Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସତ୍ୟବାଦୀ ନିର୍ବାଚନ ମଣ୍ଡଳିକୁ ନେଇ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମା ମଧ୍ୟରେ କଳି

ଭୁବନେଶ୍ବର: ବର୍ତ୍ତମାନ ଟିକେଟ ରାଜନୀତିରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳି ଏକ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏହି ନିର୍ବାଚନ ମଣ୍ଡଳିରୁ ଟାଣୁଆ ନେତା ସଂଜୟ ଦାସ ବର୍ମା ଛିଡା ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ସେଠାରୁ ବିଧାୟକ ଉମା ସାମନ୍ତରାୟ ହଟିବାକୁ ନାରାଜ।

ସଂଜୟ ବିଭିନ୍ନ କର୍ମି ସମ୍ମିଳନୀରେ ସେ ଏଥର ସତ୍ୟବାଦୀରୁ ଲଢେଇ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ଯାହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଉମା। ତାହାକୁ ବିରୋଧ କରିବାକୁ ଯାଇ ଉମା ପୁଣି କର୍ମିି ସମ୍ମିଳନୀ କରି ନିଜେ ଛିଡା ହେଉଛନ୍ତି ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ତେବେ ଗତକାଲି ଉଭୟଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟସ୍ଥତାରେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଠା କରାଯାଇଥିଲା। ହେଲେ ସେଥିରେ ଉମା କୁଆଡେ ରାଜି ହେଲେ ନାହିଁ। ଫଳରେ ବର୍ତ୍ତମାନ ପୁଣି କଣ ହେବ ସେ ନେଇ କିଛି ଜଣାପଡି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସହ ବ୍ରହ୍ମଗିରିର ବହୁ କର୍ମି

ଭୁବନେଶ୍ୱର: କୃଷ୍ଣପ୍ରସାଦ, ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ମହାନ୍ତି ଏବଂ ତାଙ୍କର ସଂଖ୍ୟାଧିକ ସମର୍ଥକଙ୍କୁ ଉପଢୌକନ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ସ୍ୱାଗତ କରିଥିଲେ।

ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ବ୍ରହ୍ମଗିରି, ପୁରୀ ସଦର ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ। ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ଏଠାରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି । ଆଗକୁ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଯୁବ ସମାଜସେବୀ ତଥା ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ବ୍ଲକ ଉପସଭାପତି ଜ୍ଞାନ ରଂଜନ ମହାପାତ୍ର, ଅଲରାନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ସୌମ୍ୟ ରଂଜନ ସାହୁ, ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ସତ୍ୟ ନାରାୟଣ ସାହୁ, ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଯଶୋବନ୍ତ ବରାଳ, କୃଷ୍ଣପ୍ରସାଦର ପୂର୍ବତନ ବିଜେପି ଉପସଭାପତି ଗୁରୁଚରଣ ବିଶ୍ୱାଳ, ପୁରୀ ସଦରର ବିଜେପି ଉପସଭାପତି ମୋହନ କୁମାର ଦାସ, ଗୁଲାମଣି ଦଳବେହେରା, ସନ୍ତୋଷ କୁମାର ସାମନ୍ତସିଂହାର, ବିଜୟ ବିଶ୍ୱାଳ ଓ ଦିଲ୍ଲୀପ ପ୍ରଧାନ ପ୍ରମୁଖ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, ପୁରୀ ସଦର ବ୍ଲକର ଅଧ୍ୟକ୍ଷ ଦିବାକର ପାତ୍ର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଦିଲ୍ଲୀପ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍ ଡାଉନରେ ଫସି ରହିଥିବା ଏକୁଲା ପାହାଡିଆ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ଶେଷରେ ମିଳିଲା ସହାୟତା

କଙ୍କଡାହାଡ, ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ 16 କିଲୋମିଟର ଉପରେ ଅବସ୍ଥିତ ଏହି ଚାରୋଟି ଗ୍ରାମର ଲୋକମାନେ କରୋନା ବିପତ୍ତି ପାଇଁ କରାଯାଇଥିବା ଲାକଡାଉନ ଯୋଗୁ ଅସୁବିଧାରେ ଫସି ରହିଛନ୍ତି।

ଏଭଳି ଏକ ବିପଦ ସମୟରେ ସେହି ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ସଂଜୟ ବର୍ମା ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥି ସହ 4ଟି ଯାକ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରକୁ ଚୁଡା, ତେଲ, ସାବୁନ, ମାସ୍କ, ଡ଼ାଲି, ଚିନି, ଅମୂଲ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ସେହି ଗ୍ରାମବାସୀଙ୍କ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଯଥାଶୀଘ୍ର ସେସବୁର ସମାଧାନ ଲାଗି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ମହିଳା ମାନଙ୍କ ଶାରୀରିକ ସୁସ୍ଥତାକୁ ଦୃଷ୍ଟିରେ ରଖି ସାନିଟାରୀ ନପକିନ ପ୍ରଦାନ କରିଛନ୍ତି। ଏହି ସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ଥିଲେ ମଧ୍ୟ ଏଠାରେ ଗମନାଗମନ ସକାଶେ ଉତ୍ତମ ରାସ୍ତା ଓ ପିଡ଼ିଏସ ସେଣ୍ଟର କରାଯିବାର ଆବଶ୍ୟକତା ଅଛି। ଢେଙ୍କାନାଳ ଜିଲାର ବଜରଙ୍ଗ କ୍ଲବ ସହାୟତାରେ ଲୋକଙ୍କୁ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ପାହାନ୍ତି ପତ୍ର, ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ, ଜିଲା ଛାତ୍ର ସଭାପତି ସୁରୋଜ ମହାପାତ୍ର, ଯୁବ ସଭାପତି ଧରମାନନ୍ଦ ପରିଡା, ବଜରଙ୍ଗ କ୍ଲବର ଆକର୍ଷଣ ସିନହା , ସୁବ୍ରତ ଦାଶ, ସୁଭେନ୍ଦ୍ର ଷଡଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।