Categories
ଆଜିର ଖବର ରାଜ୍ୟ ଖବର

ସଂପାଦକ ଏବଂ ଯୁଗ୍ମ ସଂପାଦକ ପଦବୀରେ ଗଂଜାମର ନେତା/ନେତ୍ରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜୁ ଜନତା ଦଳର ସାଙ୍ଗଠନିକ ମଜବୁତ୍ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ଜନତାଙ୍କ ନିକଟରେ ତ୍ୱରାନ୍ୱିତ ପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ନେତୃବର୍ଗଙ୍କୁ ସଂପାଦକ ଏବଂ ଯୁଗ୍ମ ସଂପାଦକ ଭାବେ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ୪ ଜଣ ଗଂଜାମର ବରିଷ୍ଠ ନେତା/ନେତ୍ରୀଙ୍କୁ ସୁଯୋଗ ମିଳିଛି। ପୂର୍ବତନ ବିଡ଼ିଏ ଚେୟାରମ୍ୟାନ ସୁବାଷ ମହାରଣା, ଗଂଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଘମିତ୍ରା ଦଳେଇ, କୁକୁଡ଼ାଖଣ୍ଡି ବ୍ଲକ୍‌ର କୈଳାସ ରଣା, ତୁମ୍ବନାଥ ପଣ୍ଡାଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି। ସଂପାଦକ ଭାବେ ଏସ୍‌ସି ମଙ୍ଗଳ ଭାବେ ସଂଘମିତ୍ରା ଦଳେଇ, ସଶକ୍ତ ଓଡ଼ିଶାର ସଂପାଦକ ରୂପେ ସୁବାସ ମହାରଣା, ସଶକ୍ତ ଓଡ଼ିଶାର ଯୁଗ୍ମ ସଂପାଦକ ରୂପେ କୈଳାସ ରଣା, ଆଞ୍ଚଳିକ ବିକାଶର ଯୁଗ୍ମ ସଂପାଦକ ରୂପେ ତୁମ୍ବନାଥ ପଣ୍ଡାଙ୍କୁ ପଦବୀ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି।

ପଦବୀ ପାଇବା ପରେ ସୁବାସ ମହାରଣାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଯାଇଥିଲା। ଏଥିରେ ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡ଼ି ବ୍ରହ୍ମପୁର ଯୁବ ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ମୂରଲୀ ମୋହନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ସଂଘମିତ୍ରା ଦଳାଇଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଦିଆଯାଇଛି। ଏହି ଅବସରରେ ବିଜେଡ଼ି ସଭାନେତ୍ରୀ ଶ୍ରୀମତୀ ଦଳାଇ ତାଙ୍କ ପ୍ରତିକ୍ରିୟା କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ସୁପ୍ରିମଙ୍କୁ ସାଧୁବାଦ ଜଣାଇଛନ୍ତି। କାରଣ ଆରମ୍ଭରୁ ହିଁ ନବୀନ ସରକାର ନାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସିଛନ୍ତି। ଯାହାକି ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ ଦଳର ସଂଗଠନ ପାଇଁ ତାଙ୍କୁ ଯେକୌଣସି ଦାୟିତ୍ୱ ମିଳିଲେ ସେ ଦଳ ଏବଂ ଦଳର ଉନ୍ନତୀ ପାଇଁ ପ୍ରତ୍ୟେକ୍ଷ ଭାବେ ପ୍ରଚେଷ୍ଟା ଜାରି ରଖିବେ।