Categories
ଆଞ୍ଚଳିକ

ଭୁବନେଶ୍ବରରେ ‘ଲାୟନ୍ସ ଆଇଡ଼ଲ’ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଲାୟନ୍ସ ଜିଲ୍ଲା ୩୨୨ସି୪ ଦ୍ୱାରା ଆୟୋଜିତ ‘ଲାୟନ୍ସ ଆଇଡ଼ଲ’ ପ୍ରତିଯୋଗିତା ସ୍ଥାନୀୟ ନୟାପଲ୍ଲୀସ୍ଥିତ ଲାୟନ୍ସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଲାୟନ୍ସ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଏହି ଲାୟନ୍ସ ଆଇଡ଼ଲ ପ୍ରତିବର୍ଷ ଶିଶୁ କଳାକାର ବିକାଶ ପାଇଁ ଆୟୋଜନ କରାଯାଇଥାଏ ।

୩୨୨ସି୪ ଜିଲ୍ଲାର ଚେୟାର ପରସନ ଲାୟନ ସଂଯୁକ୍ତା ପତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ଜୁନିୟର ବିଭାଗରୁ ୨୦ଜଣ ଓ ସବ୍ ଜୁନିଅର ବିଭାଗରୁ ୨୦ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଅନ୍ତିମ ପର୍ଯ୍ୟାୟରେ ଉଭୟ ବିଭାଗରୁ ୫ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା ।

ସଙ୍ଗୀତକାର ଶ୍ରୀ ପ୍ରଶାନ୍ତ ପାଢୀ, ଗାୟିକା ଗୀତା ଦାଶ ଓ ସଙ୍ଗୀତକାର ଶ୍ରୀ ଶୈଳେନ୍ଦ୍ର ପାତ୍ର ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଅଂଶଗ୍ରହଣ କରିଥିଲେ । ଜୁନିଅର ବିଭାଗରେ ବିଜେତା ତନୁଶ୍ରୀ ଜେନା ପ୍ରଥମ ସ୍ଥାନ ବା ‘ଲାୟନ୍ସ ଆଇଡ଼ଲ’ ହୋଇ ୫୦୦୦ ଟଙ୍କା ଓ ଟ୍ରଫି, ନୌମିକା ଦାସ ଓ ଶିବାନୀ ନାୟକ ଦ୍ୱିତୀୟ ସ୍ଥାନରେ ୩୦୦୦ ଟଙ୍କା ଓ ଟ୍ରଫି ଏବଂ ମାନ୍ୟତା ଦାସ ଓ ଆୟାନ ପଣ୍ଡା ତୃତୀୟ ସ୍ଥାନରେ ୨୦୦୦ ଟଙ୍କା ଓ ଟ୍ରଫି ପାଇଥିଲେ।

ସେହିପରି ସବ୍‌- ଜୁନିଅର ବିଭାଗରେ ପାୟଲ ସୋରେନ ଲାୟନ୍ସ ଆଇଡ଼ଲ ହୋଇ ୫୦୦୦ ଟଙ୍କା ଓ ଟ୍ରଫି, ଅନୁତୋରା ଶତପଥୀ ଦ୍ୱିତୀୟ ସ୍ଥାନରେ ୩୦୦୦ ଟଙ୍କା ଓ ଟ୍ରଫି ପାଇଥିଲେ ଏବଂ ଆୟାନ ପଣ୍ଡା, ସାଇଶ୍ରୁସ୍ତି ରଥ ତୃତୀୟ ସ୍ଥାନରେ ୨୦୦୦ ଟଙ୍କା ଓ ଟ୍ରଫି
ପାଇଥିଳେ । ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଲାୟନ ପତ୍ରୀଙ୍କ ଏହି ଉଦ୍‌ଯୋଗକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଆନୁକୂଲ୍ୟରେ ଓଡ଼ିଶାର ପ୍ରଖ୍ୟାତ ଗାୟକ ଶ୍ରୀ ତାନସେନ ସିଂଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ ଓ ବହୁ ଲାୟନ ସଭ୍ୟମାନେ ତଥା ଅନେକ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ଉପଭୋଗ କରିଥିଲେ । ସର୍ବଶେଷରେ ଲାୟନ ମାୟା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଲାୟନ ସୁରଭୀ ଦାଶ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ ।