Categories
ଜୀବନ ଶୈଳୀ ବିଶେଷ ଖବର

ଭିକ୍ଷା ବୃତ୍ତିରୁ କର୍ମ, ଆଉ ଷ୍ଟେସନରେ ବୁଲୁଥିବା ସେହି ଭିକାରୀଟି ଧନୀ ହେବାର ସଫଳତା

ଭୁବନେଶ୍ବର: ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, “ବାବୁ କିଛି ମିଳିବ” ?

ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ?

ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହଁ ତେବେ ମୁଁ କାହିଁକି ତୁମକୁ ଦେବି।

ଭିକାରୀ ଏ କଥା ଶୁଣି ଦୁଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ଝୁମ୍ପୁଡି ଘରକୁ ଫେରିଗଲା, ସେ ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି । କିଛି ଫୁଲ ତୋଳିଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା । ଫୁଲ ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣି ରେ ରଖେ । ଯାତ୍ରୀ ମାନେ ବି ବହୁତ ଖୁସି ହୁଅନ୍ତି । ଅନ୍ୟ ଦିନ ଅପେକ୍ଷା ତାର ପଇସା ମଧ୍ୟ ବଢିବାକୁ ଲାଗିଲା । ମନେ ମନେ ସେ ଧନୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲା ।

କିଛି ଦିନ ପରେ ସେ ଭିକାରୀଟି ଧନୀ ବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା ଟ୍ରେନ ରେ । ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇ ଦେଲା, ବ୍ୟକ୍ତି ଜଣକ ପର୍ସରୁ 10ଟଙ୍କା ତାକୁ ଦେଲେ ଏବଂ କହିଲେ, ଯେଉଁଠୁ ଏ ଫୁଲ ଆଣିଛ ତାର ଯତ୍ନ ନେଉଛ ନା ନାହିଁ?

ଭିକାରୀ ଜଣକ ଉତ୍ତର ଦେଲା “ମୁଁ ତ ସେ କଥା ଆଦୌ ଭାବିନି”। ଧନୀ ବ୍ୟକ୍ତି ଜଣକ କହିଲେ କର୍ମ କରିବା ଶିଖ।

ଭିକାରି ବିଚରା ଦ୍ଵନ୍ଦରେ ପଡିଗଲା ମନେ ମନେ ଭାବିଲା ଫୁଲ ଗଛ ତ ମୁଁ ଲଗେଇ ନାହିଁ କି କେବେ ପାଣି ମଧ୍ୟ ଦେଇ ନାହିଁ। ତା’ହିଁ କର୍ମ ବୋଧେ । ସକାଳୁ ଉଠି ବାହାରେ ବୁଲିବାକୁ ଲାଗିଲା ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲ ଗଛ ଲଗାଏ, ଏମିତି ହଉ ହଉ ସାରା ଷ୍ଟେସନ ଆଖପାଖ ସୁନ୍ଦର ଦେଖା ଗଲା । ପରେ ଫୁଲ ସହ ଫୁଲ ତୋଡା ବିକ୍ରି କରିବାରେ ଲାଗିଗଲା ।

ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧି ଏକ ବ୍ୟକ୍ତି ବସିଥିଲେ, ସୁଟବୁଟ ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତି ପଚାରିଲେ ମୋତେ ଚିନ୍ହି ପାରିଲେ? ଧନୀ ବ୍ୟକ୍ତି କହିଲେ ନା, କିନ୍ତୁ ମୁଁ ଆପଣଙ୍କ ସହ ତିନି ଥର ସାକ୍ଷାତ କଲିଣି । ଧନୀ ବ୍ୟକ୍ତି କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମନେ ନାହିଁ। କୁହନ୍ତୁ କେମିତି ଜାଣିଲେ ମୋତେ, ସେ ସୂଟବୁଟ ଜଣକ ଉତ୍ତର ଦେଲେ ମୁଁ ହେଉଛି ସେଇ ଭିକାରି, ଯାହାକୁ ଆପଣ କହିଥିଲେ ଜୀବନରେ କେବେ କାହାକୁ କିଛି ଦେଇଛ…..।

ଆଛା ତେବେ ଏ ପରିବର୍ତ୍ତନ କିପରି !! ସେ ଉତ୍ତର ଦେଲା ଆପଣ ହିଁ ତା ମୂଳ କାରଣ! ଦୁଇ ଥର ଆପଣଙ୍କ ସହ ଭେଟ ହୋଇଛି ଆପଣ ଦୁଇ ଥର ଯାକ ବହୁ ମୂଲ୍ୟ କଥା କହିଛନ୍ତି ।

ପ୍ରଥମ ହେଲା ଅନ୍ୟକୁ ଦେବା ଶିଖ ତେବେ ଭଗବାନ ତୁମକୁ ଦେବେ ।

ଦ୍ବିତୀୟ ଟି ହେଲା କର୍ମ କର, ଫଳ ଭଗବାନ ଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୩ ଟି ରେଳ ଷ୍ଟେସନରେ ଅତିରିକ୍ତ ରହଣି କରିବ ତପସ୍ୱିନୀ ବିଶେଷ ଟ୍ରେନ

ଭୁବନେଶ୍ବର: ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ତିନି ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷ ଠାରେ ତପସ୍ୱିନୀ ସ୍ପେଶାଲ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୩୦ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ଗଡ଼ପୋଷ ଠାରେ ରହଣି କରିବ।

୦୮୪୫୨ ପୁରୀ-ହାଟିଆ ତପସ୍ୱିନୀ ସ୍ପେଶାଲ ଗଡ଼ପୋଷ ଠାରେ ଭୋର ୦୬ଘ.୧୬ମି.ରେ ପହଞ୍ଚିବ ଏବଂ ଭୋର ୦୬ଘ.୧୭ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ।

ସେହିଭଳି, ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ଗଡ଼ପୋଷ ଠାରେ ରାତ୍ରି ୮ଘ.୧୦ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୧୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ଅକ୍ଟୋବର ୧ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ବଇଣ୍ଡା ଏବଂ ରେଢ଼ାଖୋଲରେ ଷ୍ଟପେଜ୍ ପ୍ରଦାନ କରିବ।

୦୮୪୫୨ ପୁରୀ-ହାତିଆ ତପସ୍ୱିନୀ ସ୍ପେଶାଲ ବଇଣ୍ଡା ଠାରେ ରାତ୍ରି ୦୧ଘ.୫୦ମି.ରେ ପହଞ୍ଚି ରାତ୍ରି ୦୧ଘ.୫୨ମି.ରେ ଛାଡିବ। ସେହିଭଳି ଏହା ରେଢ଼ାଖୋଲ ଠାରେ ରାତ୍ରି ୦୨ଘ.୨୮ମି.ରେ ପହଞ୍ଚିବ ଏବଂ ରାତ୍ରି ୦୨ଘ.୩୦ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ।

ଫେରିବା ମାର୍ଗରେ ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ରେଢ଼ାଖୋଲ ଠାରେ ରାତ୍ରି ୧୧ଘ.୩୦ମି.ରେ ପହଞ୍ଚିବ ଏବଂ ରାତ୍ରି ୧୧ଘ.୩୨ମି.ରେ ଛାଡିବ। ସେହିଭଳି, ଏହା ବଇଣ୍ଡା ଠାରେ ରାତ୍ରି ୧୨ଘ.୧୨ମି.ରେ ପହଞ୍ଚିବ ଏବଂ ରାତ୍ରି ୧୨ଘ.୧୪ମି.ରେ ପୁରୀ ଅଭିମିଖେ ଯାତ୍ରା କରିବ।