Categories
ଆଜିର ଖବର ରାଜ୍ୟ ଖବର

ସଂବିଧାନ ଦିବସ: ଭୁବନେଶ୍ବରର ଏଜି ଛକକୁ ‘ଆମ୍ବେଦକର ଛକ’ ନାମରେ ନାମିତ କରିବାକୁ ବିଜେପିର ଦାବୀ

ଭୁବନେଶ୍ୱର : ଆଜି ନଭେମ୍ବର ୨୬ ତାରଖ ସଂବିଧାନ ଦବିସ ଉପଲକ୍ଷ ରାଜ୍ୟ ବିଜେପି ତରଫରୁ ଅନୂସୁଚିତ ଜାତି ମୋର୍ଚ୍ଚା ସଭାପତି ଡ. ବିଭୁ ପ୍ରସାଦ ତରାଇଙ୍କ ନେତୃତରେ ବିଜେପିର ବିଭିନ୍ନ ଛାମୁଆ ସଂଗଠନ ତରଫରୁ ଭୁବନେଶ୍ୱର ଏ.ଜି ଛକ ଠାରେ ଥିବା ସଂବିଧାନ ପ୍ରଣେତା ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୃତିରେ ମାର୍ଲ୍ୟାପଣ କରାଯାଇଥିଲା ।

ପୂର୍ବାହ୍ନ ୧୧ଟା ବେଳେ ଡଃ. ତରାଇଙ୍କ ସଭାପତିତ୍ୱରେ ଏକ ସମ୍ବିଧାନ ସମ୍ମାନ ସଭା ରାଜ୍ୟ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଓ ସାଧାରଣ ସଂମ୍ପଦେକ (ସଂଗଠନ) ଶ୍ରୀ ମାନସ ମହାନ୍ତି ସମ୍ମାନିତ ଅତିଥି ଓ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ରୁପେ ଯୋଗଦେଇଥିଲେ ।

ଅତିଥି ଭାବେ ମୋର୍ଚ୍ଚାର ଜାତୀୟ ଅନୁସୁଚିତ ଜାତି କାର୍ଯ୍ୟକାରିଣୀ ସଦସ୍ୟ ତଥା ମିଡିଆ ପ୍ରମୁଖ ଦିଲ୍ଲୀପ କୁମାର ମଲି୍ଲକ, ଜାତୀୟ ଅନୁସୁଚିତ ଜାତି କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ମଂଚାସୀନ ଥିଲେ ।

ଏହି ସଭାରେ ବକ୍ତାମାନେ ସଂବିଧାନ ଦିବସରେ ସଂବିଧାନ, ସବିଧାନ ପ୍ରଣେତା ଓ ପ୍ରଣୟନ ସଭା ପ୍ରତି ସମ୍ମାନ ଜଣାଇବା ଏବଂ ସାଂବିଧାନକ ମୂଲ୍ୟବୋଧ ଓ ସଚେତନାତାର ପ୍ରଚାର ପ୍ରସାର ଉପରେ ମତାମତ ରଖିଥିଲେ । ଏହି ସଭାରେ ରାଜ୍ୟ ସଂଯୋଜକ ଡ଼. ରବିନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଓ ଉତର ଭୁବନେଶ୍ୱର ମଣ୍ଡଳ ସଭାପତି ଶ୍ରୀ ଦାମୋଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସଭାରେ ଏଜି ଛକକୁ ଡ. ଆମ୍ବେଦକରଙ୍କ ନାମରେ “ଆମ୍ବେଦକର ଛକ ‘ ବା “ଆମ୍ବେଦକର ଚୈାକ’ ନାମରେ ନାମିତ କରିବାକୁ ଏକ ପ୍ରସ୍ଥାବ ପାରିତ ହେବା ସହିତ ଏ ଦିଗରେ ବିହିତ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସଭାପତି, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମହୋଦୟଙ୍କୁ ଆନୁଷ୍ଠାନିକଭାବେ ଅନୁରୋଧ କରିବା ପାଇଁ ନିବେଦନ କାରାଯାଇଥିଲା ।