ବାଣପୁର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗଦିବସ। ଯୋଗ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତର ଭାପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରହୁଥିବା ୪୧ ଜଣ ପ୍ରବାସୀ ଶ୍ରମିକମାନେ ସକାଳୁ ଯୋଗ ଶିକ୍ଷା ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭେଟେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଉଦଘାଟନ କରିଥିବା ବେଳେ ଯୋଗଗୁରୁ ପ୍ରସନ୍ନ ମିଶ୍ର ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପ୍ରବନ୍ଧକ ରମେଶ ଭୋଳ ଉପସ୍ଥିତ ଥିଲେ। ସରପଞ୍ଚଙ୍କ ଉକ୍ତ ପ୍ରୟାସକୁ ପ୍ରବାସୀ ମାନେ ପ୍ରଶଂସା କରିଥିଲେ।
Tag: ସଙ୍ଗରୋଧ କେନ୍ଦ୍ର
ରମେଶ ମହାନ୍ତି
ଜଗତସିଂହପୁର : କରୋନା ମହାମାରୀ ପାଇଁ ଫିକା ପଡିଛି ଓଡିଆଙ୍କ ମୁଖ୍ୟପର୍ବ ରଜ।ଜଗତସିଂହପୁର ଜିଲ୍ଲାରେ ଦୁଇଦିନିଆ ସଟ୍ ଡାଉନ୍ ଯୋଗୁଁ ସବୁଆଡେ ଖାଁଖାଁ ଲାଗୁଥିବା ବେଳେ ରଜମୌଜରେ ଡୋରିବନ୍ଧା ହୋଇଛି।ତଥାପି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନେ ଯେପରି ଦୁଃଖୀ ନହେବେ ସେଥିପାଇଁ ସେମାନଙ୍କୁ ସରପଞ୍ଚ ଦେଇଛନ୍ତି ରଜଭେଟି।ସ୍ୱତନ୍ତ୍ର ଖାଦ୍ୟପେୟ ସାଙ୍ଗକୁ ନୂଆବସ୍ତ୍ର ଦେଇ ରଜ ପାଳିଲେ ସରପଞ୍ଚ।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ।
ଉକ୍ତ ଗରାମ ପଞ୍ଚାୟତର ଭଗବତୀ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ-୧୯ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ପହିଲି ରଜ ଉପଲକ୍ଷେ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ସରପଞ୍ଚ ବନଜା ବାସିନୀ ଦାସ ସ୍ୱତନ୍ତ୍ର ଖାଦ୍ୟପେୟର ବନ୍ଦୋବସ୍ତ କରିବା ସହ ନୂଆବସ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି।
ସରପଞ୍ଚଙ୍କ ଏପରି ଉଲ୍ଲେଖନୀୟ ଅବଦାନକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା ବେଳେ ଅନ୍ତେବାସୀମାନେ ଖୁସିବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ, ସମିତି ସଭ୍ୟା ପ୍ରିୟଙ୍କା ସ୍ୱାଇଁ,ନିକୁଞ୍ଜ କିଶୋର ଶତପଥୀ, ବିଶ୍ୱଜିତ ତାରେଣିଆ, ଯଶୋବନ୍ତ ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରଭାତ କୁମାର ବିଶ୍ବାଳ ପ୍ରମୁଖ ସାମିଲ୍ ହୋଇଥିଲେ।