ଟାର୍ଗେଟ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ୨୦୨୨ ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡ୍ସ ଏବଂ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୧୭ ରନ୍ ସ୍କୋର କରିଥିଲା। ଭାରତ ପାଇଁ ଷ୍ଟୁଆର୍ଟ ବିନି ୪୨ ଟି ବଲରେ ୮୨ ରନ୍‌ ଏବଂ ୟୁସୁଫ ପଠାନ୧୫ ଟି ବଲରେ ୩୫ ରନର ଧୂଆଁଧାର ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବିନି ପାଞ୍ଚଟି ଚୌକା ଓ ୬ ଛକା ମାରିଥିବା ବେଳେ ୟୁସୁଫ ପଠାନ ଚାରିଟି ଛକା ଓ ଗୋଟିଏ ଚୌକା ମାରି ଦକ୍ଷିଣ ଆଫ୍ରିକା ଦଳକୁ ଏହି ମ୍ୟାଚ ଜିତିବା ପାଇଁ ୨୧୮ ରନ୍ ର ଲକ୍ଷ୍ୟ ଦେଇଥିଲେ।

ଇଣ୍ଡିଆ ଲିଜେଣ୍ଡ୍ସ ଅଧିନାୟକ ସଚିନ ତେନ୍ଦୁଲକର ଟସ୍ ଜିତି କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଣ୍ଡିଆ ଲିଜେଣ୍ଡ୍ସର ଆରମ୍ଭ ଆଶ୍ଚର୍ଯ୍ୟଜନକ ଥିଲା। ଏବଂ ପ୍ରଥମ ୱିକେଟ୍ ପାଇଁ ନମନ୍ ଓଝା ଏବଂ ସଚିନ୍ ତେନ୍ଦୁଲକର ୪୬ ରନ୍ ଭାଗିଦାରୀ କରିଥିଲେ। ଏହା ପରେ ଇଣ୍ଡିଆ ଲିଜେଣ୍ଡ୍ସ ଅଧିନାୟକ ସଚିନ ତେନ୍ଦୁଲକର ଆଉଟ ହୋଇଯାଇଥିଲା। ଏଥି ସହିତ ଦଳର ଦ୍ୱିତୀୟ ୱିକେଟ୍ ମଧ୍ୟ ୫୨ ରନ୍ ସ୍କୋରରେ ନମନ ଓଝାଙ୍କ ୱିକେଟ ଚାଲିଯାଇଥିଲା।

ଏଥିସହିତ ରାଇନା ଏବଂ ଷ୍ଟୁଆର୍ଟ ବିନି ଇନିଂସକୁ ସମ୍ଭାଳି ୬୧ ରନର ଭାଗିଦାରୀ ଖେଳି ଦଳର ସ୍କୋରକୁ ୧୦୦ ରୁ ଅଧିକ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ୨୨ ବଲରେ ୩୩ ରନ୍ ସ୍କୋର କରିବା ପରେ ରାଇନା ଆଉଟ ହୋଇଯାଇଥିଲା। ସେପଟେ ଯୁବରଜ ସିଂହଙ୍କ ବ୍ୟାଟ କାମ କରିନଥିଲା। ଯୁବରାଜ ୮ ଟି ବଲରେ ମାତ୍ର ୬ ରନ କରି ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ଯୁବରାଜଙ୍କ ପରେ ୟୁସୁଫ ପଠାନ ଆସି ଷ୍ଟୁଆର୍ଟ ବିନିଙ୍କ ସହ ଦମଦାର ପାଳି ଖେଳିଥିଲେ। ଯାହାପରେ ଦଳର ସ୍କୋରକୁ ୨୧୭ ରନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ।