ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତ ପ୍ରଭାବିତ ହୋଇଛି। ଏଥିନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଘଡିସନ୍ଧି ମୁହୁର୍ତ୍ତରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତର ସମାଜସେବୀ ତଥା ମାନବାଧିକାର କର୍ମୀ ଅସିତ୍ ରଞ୍ଜନ ରାଉତରାୟ। ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଏବଂ ଲକ୍ ଡାଉନ୍ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି। ଏଥିସହିତ ତାଙ୍କ ନିଜସ୍ୱ ଉଦ୍ୟମରେ କିଛି ଅସହାୟ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ସହ ଗାଁ ପରିବେଶକୁ ସ୍ୱଚ୍ଛ କରିବା ପାଇଁ ଗାଁ ମାନଙ୍କରେ ବିଳଚିଂ ପକାଇଥିଲେ। ଏପରିକି ବାହାରୁ ଆସିଥିବା କିଛି ବ୍ୟକ୍ତିଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ଅସିତ୍ ଙ୍କର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ୍ ପ୍ରଶଂସା କରିଛନ୍ତି।
![](https://thesamikhsya.com/odia/wp-content/uploads/2020/04/corona-pic.jpg)