Categories
ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳି କଲେଜ ଉପରେ ସଙ୍ଗୀନ ଅଭିଯୋଗ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଅତି ପୁରାତନ ତଥା ସ୍ୱନାମଧନ୍ୟ ମହାବିଦ୍ୟାଳୟ ହିଞ୍ଜିଳି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୌନ କାରବାର ଚାଲିଥିବା ଭଳି ସଙ୍ଗିନ ଅପରାଧ ଅଭିଯୋଗ ପହଞ୍ଚିଛି ଉଚ୍ଚ ଶିକ୍ଷା ବିଭାଗ ନିକଟରେ। ଅଭିଯୋଗକୁ ଭିତ୍ତି କରି ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁରକୁ ତଦନ୍ତ ଆଦେଶ ଦେଇଛନ୍ତି।

ଅନ୍ୟ ପକ୍ଷରେ ଏହି ଭଳି ଅଭିଯୋଗ, ମିଥ୍ୟା ଓ କପୋଳକଳ୍ପିତ ବୋଲି ଅଧ୍ୟକ୍ଷା, ଅଧ୍ୟାପକ ଓ ସହରର ସମାଜସେବୀ ଏବଂ ପୁର୍ବତନ ସଭାପତି ଓ ସମ୍ପାଦକ ପକ୍ଷରୁ କୁହାଯାଇଛି।

ଏତଦବ୍ୟତୀତ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦେଶକ ବ୍ରହ୍ମପୁରଙ୍କ ପକ୍ଷରୁ ହିଞ୍ଜିଳି ମହାବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ଯେଉଁ ଭଳି ତଦନ୍ତ ହେବ ତାହାକୁ ପୁର୍ଣ୍ଣ ସହଯୋଗ କରିବି ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ଓ ଅନୁଷ୍ଠାନ ର ଛାତ୍ର ଓ ପୁର୍ବତନ ଛାତ୍ର ସମାଜ ପକ୍ଷରୁ ଏହି ଭଳି ଅଭିଯୋଗ କୁ ନିନ୍ଦା କରିଛନ୍ତି ଓ ଏହା ଅନୁଷ୍ଠାନ ର ସୁନାମକୁ କଳଙ୍କିତ କରିବା ପାଇଁ କିଛି ଅନାମଧେୟ ବ୍ୟକ୍ତି ବିଶେଷଙ୍କ ପ୍ରଚେଷ୍ଟା ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ଭଳି ଅଭିଯୋଗର ସଠିକ ତଦନ୍ତ ସ୍ଵରୁପ କଠୋର ଦଣ୍ଡର ଆବଶ୍ୟକତା ରହିଛି ବୋଲି ସର୍ବ ସମ୍ମୁଖରୁ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବ୍ୟକ୍ତିଗତ ସହାୟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜିଲ୍ଲାପାଳଙ୍କ ପିଏ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ। ଏ ନେଇ ସବିତା ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଜାତିଆଣ ଆକ୍ଷେପ, ମାନସିକ ଯନ୍ତ୍ରଣା, ସରକାରୀ କାର୍ଯ୍ୟ ପରିବର୍ତ୍ତେ ବାସଭବନରେ କାର୍ଯ୍ୟ କରାଉଥିବା ନେଇ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସବିତା ନାୟକ। ତେବେ ଦୀର୍ଘଦିନ ଧରି ଏପରି ନିର୍ଯାତନା ଜିଲ୍ଲାପାଳ ସ୍ୱାମୀ ହେମନ୍ତଙ୍କୁ ଦେଇ ଆସୁଥିବା କହିଛନ୍ତି ସବିତା। ତେବେ ଟାଉନ ଥାନା ପକ୍ଷରୁ ଏ ସମ୍ପର୍କରେ କୌଣସି ମାମଲା ଏଯାବତ ରୁଜୁ ହୋଇନଥିବା ଜଣାପଡିଛି। ତେବେ ଘଟଣାରେ ସତ୍ୟତା ଅଛି ନା ଜାଣିଶୁଣି ଜିଲ୍ଲାପାଳଙ୍କୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ, ତାହା ତଦନ୍ତ ପରେ ଜଣାପଡିବ।

Categories
ଆଜିର ଖବର ଜାତୀୟ ଖବର

ଆପ ର ସଙ୍ଗୀନ ଅଭିଯୋଗ: “ସିସୋଦିଆଙ୍କୁ ‘ସିନ୍ଦେ’ କରିବାକୁ ବିଜେପି କରୁଛି ପ୍ରୟାସ”

ନୂଆଦିଲ୍ଲୀ: ଅବକାରୀ ନୀତିକୁ ନେଇ ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ଲଢେଇ ଜାରି ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଏପି ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଦିଲ୍ଲୀ ସରକାରକୁ ଭାଙ୍ଗିବା ପାଇଁ ମୋଦୀ ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡିକ କିପରି ବ୍ୟବହାର କରୁଛନ୍ତି। କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ଦିଲ୍ଲୀ ସରକାରକୁ ହଟାଇବାକୁ ବିଜେପିର ଉଦ୍ୟମକୁ ପର୍ଦ୍ଦାଫାସ କରାଯିବ।

ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀର ବିଧାୟକଙ୍କୁ ଭାଙ୍ଗିବା ପାଇଁ ଉଦ୍ୟମ ଚାଲିଛି। ମନୀଷ ସିସୋଦିଆଙ୍କୁ ‘ସିନ୍ଦେ’ କୌଶଳ ପ୍ରୟୋଗ କରୁଥିଲା ବିଜେପି, କିନ୍ତୁ ଉଦ୍ୟମ ବିଫଳ ହୋଇଥିଲା। ବିଜେପି ଆମର ବିଧାୟକମାନଙ୍କୁ ଧମକ ଦେଇଛି। ଏବଂ ୨୦-୨୫ କୋଟି ଟଙ୍କାର ଅଫର ଗ୍ରହଣ କରନ୍ତୁ, ନଚେତ ସିସୋଦିଆ ଭଳି ସିବିଆଇ ମାମଲାର ସମ୍ମୁଖୀନ ହେବ ବୋଲି ବିଜେପି କହିଛି। ଆମର ୨୦-୨୫ ବିଧାୟକଙ୍କ ସହ ବିଜେପି ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ସେମାନେ ଦିଲ୍ଲୀର ଶିକ୍ଷା ମଡେଲ ବିଷୟରେ ଚିନ୍ତିତ, ସେମାନେ ଦେଶକୁ ବିକ୍ରୟ କରିବାକୁ ଚାହୁଁଛନ୍ତି, କିନ୍ତୁ କେଜ୍ରିୱାଲ ଦେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସାବଧାନ, ଏହା ଦିଲ୍ଲୀ, ଏଠାରେ AAP ସରକାର ଅଛି, ବିକ୍ରି ହେବା ଲୋକ ନୁହନ୍ତି।

AAP ବିଧାୟକ ସୋମନାଥ ଭାରତୀ କହିଛନ୍ତି ଯେ, ଶକ୍ତି ଏବଂ ବଳ ଆଧାରରେ ଗଣତନ୍ତ୍ରକୁ ନଷ୍ଟ କରାଯାଉଛି। ବିଜେପି ନେତା ମୋ ସହ ମଧ୍ୟ ଯୋଗାଯୋଗ କରିଥିଲେ। ବିଜେପିରେ ଯୋଗ ଦେବା ପାଇଁ କହିଥିଲେ, ନଚେତ ମନୀଷ ସିସୋଦିଆଙ୍କ ପରି ଦୁର୍ଗତି କରିବୁ ବୋଲି ଧମକ ଦେଇଥିଲେ। ବିଜେପି ନେତାମାନେ କହିଛନ୍ତି ଯେ, ୨୦ କୋଟି ଟଙ୍କା ପ୍ରସ୍ତୁତ ଅଛି, ଯଦି ଆପଣ ରାଜି ହୁଅନ୍ତି ତେବେ ଆମେ ପଠାଇଦେବୁ ଏବଂ ଯଦି ଆପଣ ବିଧାୟକ ଆଣନ୍ତି ତେବେ ୨୫ କୋଟି ଦେବୁ।

AAP ବିଧାୟକ ସଞ୍ଜୀବ ଝା କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଛାଡିବା ପାଇଁ ମୋତେ ୨୦ କୋଟି ଏବଂ ବିଧାୟକଙ୍କୁ ଆଣିବା ପାଇଁ ୨୫ କୋଟି ଦେବେ ବୋଲି ଅଫର ଦିଆଯାଇଛି। ଯଦି ଏକଥାରେ ରାଜି ହୁଅନ୍ତି ନାହିଁ, ତେବେ ତାଙ୍କୁ ମନୀଷ ସିସୋଦିଆ ଭଳି ସାମ୍ନା କରିବାକୁ ପଡିବ। ଏକ ନକଲି ମାମଲାରେ ଆପଣଙ୍କୁ ଫସେଇଦିଆଯିବ।

AAP ବିଧାୟକ କୁଲଦୀପ କୁମାର କହିଛନ୍ତି ଯେ, ବିଜେପିର ପଶ୍ଚିମ ଦିଲ୍ଲୀର ଜଣେ ବଡ ନେତା ମୋ ସହ ଯୋଗାଯୋଗ କରି କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଦିଲ୍ଲୀରୁ ଶେଷ ହେବାକୁ ଯାଉଛି। ମୋତେ ୨୦ କୋଟି ଟଙ୍କା ଅଫର ଦିଆଯାଇଥିଲା ଏବଂ ବିଧାୟକଙ୍କୁ ଭାଙ୍ଗିବା ପାଇଁ ମୋତେ ୨୫ କୋଟି ଟଙ୍କା ଏବଂ ସେହି ବିଧାୟକମାନଙ୍କୁ ୨୦ କୋଟି ଟଙ୍କା ଦେବାକୁ ପ୍ରଲୋଭିତ କରାଯାଇଥିଲା। ନଚେତ ସିବିଆଇ ଏବଂ ଇଡି ଆପଣଙ୍କୁ ସମସ୍ୟାରେ ପକାଇବେ ବୋଲି ବିଜେପି ନେତା କହିଛନ୍ତି। ଦିଲ୍ଲୀରେ ସରକାର ଭାଙ୍ଗିବ, ତେଣୁ ଆମ ସହିତ ଯୋଡି ହୁଅନ୍ତୁ ବୋଲି ବିଜେପି ନେତା କହିଛନ୍ତି। କିନ୍ତୁ ଆମ୍ ଆଦମୀ ପାର୍ଟି ଆନ୍ଦୋଳନରୁ ସୃଷ୍ଟି ହେଇଥିବା ଏକ ଦଳ, ଆମେ ଭାଙ୍ଗିବା ଲୋକ ନୁହେଁ।

