Categories
ଆଜିର ଖବର ଜାତୀୟ ଖବର

ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଟିଏମସି ସାଂସଦ ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ବନ୍ଦାୟୁରୁ ବିଜେପି ସାଂସଦ ସଙ୍ଘମିତ୍ରା ମୌର୍ଯ୍ୟ ଦାବି କରିଛନ୍ତି। ନୁସରତଙ୍କ ବିବାହ ମାମଲାକୁ ନେଇ ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସାଂସଦ ସଙ୍ଘମିତ୍ରା ଚିଠି ଲେଖି ନୁସରତଙ୍କ ଆଚରଣ ଅମର୍ଯ୍ୟଦା ବୋଲି କହିଛନ୍ତି।

ମୌର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ନିଜର ବିବାହ ଘଟଣାରେ ନୁସରତ ମତଦାତାଙ୍କୁ ଧୋକା ଦେଇଛନ୍ତି। ଏହାଦ୍ବାରା ସଂସଦର ଗରିମା ମଧ୍ୟ କ୍ଷୁର୍ଣ୍ଣ ହୋଇଛି। ସଂସଦର ଆଚରଣ କମିଟିକୁ ପଠାଇ ଏହି ମାମଲାରେ ତଦନ୍ତ କରାଯିବା ଉଚିତ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ତୃଣମୂଳ ସାଂସଦଙ୍କ ଲୋକସଭା ପ୍ରୋଫାଇଲକୁ ମଧ୍ୟ ଏହି ଚିଠିରେ ସଙ୍ଘମିତ୍ରା ସଲଗ୍ନ କରିଛନ୍ତି, ଯେଉଁଥିରେ ନୁସରତ ଜହାଁ ତାଙ୍କ ସ୍ଵାମୀଙ୍କ ନାମ ନିଖିଲ ଜୈନ ବୋଲି ଉଲ୍ଲେଖ କରିଛନ୍ତି।

ଏହା ସହ ସେ ସଂସଦରେ ଶପଥ ପାଠ ସମୟରେ ନିଜର ସଂପୂର୍ଣ୍ଣ ନାମ ନୁସରତ ଜହାଁ ରୁହୀ ଜୈନ ପ୍ରକାଶ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେମାନଙ୍କର ରିଷେପ୍ସନ ପାର୍ଟିକୁ ଯାଇଥିବା ଦେଖାଯାଇଥିଲା। ନୁସରତ ଜଣେ ଅଣ-ମୁସଲିମଙ୍କୁ ବିବାହ କରି ସିନ୍ଦୁର ଲଗାଇବାଥିବାରୁ ସେହି ସମୟରେ ମୁସଲମାନଙ୍କ ଏକ ବର୍ଗ ତାଙ୍କୁ ବିରୋଧ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ନୁସରତ ଜହାଁ ଏବଂ ନିଖିଲ ଜୈନଙ୍କ ସମ୍ପର୍କରେ ସବୁ କିଛି ସାମାନ୍ୟ ନଥିବା ଜଣାପଡିଛି। ନୁସରତ କହିଥିଲେ କି, ତୁର୍କୀ ବିବାହ ନିୟମ ଅନୁଯାୟୀ ବିଦେଶ ମାଟିରେ ବିବାହ ହୋଇଥିବାରୁ ଏହା ଅମାନ୍ୟ ଅଟେ। ଏହା ସହ ଭାରତରେ ଏହି ବିବାହର ପଞ୍ଜୀକରଣ ହୋଇନାହିଁ। ଆଇନ ଅନୁଯାୟୀ ଏହା ଏକ ବିବାହ ନୁହେଁ ବରଂ ଏହା ଏକ ଲିଭ ଇନ ରିଲେଶନଶିପ, ଯେଉଁଥିରେ ତଲାକ ଦେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ନୁସରତ କହିଛନ୍ତି।