Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨୦୩୦ ସୁଦ୍ଧା ଏଡସ୍ ମୁକ୍ତ ହେବ ମାଲକାନଗିରି ଜିଲ୍ଲା 

ଭୁବନମେଶ୍ବର: ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛିା ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରି ଏଡସ୍ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନତା କରିଥିଲୋ ଏହି ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସିଏଚ.ଏମ୍‌. ଜଗନ୍ନାଥ ରାଓ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲୋ

ଏହା ପରେ ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ ଅତିଥିମାନେ ଯୋଗ ଦେଇ ଏଡସର ଭୟାବହତା, ଏହାକୁ କିପରି ରୋକା ଯାଇ ପାରିବ। ଏଡସ୍ ରୋଗୀଙ୍କ ଚିକିତ୍ସା ଇତ୍ୟାଦି ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ମାଲକାନଗିରି ଜିଲ୍ଲାକୁ ୨୦୩୦ ସୁଦ୍ଧା ଏଡସ୍ ମୁକ୍ତ ଜିଲ୍ଲାଭାବେ ପରିଗଣିତ ହେବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲୋ

ଆଜିର ଏହି ବିଶ୍ୱ ଏଡସ୍ ଦିବସର ମୁଖ୍ୟ ବାର୍ତ୍ତା ମୋ ସ୍ୱାସ୍ଥ୍ୟ ମୋ ଅଧିକାର। ଏହି ବାର୍ତ୍ତାଟି ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ସ୍ବସ୍ଥ୍ୟ ବିଭାଗ ତରଫରୁ ପ୍ରଚାର ପ୍ରସାର କରାଯାଉଛିା

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ ସଚେତନତା ରାଲି

ଭୁବନେଶ୍ଵର: ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସର ଚଳିତ ବର୍ଷ ଥିମ ରହିଛି ”କ୍ରିଏଟିଙ୍ଗ ହୋପ ଥ୍ରୋ ଆକ୍ସନ”। ଏ ନେଇ ‘ରେଶର୍ସ ଆଣ୍ଡ ରନର୍ସ କ୍ଲବ’ ଓ ଭାରତୀୟ ମାନସିକ ସଂଘ ଓଡିଶା ଶାଖା ପକ୍ଷରୁ ମିଳିତ ଆନୁଲୁଲ୍ୟରେ ଭୁବନେଶ୍ୱରରେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ପାଳନ କରାଯାଉଛି।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ପୃଥିବୀରେ ବର୍ତ୍ତମାନ ଯେଉଁ ପରିମାଣରେ ଆତ୍ମହତ୍ୟାର ସଂଖ୍ୟା ବଢ଼ି ଚାଲିଛି ତାହାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ତାର ସଂଖ୍ୟା କମ କରିବା ବା ସମ୍ପୂର୍ଣ୍ଣ ଭାବେ ନିବାରଣ କରିବା। ବର୍ତ୍ତମାନ ପ୍ରାୟ ପ୍ରତି ୪୦ ସେକେଣ୍ଡରେ ଜଣେ ନା ଜଣେ ବ୍ୟକ୍ତି ପୃଥିବୀରେ ଆତ୍ମହତ୍ୟା କରୁଛନ୍ତି। ଏହି ଆତ୍ମହତ୍ୟାର ମୁଖ୍ୟ କାରଣ ଏକ ମାନସିକ ରୋଗ। ଏହି ମାନସିକ ରୋଗକୁ ସମାଜ ଚେଷ୍ଟା କଲେ ଏହାକୁ ଦୂର କରାଯାଇ ପାରିବ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇ କରାଯାଇ ପାରିବ।

ସମାଜରେ ବାପା ମା ଆଉ ଅନ୍ୟ ମାନେ ମଧ୍ୟ ସାମାଜିକ ବନ୍ଧୁ ଏମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲେ ତାହାକୁ ଦୂର କରାଯାଇପାରେ। ଏହି ଆତ୍ମହତ୍ୟା ବଢିବାର ମୁଖ୍ୟ କାରଣ ବର୍ତ୍ତମାନର ଯୋଉ ସାମାଜିକ ଚଳଣି, ଛୋଟ ପରିବାର, ଘର ଭିତରେ ଏକା ରହିବା ଓ ରୋଜଗାର ନ କରିପାରି ବର୍ତ୍ତମାନ ସମାଜରେ ଯେଉଁ ଭଳି ବଢ଼ି ଚାଲିଛି, ଆଧୁନିକୀକରଣ ତାକୁ ତାଳ ଦେଇ ନ ପାରିବ ଏହାର ମୁଖ୍ୟ କାରଣ ଅଟେ। ଏହାକୁ ନିବାରଣ କରିବା ପାଇଁ ଏକ ସୁଗମ ପନ୍ଥା ହେଲା ପ୍ରତ୍ୟେକ ଦିନ ଶାରିକ ବ୍ୟାୟମ କରିବା ବା ଦୌଡ, କୁଦ, ସାଇକେଲ ଓ ସନ୍ଥଳନ ଇତ୍ୟାଦି କରାଯାଇ ମାନସିକ ସ୍ଥିତିକୁ ଠିକ ରଖାଯାଇପାରିବ। ଏହା କରାଗଲେ ଜଣେ ଲୋକ ବା ବ୍ୟକ୍ତି ତାର ମାନସିକ ସ୍ଥିତି ଠିକ ରଖିପାରିବ ଓ ଖୁସିରେ ରହିପାରିବ।

ବର୍ତ୍ତମାନ ଏହାକୁ ଦୂର କରିବା ପାଇଁ ଭୁବନେଶ୍ବରସ୍ଥିତ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ସମ ହସ୍ପିଟାଲ ରେ କାର୍ଯ୍ୟରତ ସିଏ ମୁଖ୍ୟ ଏକ ପୁରୋଧା ଭାବରେ ଏହାକୁ ନିବାରଣ କରିବାକୁ ଚେଷ୍ଟା କରୁଛନ୍ତି। ‘ରେଶର୍ସ ଆଣ୍ଡ ରନର୍ସ କ୍ଲବ’ ସହଯୋଗରେ ଏକ ସାଇକେଲ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା ରାଲି

ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଏକ ସଚେତନତା ର‌୍ୟାଲି ଆୟୋଜିତ ହୋଇଯାଇଛି।

ଯକ୍ଷ୍ମାର କାରଣ, ନିରାକରଣ ଓ ଚିକିତ୍ସା ପଦ୍ଧତି ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ର‌୍ୟାଲିର ଆୟୋଜନ କରାଯାଇଥିଲା। ବିଶ୍ୱରେ ଯକ୍ଷ୍ମା ରୋଗ କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାରୁ ଏହାର ନିରାକରଣ ନିତାନ୍ତ ଜରୁରୀ। ସେହିପରି ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା “ୟେସ୍ ୱି କ୍ୟାନ୍ ଏଣ୍ଡ ଟିବି” (“ହଁ ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା”)। ଏହି ସ୍ଲୋଗାନ୍ ନେଇ ସମ୍ ହସ୍ପିଟାଲ୍‌ର କର୍ତ୍ତୁପକ୍ଷ, ଡାକ୍ତର ଓ ଛାତ୍ରଛାତ୍ରୀମାନେ ସଚେତନତା ର‌୍ୟାଲିରେ ସାମିଲ ହୋଇଥିଲେ।

ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ନିକଟରୁ ଆରମ୍ଭ ହୋଇଥିବା ଏହି ର‌୍ୟାଲିରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା, ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ଡାକ୍ତର ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଯକ୍ଷ୍ମା ନିରାକରଣ ସମ୍ପର୍କିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।