AAP ବିଧାୟକ ଅଜୟ ଦତ୍ତ କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ବିଜେପି ନେତା ମୋତେ କହିଛନ୍ତି ଯେ, ଦିଲ୍ଲୀ ସରକାର ପତନ ହେବାକୁ ଯାଉଛି। ଦିଲ୍ଲୀରେ ବିଜେପି ଅନେକ AAP ବିଧାୟକଙ୍କ ସହ ଯୋଗାଯୋଗରେ ଅଛି। ମୋତେ ମଧ୍ୟ ୨୦ କୋଟି ଅଫର ଦିଆଯାଇଥିଲା, କିନ୍ତୁ ଅଜୟ ଦତ୍ତ ବିକ୍ରି ହେବା ଲୋକ ନୁହେଁ। ଆମେ ଅରବିନ୍ଦ କେଜ୍ରିୱାଲ ଏବଂ ଦଳ ପ୍ରତି ବିଶ୍ୱାସଘାତକତା କରିବୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ଦଳରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଖବର ପାଇ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ଏନଏସି ଅଂଚଳର ବିଭିର୍ଣ୍ଣ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଉଦ୍ୟତ ହେଉଥିବା ସମୟରେ ହଠାତ ଚିଲିକା ବିଧାୟକ ସେଠାରେ ପହଞ୍ଚିଥିଲେ।

ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ଉଭୟ ଗୋଷ୍ଠୀ ମଧ୍ୟରେ ହତାହତି ହୋଇଥିଲା। ହେଲେ ବିଜେପି କର୍ମୀଙ୍କ ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗାଡ଼ିରୁ ଓଲ୍ଲାଇ ବିଜେପି କର୍ମୀମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବାର ବିଜେପି ଅଭିଯୋଗ କରିଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାକୁ ନେଇ ବିଜେପି ନଗର ମଣ୍ଡଳ ସଭାପତି ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ତରଫରୁ ବାଲୁଗାଁ ଥାନାରେ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଛି। ତେବେ ବାଲୁଗାଁ ଥାନା ପରିସରରେ ଶହ ଶହ ବିଜେପି କର୍ମୀ ଏବଂ ସାମ୍ବାଦିକ ମାନେ ଜମା ହୋଇଥିବାର ଦେଖିବାକୁ ମିଳିଛି। ତତସହିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ବାଲୁଗାଁ ଥାନା ପରିସରରେ ଧାରଣାରେ ବସିଛନ୍ତି। ବିଧାନସଭାରେ ଏହି ଘଟଣା ଉଠାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସେହିପରି ଭାବେ ଉକ୍ତ ଦୁଇ ମାମଲା ପଞ୍ଜିକୃତ ନହେବା ଯାଏଁ ବିଜେପି କର୍ମୀମାନେ ବାଲୁଗାଁ ଥାନାରେ ବସିରହିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ତୀବ୍ର ବିରୋଧ କରିବା ସହ ଅଭିଯୁକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିକଟରେ ଦାବି କରିଥିବାର ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ବାଲୁଗାଁ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି।

ସେହିପରି ଭାବେ ଏ ନେଇ ଚିଲିକା ବିଧାୟକଙ୍କ ପ୍ରତିକ୍ରିୟା ନେବାରୁ ଉକ୍ତ ଅଭିଯୋଗ ଭିତ୍ତିହୀନ ବୋଲି ବିଧାୟକ କହିଛନ୍ତି। ବିଧାୟକ ପାଲଟା ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ ଏନଏସି ପରିସରରେ ବିଶୃଙ୍ଖଳା ସୃଷ୍ଟିକରୁଥିବାରୁ ସେ ସେମାନଙ୍କୁ ବୁଝାସୁଝା କରୁଥିବାବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେହିପରି ଭାବେ ସାମ୍ବାଦିକଙ୍କ ମୋବାଇଲ ଛଡାଇବା କଥାକୁ ମଧ୍ୟ ବିଧାୟକ ଖଣ୍ଡନ କରିଛନ୍ତି। ସେ ଏ ବିଷୟରେ କିଛି ଜାଣିନଥିବାର ସୂଚନା ଦେଇଛନ୍ତି।

ବାଲୁଗାଁ ଥାନାରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣା ଉପରେ ଖୋଦ ଏସଡ଼ିପିଓ ମାନସ ରଞ୍ଜନ ବାରିକ ତୀକ୍ଷ୍ଣ ନଜର ରଖିବା ସହ ଥାନା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।