Categories
ଆଞ୍ଚଳିକ

ବେଗୁନିଆପଡ଼ାରେ ସମୂହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ କରୋନା ଯୋଦ୍ଧାଙ୍କ ସମ୍ମାନରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ବେଗୁନିଆପଡା ବ୍ଲକ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବିଧାୟିକା କହିଥିଲେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଓ ସ୍ବେଛାସେବୀ ଭଳି କର୍ମଚାରୀ ମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି କ୍ଷେତ୍ରରେ ସେମାନଙ୍କ ସେବା ପ୍ରଶଂସନୀୟ ହୋଇଛି। ବର୍ତ୍ତମାନ ସମୟରେ ସେମାନଙ୍କ ପ୍ରତି ଆମର ସମ୍ମାନ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବିଜେଡି ସଭାପତି ବିଜୟ କୁମାର ଦୋରା, ବିଜୁ ଶ୍ରମିକ ସାମୁଖ୍ୟ ଉପସଭାପତି ବିଜୟ ନାୟକ, ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଜନସାଧାରଣ ସମୂହ ଯୋଗଦେଇ ସଂଗୀତ ଗାନ କରିଥିଲେ।